ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ, ୯ ସଦସ୍ୟଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | May 14, 2025 IST

ସାଲେପୁର : ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ ଗିରଫ । ୫ କେଜି ୨ ଶହ ଗ୍ରାମ୍ ରୁପା, ୧୪୦ ଗ୍ରାମ୍ ସୁନା ସହ ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା ଗୋଟିଏ ଆଇଚର ବସ୍, ୨ଟି ବାଇକ୍, ୬ଟି ମୋବାଇଲ ଓ  ଗୋଟିଏ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ନେଇ ଗ୍ରାମାଞ୍ଚଳ ଏସ୍‌ପି ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ, ସାଲେପୁର ମାହାଙ୍ଗା ଓ ନେମାଳ ଥାନା ଅଞ୍ଚଳରେ ବଡ଼ ଧରଣର ଚୋରିକୁ ନେଇ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନିର୍ଦ୍ଦେଶରେ ସାଲେପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନେମାଳ ଥାନା ଆଇଆଇସିକୁ ନେଇ ଏକ ଟିମ୍ ଗଠନ କରାଯାଇ ୯ ଜଣ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ସାହୁଙ୍କ ସହ ଦୀପ୍ତିକାନ୍ତ ପୃଷ୍ଟି, ବସନ୍ତ କୁମାର ବରାଳ, କୈଳାଶ ଚନ୍ଦ୍ର ସାହୁ, ବିରଞ୍ଚି ନାରାୟଣ ସାହୁ, ଲଷ୍ମୀଧର ସାହୁ, ଅଜୟ କୁମାର ସାହୁ, ତ୍ରିଲୋଚନ ସାହୁ ଓ ଆଲୋକ କୁମାର ନନ୍ଦିକୁ ଗିରଫ କରିଛି । ସେମାନଙ୍କ ନାମରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଯାଜପୁର, ଭୁବନେଶ୍ୱର, କେନ୍ଦୁଝର ଜିଲ୍ଲା ମାନଙ୍କରେ ଏକାଧିକ ଅପରାଧିକ ମାମଲା ଥିବା ନେଇ ସୂଚନା ମିଳିଛି । ସେମାନେ ମୁଖ୍ୟତଃ ରାତିରେ ଘରେ ପଶି ଲୋକଙ୍କୁ ବନ୍ଧୁକ, ଭୁଜାଲି ଓ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଡକାୟତି କରିଥାନ୍ତି । ଅପରାଧୀ ମାନଙ୍କୁ ସାଲେପୁର ଥାନା ଜାହାଙ୍ଗୀରାବାଦ, ମାହାଙ୍ଗା ଥାନା ଗୁଣୁପୁର ଡାକାୟତି ହୋଇଥିବା ଅଞ୍ଚଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ସେମାନଙ୍କ ଠାରୁ  ୫ କେଜି ୨ ଶହ ଗ୍ରାମ ରୁପା,୧୪୦ ଗ୍ରାମ ସୁନା ସହ ନଗଦ ୩ ଲକ୍ଷ  ୩୦ ହଜାର ଟଙ୍କା, ଗୋଟିଏ ଆଇଚର ବସ୍, ୨ଟି ବାଇକ୍, ୬ଟି ମୋବାଇଲ ଓ ଗୋଟିଏ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବାବେଳେ ଏହି ଘଟଣାରେ ଅନ୍ୟ ଅପରାଧି ମାନଙ୍କୁ ଖୁବଶୀଘ୍ର ଧରାଯିବା ନେଇ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ ପ୍ରେସମିଟ୍ରେ ସୂଚନା ଦେଉଛନ୍ତି । 

You Can Read:

ଖୁବ୍‌ଶୀଘ୍ର ଆସିବ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ରାୟ, ସରିଲା ଉଭୟ ପକ୍ଷ ଓକିଲଙ୍କ ଆର୍ଗୁମେଣ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.