ବିଶ୍ୱ ବାଘ ଦିବସ: ଦିନେ ଥିଲେ ମାତ୍ର ୨୬୮ ବାଘ, ଆଜି ବିଶ୍ୱର ୭୫% ବାଘ ଭାରତରେ

Published By : Prameya-News7 Bureau | July 29, 2023 IST

ନୂଆଦିଲ୍ଲୀ: ଶନିବାର (ଜୁଲାଇ ୨୯) ସାରା ବିଶ୍ୱରେ ଅନ୍ତର୍ଜାତୀୟ ବାଘ ଦିବସ ପାଳନ କରାଯାଉଛି। ୨୦୧୦ରେ ପ୍ରଥମ ଥର ପାଇଁ ରୁଷର ସେଣ୍ଟ ପିଟର୍ସବର୍ଗରୁ ବାଘ ଦିବସ ପାଳନର ଶୁଭାରମ୍ବ ହୋଇଥିଲା। ବିଶ୍ୱରେ ବାଘକୁ ସୁରକ୍ଷା ଦେବାର ଲକ୍ଷ୍ୟ ରଖି କେତେକ ଦେଶ ଏହି ଦିବସର ପାଳନର ଶୁଭାରମ୍ଭ କରିଥିଲେ। ତେବେ ସାରା ବିଶ୍ୱରେ ଭାରତରେ ସବୁଠାରୁ ଅଧିକ ବାଘ ରହିଛନ୍ତି। ବାଘମାନଙ୍କୁ ବଞ୍ଚାଇ ରଖିବାରୁ ଭାରତ ସବୁଠାରୁ ଆଗଭର ହୋଇ କାମ କରିଛି।

Project Tiger to complete 50 years next month

କେନ୍ଦ୍ର ଜଙ୍ଗଲ ପରିବେଶ  ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଶନିବାର ଅନ୍ତର୍ଜାତୀୟ ବାଘ ଦିବସରେ ଭାରତରେ ବ୍ୟାଘ୍ର ସଂରକ୍ଷଣକୁ ପ୍ରଶଂସା କରିଛନ୍ତି। ପ୍ରୋଜେକ୍ଟ ଟାଇଗରର ସଫଳତା ପାଇଁ ଆଜି ଭାରତରେ ୩୧୦୦ରୁ ଅଧିକ ବାଘ ଅଞ୍ଚିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ପଢ଼ନ୍ତୁ- ଟାଇଗର ଷ୍ଟେଟ୍ ମାନ୍ୟତା ବଜାୟ ରଖିଲା ମଧ୍ୟ ପ୍ରଦେଶ, ୭୮୫ ବାଘ ସହ ପ୍ରଥମ ସ୍ଥାନରେ, କର୍ଣ୍ଣାଟକରେ ୫୬୩ ବାଘ

ଭାରତରେ ବାଘର ଉତ୍ଥାନ ପତ୍ତନ

ଏକଦା ଏମିତି ସମୟ ଥିଲା ଯେତେବେଳେ ଭାରତରେ ବାଘ ସଂଖ୍ୟା ମାତ୍ର ୨୬୮କୁ ଖସି ଆସିଥିଲା। ଏହାପରେ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରୟାସରେ ବାଘ ସଂଖ୍ୟା ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଥିଲା। ୨୦୨୨ ବ୍ୟାଘ୍ର ଗଣନା ଅନୁସାରେ ଦେଶରେ ବାଘ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ୨୦୧୮ରେ ଦେଶରେ ବାଘ ସଂଖ୍ୟା ୨୯୬୭ ଥିଲା।

