ନିର୍ବାଚନ ବେଳେ ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ ