ଟିମ୍ ଇଣ୍ଡିଆର ବକ୍ସିଂ ଡେ ଟେଷ୍ଟ ଜିତିବା ମୁସ୍କିଲ ? ଗାଭାସ୍କର କହିଲେ- ଯଦି ଏମିତି ହୁଏ...

Published By : Prameya-News7 Bureau | December 29, 2024 IST

ମେଲବର୍ଣ୍ଣ: ଭାରତ ଅଷ୍ଟ୍ରେଲିଆର ନିମ୍ନକ୍ରମ ବ୍ୟାଟରଙ୍କୁ କ୍ରିଜରେ ତିଷ୍ଠି ରହିବାକୁ ସୁ୍ଯୋଗ ଦେଇ ମେଲବର୍ଣ୍ଣ ଟେଷ୍ଟ ଜିତିବାର ସମ୍ଭାବନାକୁ କମ କରି ଦେଇଛି। ଚତୁର୍ଥ ଦିନର ଖେଳରେ ଏକଦା ୮ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିବା ଅଷ୍ଟ୍ରେଲିଆ ଦିନର ଖେଳ ଶେଷ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ୨୨୮ ରନ କରିଛି। ଫଳରେ ଅଷ୍ଟ୍ରେଲିଆ ୩୩୩ ରନର ଅଗ୍ରଣୀ ହାସଲ କରି ନେଇଛି ଏବଂ ମ୍ୟାଚ୍ ଆହୁରି ରୋମାଞ୍ଚକର ହୋଇ ଯାଇଛି।

ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ଗାଭାସ୍କର କହିଛନ୍ତି, ମୋତେ ଲାଗୁଛି ଭାରତ ସୁଯୋଗ ହାତଛଡ଼ା କରି ଦେଲା। ଚା ପାନ ବିରତି ସୁଦ୍ଧା ମ୍ୟାଚ୍‌ରେ ଭାରତର ପଲ୍ଲା ଭାରି ରହିଥିଲା।ଏହା ପରେ ପାଟ୍ କମିନ୍ସ, ନାଥନ ଲିୟୋନ ଓ ସ୍କଟ ବୋଲାଣ୍ଡ ଭାରତୀୟ ବୋଲରଙ୍କୁ ଖୁବ୍ ନିରାଶ କରିଛନ୍ତି। ଅଷ୍ଟ୍ରେଲିଆ ୩୩୩ ରନର ଅଗ୍ରଣୀ ହାସଲ କରି ନେବାରୁ ଭାରତର ବିଜୟ ମୁସ୍କିଲ ହୋଇ ଯାଇଛି। ଅଷ୍ଟ୍ରେଲିଆର ଅଷ୍ଟମ, ନବମ ଓ ୧୧ମ କ୍ରମର ବ୍ୟାଟର ପ୍ରାୟ ୩୫ ଓଭର ଖେଳି ଭାରତର ବିଜୟରେ ଗ୍ରହଣ ଲଗାଇଛନ୍ତି। ଏଥିରେ କମିନ୍ସ(୯୦ ବଲରେ ୪୧ ରନ), ଲିୟୋନ(୫୪ ବଲରେ ଅପରାଜିତ ୪୧ ରନ) ଓ ବୋଲାଣ୍ଡ(୬୫ବଲରେ ଅପରାଜିତ ୧୦ ରନ) ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ଦଳ ଉପରେ ଥିବା ପରାଜୟ ବାଦଲକୁ କାଢିବାରେ ସଫଳ ହୋଇଛନ୍ତି।

Also read: ପ୍ରଥମ ଦଳ ଭାବେ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, କିଏ ହେବ ଦ୍ଵିତୀୟ ଦଳ ?

ସେ କହିଛନ୍ତି, ଯଦି ଆମେ ନିମ୍ନକ୍ରମର ବ୍ୟାଟରଙ୍କୁ ଶୀଘ୍ର ଆଉଟ୍ କରିଥାନ୍ତେ ତେବେ ଆମକୁ ୨୬୦-୨୭୦ ରନର ବିଜୟ ଲକ୍ଷ୍ୟ ମିଳିଥାନ୍ତା। ଏପରିକି ରବିବାର ଗୋଟିଏ ଘଣ୍ଟା ବ୍ୟାଟିଂ କରି ୩୦-୪୦ ରନ କରି ପାରିଥାନ୍ତେ। ଗାଭାସ୍କର କହିଛନ୍ତି, ଏବେ ଭାରତୀୟ ବୋଲରଙ୍କୁ ଶେଷ ଓ୍ଵିକେଟ୍ ନେବା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍, କାରଣ ଅଷ୍ଟ୍ରେଲିଆ ଏତେ ଶୀଘ୍ର ଇନିଂସ ଘୋଷଣା କରିବ ନାହିଁ।  କଣ ଭାରତ ଏବେ ବି ମ୍ୟାଚ୍ ଜିତି ପାରିବ ପ୍ରଶ୍ନର ଉତ୍ତରରେ ଗାଭାସ୍କର କହିଛନ୍ତି, ଆମେ ୨୦୨୧ରେ ଗାବାରେ ଶେଷ ଦିନରେ ୩୨୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିଲେ। ଏଥିପାଇଁ ଆମକୁ ଭଲ ଆରମ୍ଭ ଦରକାର। ଆମକୁ ସେହି  ଆରମ୍ଭ ଦରକାର   ଯେମିତି ସେହ୍ଵାଗ ଆମକୁ ଦିଅନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.