ମନ୍ତ୍ରୀଙ୍କ ଗାଡ଼ି ଆଗରେ ବେଆଇନ ପାର୍କିଂ କରି ପଳାଇଲେ, କଟିଲା ୧୨ ହଜାର ୫ ଶହ ଟଙ୍କାର ଚାଲାଣ

Published By : Prameya-News7 Bureau | October 19, 2024 IST

ଯାଜପୁର ୧୯।୧୦: ବେଆଇନ ପାର୍କିଂରେ ଗାଡ଼ି ରଖି ପଳେଇଲେ ଡ୍ରାଇଭର । ଅଟକି ରହିଲା ମନ୍ତ୍ରୀଙ୍କ ଗାଡ଼ି । କିଛି ସମୟ ଅଟକିଲେ ମନ୍ତ୍ରୀ । ସଂପୃକ୍ତ ଗାଡ଼ିର କଟିଲା ଫାଇନ୍ । ଏଭଳି ଘଟଣା ଘଟିଛି ଯାଜପୁରରେ ।

ସୂଚନାଯୋଗ୍ୟ ଯେ, ଜଣେ ମନ୍ତ୍ରୀ ଶୁକ୍ରବାର ଯାଜପୁର ଗସ୍ତରେ ଆସିଥିଲେ । ସେ ପ୍ରଥମେ ଯାଜପୁରରେ ପହଞ୍ଚି ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିଲେ । ସେହି ସମୟରେ ସଂପୃକ୍ତ ବ୍ୟକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବେଆଇନ ଭାବେ କାର୍ ପାର୍କିଂ କରି ପଳାଇଥିଲେ । ଯେଉଁଥି ପାଇଁ ମନ୍ତ୍ରୀଙ୍କ ଗାଡ଼ି ସହ ମନ୍ତ୍ରୀ ମଧ୍ୟ କିଛି ସମୟ ଅଟକି ରହିଥିଲେ । କିଛି ସମୟ ପରେ ଗାଡି ରଖିଥିବା ବ୍ୟକ୍ତି ଆସି ଗାଡ଼ିକୁ ସାଇଡ୍ କରିବାରୁ ମନ୍ତ୍ରୀଙ୍କ ଗାଡ଼ି ଯାଇପାରିଥିଲା । 

ତେବେ ଉକ୍ତ ଗାଡ଼ିର ଚାଲାଣ କଟିଥିବା ଜଣାପଡିଛି । ବେଆଇନ ପାର୍କିଂ, ଗାଡ଼ିର ପଲ୍ୟୁସନ୍ ନଥିବାରୁ ଉକ୍ତ ଗାଡ଼ିର ୧୨,୫୦୦ ଟଙ୍କାର ଚାଲାଣ କଟାଯାଇଥିବା ଜଣାପଡିଛି । ଏହି ଫାଇନ ଯାଜପୁର RTO ବିଭାଗ ଦ୍ବାରା ଏହି ଚାଲାଣ କଟିଛି ।

You Can Read:

ନିର୍ବାଚନ ବେଳେ ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ ଆମ ସରକାର ଆସିଥାନ୍ତା : ନୃସିଂହ ସାହୁ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.