IPL 2025 Auction : ପ୍ରଥମ ଦିନରେ ରେକର୍ଡ, ୭୨ ଖେଳାଳିଙ୍କୁ ୪୬୭ କୋଟିରେ କିଣାବିକା

Published By : Prameya-News7 Bureau | November 25, 2024 IST

ମୁମ୍ବାଇ ୨୫।୧୧ : ଆଇପିଏଲ୍‌ ୨୦୨୫ । ରବିବାର ହୋଇଥିବା ମେଗା ଅକ୍ସନର ପ୍ରଥମ ଦିନ ଖୁବ୍‌ ରୋମାଞ୍ଚକର ଥିଲା । ନିଲାମର ପ୍ରଥମ ଦିନରେ ମୋଟ ୭୨ ଖେଳାଳି ବିକ୍ରି ହୋଇଛନ୍ତି ।ଏହି ସମୟରେ ୧୦ଟି ଟିମ୍‌ ମୋଟ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରିଷଭ ପନ୍ଥ ସବୁଠୁ ଅଧିକ ଦାମ୍‌ରେ ବିକ୍ରିରେ ହୋଇଥିବା ବେଳେ ଜୋସ୍‌ ବଟଲର ବିଦେଶୀ ଖେଳାଳି ଭାବେ ଦାମୀ ଖେଳାଳି ସାଜିଛନ୍ତି । ପନ୍ଥଙ୍କୁ ୨୭ କୋଟି ଲକ୍ଷ୍ନୌ ସୁପର ଜାଏଣ୍ଟସ କିଣିଥିବା ବେଳେ ବଟଲରଙ୍କୁ ୧୫.୭୫ କୋଟି ଟଙ୍କାରେ କିଣିଛି ଗୁଜୁରାଟ ଟାଇଟନ୍ସ । 

ସେହିପରି ସୋମବାର ଦିନ ମଧ୍ୟ ମେଗା ଅକ୍ସନ ଚାଲିବ । ଭାରତୀୟ ସମୟ ଅନୁସାରେ ସାଢେ ୩ଟାରେ ଅକ୍ସନର ଆରମ୍ଭ ହେବ । ଯେଉଁଥିରେ ଅନେକ ଖେଳାଳି ସାମିଲ ଅଛନ୍ତି । ଯେପରି ଆଜିଙ୍କ୍ୟ ରାହାଣେ, ଫାପ୍‌ ଡୁ ପ୍ଲେସି ପରି ଖେଳାଳି ରହିଛନ୍ତି । 

ତେବେ ଆସନ୍ତୁ ଜାଣିବା ଆଇପିଏଲ୍‌ ମେଗା ଅକ୍ସନର ପ୍ରଥମ ଦିନରେ କେଉଁ ଖେଳାଳି କେତେରେ ବିକ୍ରି ହୋଇଛନ୍ତି…

ରିଷଭ ପନ୍ଥ- ୨୭ କୋଟି- ଲକ୍ଷ୍ନୌ ସୁପର ଜାଏଣ୍ଟସ

ଶ୍ରେୟସ୍‌ ଆୟର- ୨୬.୭୫ କୋଟି- ପଞ୍ଜାବ କିଙ୍ଗସ

ଭେଙ୍କଟେସ୍‌ ଆୟର- ୨୩.୭୫ କୋଟି- କୋଲକାତା ନାଇଟ୍‌ ରାଇଡର୍ସ

ୟୁଜବେନ୍ଦ୍ର ଚହଲ- ୧୮ କୋଟି- ପଞ୍ଜାବ କିଙ୍ଗସ

ଅର୍ଶଦୀପ ସିଂହ- ୧୮ କୋଟି- ପଞ୍ଜାବ କିଙ୍ଗସ୍‌

ଜୋସ୍‌ ବଟଲର- ୧୫.୭୫ କୋଟି- ଗୁଜୁରାଟ ଟାଇଟନ୍ସ

କେଏଲ୍‌ ରାହୁଲ୍‌- ୧୪ କୋଟି- ଦିଲ୍ଲୀ କ୍ୟାପିଟାଲ୍ସ

ଟ୍ରେଣ୍ଟ ବୋଲ୍ଟ- ୧୨.୫୦ କୋଟି- ମୁମ୍ବାଇ ଇଣ୍ଡିଆନ୍ସ

ଜୋସ୍‌ ହେଜେଲ୍‌ହୁଡ୍‌- ୧୨.୫୦ କୋଟି- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ମହମ୍ମଦ ସିରାଜ- ୧୨.୨୫ କୋଟି- ଗୁଜୁରାଟ ଟାଇଟନ୍ସ

ମିଚେଲ୍‌ ଷ୍ଟାର୍କ- ୧୧.୭୫ କୋଟି- ଦିଲ୍ଲୀ କ୍ୟାପିଟାଲ୍ସ

ପିଲ୍‌ ସଲ୍ଟ- ୧୧.୫୦ କୋଟି- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଜିତେଶ ଶର୍ମା- ୧୧ କୋଟି- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ରବିଚନ୍ଦ୍ରନ ଅଶ୍ୱିନୀ- ୯.୭୫ କୋଟି- ଚେନ୍ନାଇ ସୁପର କିଙ୍ଗସ

ନୁର୍‌ ଅହମ୍ମଦ- ୧୦ କୋଟି- ଚେନ୍ନାଇ ସୁପର କିଙ୍ଗସ

ଲିଆମ୍‌ ଲିଭିନ୍‌ଷ୍ଟୋନ୍‌- ୮.୭୫ କୋଟି

ଜୋଫ୍ରା ଆର୍ଚର- ୧୨.୫୦ କୋଟି- ରାଜସ୍ଥନା ରୟାଲ୍ସ

ଇଶାନ୍‌ କିଷାନ୍- ୧୧.୨୫ କୋଟି- ସନରାଇଜର୍ସ ହାଇଦ୍ରାବାଦ୍‌

ମହମ୍ମଦ ସାମି- ୧୦ କୋଟି ସନରାଇଜର୍ସ ହାଇଦ୍ରାବାଦ୍‌

କଗିସୋ ରାବାଡ଼ା- ୧୦.୭୫ କୋଟି- ଗୁଜୁରାଟ ଟାଇଟନ୍ସ

ପ୍ରସିଦ୍ଧ କ୍ରିଷ୍ଣା- ୯.୫୦ କୋଟି - ଗୁଜୁରାଟ ଟାଇଟନ୍ସ

ଟି. ନଟରାଜନ- ୧୦.୭୫ କୋଟି- ଦିଲ୍ଲୀ କ୍ୟାପିଟାଲ୍ସ

ମହେଶ ତୀକ୍ଷ୍ମଣା- ୪.୪ କୋଟି- ରାଜସ୍ଥାନ ରୟାଲ୍ସ

  • BCCI
  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.