Project Tiger completes 50 successful years

ଅର୍ଥାତ୍ ଗତ ଚାରି ବର୍ଷରେ ୨୦୦ ବାଘ ସଂଖ୍ୟା ବୃଦ୍ଧି ପାଇଛନ୍ତି। ଦେଶରେ ବାଘ ସଂଖ୍ୟା ହ୍ରାସ ହେଉଥିବା ଦେଖି ୫୦ ବର୍ଷେ ତଳେ ୧୯୭୩ ମସିହାରେ 'ପ୍ରୋଜେକ୍ଟ ଟାଇଗର'ର ଶୁଭାରମ୍ଭ ହୋଇଥିଲା। ସେତେବେଳେ ଦେଶରେ ବାଘ ସଂଖ୍ୟା ଥିଲା ମାତ୍ର ୨୬୮ । ସରକାରଙ୍କର ପ୍ରୟାସରେ 'ପ୍ରୋଜେକ୍ଟ ଟାଇଗର' ସଫଳ ହେଲା। ଏହାର ସଫଳତା ପାଇଁ ଆଜି ବିଶ୍ୱର ୭୫ ପ୍ରତିଶତ ବାଘ ଭାରତରେ ରହିଛନ୍ତି

{"width":837,"height":496}
Project Tiger: Everything You Need to Know About This Initiative

ଏକ ସରକାରୀ ରିପୋର୍ଟ ଅନୁଯାୟୀ, ୧୯୭୩ ମସିହାରେ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ଟାଇଗରରେ ପ୍ରଥମେ ୧୮,୨୭୮ ବର୍ଗ କିଲୋମିଟର ଜମିରେ ମାତ୍ର ୯ ଟି ଟାଇଗର ରିଜର୍ଭ ହୋଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ବଢ଼ି ୫୩ କୁ ବୃଦ୍ଧି ପାଇଥିବା ବେଳେ ଏହା ମୋଟ ୭୫,୭୯୬.୮୩ ବର୍ଗ କି.ମି ଜମିରେ ପରିବ୍ୟପ୍ତ। ଯାହା ଦେଶର ଭୌଗୋଳିକ କ୍ଷେତ୍ରର ପ୍ରାୟ ୨.୩ ପ୍ରତିଶତ ହେବ।

ଏହି ଖବରଟିକୁ ବି ପଢ଼ନ୍ତୁ-ଦେଶର ବ୍ୟାଘ୍ର ଅଭୟାରଣ୍ୟମାନଙ୍କରେ ବାଘଙ୍କ ଲାଗି ରହିଛି ବିପଦ, WCCB ଜାରି କଲେ ରେଡ ଆଲର୍ଟ

ସେହିପରି ଦେଶରେ ବାଘ ସଂଖ୍ୟା କ୍ରମାନ୍ୱୟ ବୃଦ୍ଧିକୁ ଦେଖିଲେ, ୨୦୦୬ରେ ବାଘ ସଂଖ୍ୟା  ୧୪୧୧ ରହିଥିଲା। ୨୦୧୦ ରେ ୧୭୦୬ ବାଘ, ୨୦୧୪ରେ ୨୨୨୬ ବାଘ ଓ ୨୦୧୮ ବେଳକୁ ଏଥିରେ ବୃଦ୍ଧି ଘଟି ବାଘ ସଂଖ୍ୟା ୨୯୬୭ ହୋଇଯାଇଥିଲା।

50 years of Project Tiger: A roaring success, yet concerns abound | Deccan  Herald

ଟାଇଗର ପ୍ରୋଜେକ୍ଟ କ'ଣ ?

ଦେଶରେ ବାଘ ସଂଖ୍ୟା କମୁଥିବାରୁ ଏହାର ସୁରକ୍ଷା ପାଇଁ ୧ ଏପ୍ରିଲ ୧୯୭୩ ମସିହାରେ ଭାରତରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ ହୋଇଥିଲା। ପ୍ରୋଜେକ୍ଟର ଆରମ୍ଭରେ ପ୍ରଥମେ ୧୮,୨୭୮ ବର୍ଗ କିଲୋମିଟର ଉପରେ ବ୍ୟାପିଥିବା ୯ ଟି ଟାଇଗର ରିଜର୍ଭ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ଗତ ୫୦ ବର୍ଷ ଭିତରେ ପ୍ରୋଜେକ୍ଟରେ ବିସ୍ତାର ହୋଇଛି। ବର୍ତ୍ତମାନ ଟାଇଗର ରିଜର୍ଭ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଏହି ୫୩ ଟି ଟାଇଗର ସଂରକ୍ଷଣ ୭୫,୫୦୦ ବର୍ଗ କିଲୋମିଟର ଉପରେ ବ୍ୟାପିଛି।

ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ପ୍ରୋଜେକ୍ଟ ଟାଇଗର ଆରମ୍ଭ କରିଥିଲେ। ସେତେବେଳେ ଏହାର ନିର୍ଦ୍ଦେଶକ କୈଳାଶ ସାଙ୍ଖଲା ଥିଲେ। କୌଳାଶଙ୍କୁ 'ଟାଇଗର ମ୍ୟାନ୍ ଅଫ୍ ଇଣ୍ଡିଆ' ମଧ୍ୟ କୁହାଯାଏ। ବାଘ ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଦେଖି ତାଙ୍କୁ ପ୍ରୋଜେକ୍ଟ ଟାଇଗରର ପ୍ରଥମ ନିର୍ଦ୍ଦେଶକ କରାଯାଇଥିଲା।

{"width":840,"height":557}
Project Tiger in India | Tiger Reserves India

ଭାରତର କେଉଁ ରାଜ୍ୟରେ ଅଛନ୍ତି ସବୁଠାରୁ ଅଧିକ ବାଘ?

୨୦୨୨ରେ ହୋଇଥିବା ବାଘ ଗଣନା ଅନୁଯାୟୀ, ଭାରତରେ ୩୧୬୭ ଟି ବାଘ ରହିଛନ୍ତି। ଯାହା ବିଶ୍ୱର ମୋଟ ବାଘ ସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ହେବ। ଭାରତରେ ସବୁ ରାଜ୍ୟ ଅପେକ୍ଷା ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ରହିଛନ୍ତି। ମଧ୍ୟପ୍ରଦେଶରେ ବର୍ତ୍ତମାନ ୭୮୫ଟି ବାଘ ଅଛନ୍ତି। ମଧ୍ୟପ୍ରଦେଶ ପଛକୁ ରହିଛି କର୍ଣ୍ଣାଟକ। ଏହି ରାଜ୍ୟରେ ମୋଟ ୫୬୩ଟି ବାଘ ଅଛନ୍ତି। ଏହି ତାଲିକାରେ ତୃତୀୟ ସ୍ଥାନରେ ଉତ୍ତରାଖଣ୍ଡ ରହିଥିବା ବେଳେ ଏଠାରେ ୫୬୦ ବାଘ ରହିଛନ୍ତି। ୪୪୪ଟି ବାଘ ସହିତ ମହାରାଷ୍ଟ୍ର ଚତୁର୍ଥ ସ୍ଥାନରେ ରହିଛି।

ପଢ଼ନ୍ତୁ-ଜଙ୍ଗଲରେ କେମିତି ହୁଏ ବାଘ ଗଣନା ? ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ଜାଣନ୍ତୁ ଏହା ପଛର ବିଜ୍ଞାନ

{"width":842,"height":481}
How 'Project Tiger' Saved the Most Magnificent Creature On Earth From the  Verge of Extinction - Indian Masterminds - Bureaucracy, Bureaucrats,  Policy, IAS, IPS, IRS, IFS, Civil Services, UPSC, Government, PSUs complete

