ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରୁଛି ଇସ୍ରାଏଲ, ୨ ଦିନରେ ୬୧ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | September 07, 2024 IST

News7

ନୂଆଦିଲ୍ଲୀ: ଦକ୍ଷିଣ ଗାଜା ସୀମାରେ ଥିବା ଦୁଇଟି ଆବାସିକ ଘରକୁ ଟାର୍ଗେଟ କଲା ଇସ୍ରାଏଲ। ଆକ୍ରମଣରେ ଅତି କମରେ ୬୦ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ସୁରକ୍ଷା ମନ୍ତ୍ରାଳୟ କହିଛି ଯେ ଇସ୍ରାଏଲର ବିମାନ କେନ୍ଦ୍ରୀୟ ଗାଜାର ନୁସରାଟ ଶରଣାର୍ଥୀ ଶିବିରର ଉପରେ ଆଟାକ୍‌ କରିଛି। ଏୟାର ଷ୍ଟ୍ରାଇକରେ ୫୦ରୁ ଅଧିକ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଧ୍ୱସାଂବଶେଷ ତଳେ ଫସି ରହିଥିଲେ।

ଶୁକ୍ରବାର ଦିନ ଦକ୍ଷିଣ ଗାଜାର ମଧ୍ୟଭାଗରେ ଥିବା ଖାନ ୟୁନିସରେ ଇସ୍ରାଏଲର ଏକ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ବୋଲି ପାଲେଷ୍ଟାଇନ ସିଭିଲ ଡିଫେନ୍ସ ଏକ ବିବୃତ୍ତିରେ କହିଛି। ଇସ୍ରାଏଲ ସେନା ଏହି ଘଟଣା ସମ୍ପର୍କରେ କୌଣସି ବିବୃତ୍ତି ଦେଇନାହାଁନ୍ତି। 

ଶୁକ୍ରବାର ସକାଳେ ମେଡିକାଲ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ରୀୟ ଗାଜା ଷ୍ଟ୍ରିପକୁ ଟାର୍ଗେଟ କରି ଇସ୍ରାଏଲର ଯୁଦ୍ଧ ବିମାନ ଏୟାର ଷ୍ଟ୍ରାଇକରେ ଅନେକ ଶିଶୁଙ୍କ ସମେତ ୧୮ ପାଲେଷ୍ଟାନୀୟଙ୍କ ମୃତ୍ୟୁ ଘଟିଛି। ବିସ୍ଥାପିତଙ୍କ ପାଇଁ ସ୍ଥାପିତ ତମ୍ବୁ ଉପରେ ଏହି ଆକ୍ରମଣ ଘଟିଛି, ଯାହା ମାନବିକ ନିରାପତ୍ତା ଅଞ୍ଚଳ। ଗାଜା ଅଞ୍ଚଳକୁ ଅବରୋଧ ଦ୍ୱାରା ଖାଦ୍ୟ, ବିଶୁଦ୍ଧ ଜଳ ଏବଂ ଔଷଧର ଅଭାବ ଦେଖାଦେଇଛି ଏବଂ ଏହି ଅଞ୍ଚଳର ଅନେକ ଅଂଶ ଧ୍ୱଂସ ହୋଇଯାଇଛି। ଗାଜାରେ କାର୍ଯ୍ୟକଳାପ ପାଇଁ ଇସ୍ରାଏଲ ଅନ୍ତର୍ଜାତୀୟ କୋର୍ଟରେ ଜନଶୁଣାଣି ଅଭିଯୋଗ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.