ବରିଷ୍ଠ ନାଗରିକଙ୍କ ATM କାର୍ଡ ବଦଳାଇ ସପିଂ ମାଧ୍ୟମରେ ଲୁଟୁଥିଲେ, ଧରାପଡିଲେ ଦୁଇ ଲୁଟେରା

Published By : Prameya-News7 Bureau | May 16, 2025 IST

ଆଠଗଡ଼ ୧: ଆଠଗଡ଼ ଅଞ୍ଚଳରେ ମାତିଛନ୍ତି ଟୋପି ପିନ୍ଧା ଲୁଟେରା । ବରିଷ୍ଠ ନାଗରିକଙ୍କ ଏଟିଏମ୍‌ କାର୍ଡକୁ କରୁଛନ୍ତି ଟାର୍ଗେଟ୍ । ଏଭଳି ଆନ୍ତଃଜିଲ୍ଲା ଏଟିଏମ୍‌ ଲୁଟେରାଙ୍କୁ କାବୁ କରିଛି ଆଠଗଡ଼ ପୋଲିସ । ସେମାନଙ୍କ ନିକଟରୁ ପୁଳା ପୁଳା ଟଙ୍କା, ୨୬ଟି ଏଟିଏମ୍ କାର୍ଡ, ୯ ଭରି ସୁନା, ୪ଟି ମୋବାଇଲ ଜବତ କରି ଆନ୍ତଃଜିଲ୍ଲା ଏଟିଏମ୍ ଲୁଟେରାଙ୍କୁ କାବୁ କରିଛି ଆଠଗଡ଼ ପୋଲିସ । ବିଭିନ୍ନ ଜିଲ୍ଲାରେ ଏହି ଲୁଟେରା ମାନେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରି ଏଟିଏମ୍ କାଉଣ୍ଟରରେ ସେମାନଙ୍କ ଏଟିଏମ୍ କାର୍ଡ ବଦଳାଇ ସପିଂ ମାଧ୍ୟମରେ ଲୁଟୁଥିଲେ ଲକ୍ଷାଧିକ ଟଙ୍କା ।

ଆଠଗଡ଼ ଥାନା ଅଞ୍ଚଳରେ ୨୫ ଜାନୁଆରୀ, ୨୭ ମାର୍ଚ୍ଚରେ ଦୁଇଟି ଲୁଟ୍ ଘଟଣା ପରେ ଏହି ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ଆଠଗଡ଼ ପୋଲିସ । ଏହି ଲୁଟେରା ଗ୍ୟାଙ୍ଗ୍‌ର ୨ ଜଣକୁ ଧରି ଏଟିଏମ୍ କାର୍ଡ, ଟଙ୍କା, ସୁନା, ମୋବାଇଲ ଜବତ କରି ସେମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ କଟକରୁ କଳାହାଣ୍ଡି, କେନ୍ଦୁଝରରୁ କୋରାପୁଟ ଆଦି ଥାନାରେ ୪୦ରୁ ଉର୍ଦ୍ଧ୍ବ ମାମଲା ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁ ଗଞ୍ଜାମ ପୋଲସରା ଓ ସହଯୋଗୀ ପ୍ରଦୀପ କୁମାର ସାହୁ ବୁଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଆଠଗଡ ପୋଲିସ ଉଭୟଙ୍କୁ ଆଠଗଡ଼ ଅଞ୍ଚଳରୁ ଗିରଫ କରିଛି । ଏହି ଘଟଣାରେ ସଂପୃକ୍ତ ଥିବା ଲୁଟେରା ଗ୍ୟାଙ୍ଗର ଅନେକ ଲୁଟେରାଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି  କଟକ ଗ୍ରାମାଞ୍ଚଳ ଏସ୍‌ପି କହିଛନ୍ତି ।

You Can Read:

ମଶାଣି ଚଣ୍ଡୀ ଛକ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ, ଲଙ୍କା ଗୁଣ୍ଡ ପକାଇ ହାଣିଦେଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.