ଏହି ଟାଇଗର ରିଜର୍ଭରେ ବାଘ ସଂଖ୍ୟା ଅଧିକ

ଟାଇଗର ରିଜର୍ଭ ବିଷୟରେ କହିବାକୁ ଗଲେ ଉତ୍ତରାଖଣ୍ଡର ଜିମ କର୍ବେଟ ବ୍ୟାଘ୍ର ସଂରକ୍ଷଣରେ ସର୍ବାଧିକ ସଂଖ୍ୟକ ବାଘ ଅଛନ୍ତି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଏଠାରେ ୨୬୦ ଟି ବାଘ ଅଛନ୍ତି। ଏହାପରେ ବାନ୍ଦିପୁର (୧୫୦), ନାଗରହୋଲ (୧୪୧), ବାନ୍ଧବଗଡ (୧୩୫), ଦୁଧୱା (୧୩୫),ମୁଦୁମଲାଇ (୧୧୪), କାନହା (୧୦୫), କାଜିରଙ୍ଗା (୧୦୪), ସୁନ୍ଦରବନ (୧୦୦) ରହିଛନ୍ତି। ସେହିପରି ତାଡୋବା (୯୭), ସାଥିଆମାଙ୍ଗଲମ୍ (୮୫), ଏବଂ ପେଞ୍ଚ-ଏମ୍‌ପି (୭୭) ଭାଗ ରହିଛନ୍ତି।

Rajasthan's tiger count doubles in 12 years - Hindustan Times

ବ୍ୟାଘ୍ର ରାଜ୍ୟ ମଧ୍ୟ ପ୍ରଦେଶ

ମଧ୍ୟପ୍ରଦେଶରେ ବାଘ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ୨୦୧୮ରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୫୨୬। ହେଲେ ୨୦୨୨ରେ ଏହି ସଂଖ୍ୟା ବଢ଼ି ୭୮୫ ହୋଇଛି ବୋଲି ଶନିବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି। ଗତ ୪ ବର୍ଷରେ ମଧ୍ୟ ପ୍ରଦେଶରେ ୨୬୯ ବାଘ ଜନ୍ମ ହୋଇଛନ୍ତି ବୋଲି ଏକ ସର୍ଭେର ଜଣାପଡ଼ିଛି।

ପଢ଼ନ୍ତୁ-ଅକ୍ଟୋବରରୁ ଦୁଇଟି ପର୍ଯ୍ୟାୟରେ ବାଘ ଗଣନା, ଦେଢ଼ ମାସ ଧରି ଚାଲିବ ପ୍ରକ୍ରିୟା

ଗୋଟେ ସମୟରେ ମଧ୍ୟ ପ୍ରଦେଶରେ ବାଘ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଥିଲା। ୨୦୦୬ରେ ରାଜ୍ୟରେ ମାତ୍ର ୩୦୦ଟି ବାଘ ଥିଲା। ପୁଣି ୨୦୧୦ ବେଳକୁ ଏହି ସଂଖ୍ୟାରେ ଆହୁରି ହ୍ରାସ ଘଟି ୨୫୭ରେ ପହଞ୍ଚିଥିଲା। ଫଳରେ ସର୍ବାଧିକ ବାଘ ଥିବା ରାଜ୍ୟ ତାଲିକାରେ ମଧ୍ୟ ପ୍ରଦେଶ କର୍ଣ୍ଣାଟକ ଠାରୁ ପଛରେ ପଡ଼ିଯାଇଥିଲା।

50 years of Project Tiger: India considers translocating a few big cats to  Cambodia | India News - The Indian Express

ଏହାପରେ ରାଜ୍ୟରେ ବାଘ ସଂଖ୍ୟା ବଢ଼ାଇବା ଓ ସେମାନଙ୍କର ସୁରକ୍ଷା ନେଇ ମଧ୍ୟପ୍ରଦେଶ ସରକାର ଦୃଢ଼ ଉଦ୍ୟମ ଆରମ୍ଭ କରିଦେଲେ। ମାତ୍ର ୪ ବର୍ଷ ପରେ ରାଜ୍ୟ ସରକାରଙ୍କର ପରିଶ୍ରମ ଫଳ ମିଳିଲା। ୨୦୧୪ ବେଳକୁ ରାଜ୍ୟରେ ବାଘ ସଂଖ୍ୟା ବଢ଼ି ୪୦୬ ଛୁଇଁଥିଲା। ଆଉ ୨୦୧୮ ବେଳକୁ ଏହି ସଂଖ୍ୟା ୫୨୬ ହୋଇଯାଇଥିଲା। ଆଉ କର୍ଣ୍ଣାଟକ ସରକାର ପଛରେ ପଡ଼ିଯାଇଥିଲେ। କାରଣ ୨୦୧୮ରେ କର୍ଣ୍ଣାଟକରେ ମାତ୍ର ୫୨୪ ବାଘ ରହିଥିଲେ।  ମଧ୍ୟପ୍ରଦେଶରେ ୬ ଟି ଟାଇଘର ରିଜର୍ଭ ରହିଛି। ସେଗୁଡ଼ିକା ହେଲା- କାହ୍ନା, ବାନ୍ଧବଗଡ, ପନ୍ନା, ପେଞ୍ଚ, ସତପୁରା ଏବଂ ସଞ୍ଜୟ-ଦୁବ୍ରି ଟାଇଗର ରିଜର୍ଭ।

India mulls over sending big cats to Cambodia under Project Tiger: What is  it? All you need to know about it | News9live

ଓଡ଼ିଶାରେ ବାଘ ସ୍ଥିତି କ'ଣ ?

ମଧ୍ୟପ୍ରଦେଶ, କର୍ଣ୍ଣାଟକ ଭଳି ରାଜ୍ୟଗୁଡ଼ିକରେ ବାଘ ସଂଖ୍ୟା ୫୦୦ରୁ ଅଧିକ ରହିଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ବାଘ ସ୍ଥିତି ଦୟନୀୟ ରହିଛି। ଓଡ଼ିଶାରେ ବାଘ ସଂଖ୍ୟା ୧୦୦ ତ ଦୂରର କଥା ଏହାର ଅଧା ବି ହୋଇପାରି ନାହିଁ।

ରାଜ୍ୟରେ ଓଲଟି ବାଘ ସଂଖ୍ୟା କମି ଚାଲିଛି। ରାଜ୍ୟରେ ଦୁଇଟି ବ୍ୟାଘ୍ର ସଂରକ୍ଷଣ(ସାତକୋଶିଆ, ସିମିଳିପାଳ) ଥିବା ବେଳେ ଶିମିଳିପାଳରେ ବଢ଼ିଛି ବାଘ ସଂଖ୍ୟା ବଢିଛି। ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି। ୨୦୧୮ରେ ଶିମିଳିପାଳରେ ବାଘ ସଂଖ୍ୟା ୮ ଥିବା ବେଳେ ବର୍ତ୍ତମାନ ଏହା ୧୬କୁ ବୃଦ୍ଧି ପାଇଛି।

କିନ୍ତୁ ରାଜ୍ୟରେ ବାଘ ସଂଖ୍ୟା ହ୍ରାସ ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ମିଳିଥିବା ସୂଚନା ଅନୁସାରେ,୨୦୧୮ରେ ଓଡ଼ିଶାରେ ୨୮ଟି ବାଘ ଥିବା ବେଳେ ୨୦୨୨ରେ ସଂଖ୍ୟା ୨୦କୁ ଖସି ଆସିଛି।

ରାଷ୍ଟ୍ରୀୟ ବ୍ୟାଘ୍ର ସରକ୍ଷଣ ପ୍ରାଧିକରଣ(NTCA) ରିପୋର୍ଟ ଅନୁସାରେ, ୨୦୦୬ରେ ଓଡ଼ିସାରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସି ଆସିଥିଲା। ଏହାପରେ ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ପାଖାପାଖି ଅଧା ଖସିଆସି ୨୮ ହୋଇଥିଲା।

ଅନ୍ୟପଟେ ରାଜ୍ୟ ସରକାରଙ୍କ ବାଘ ଗଣନା ଅନୁଯାୟୀ, ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଅସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.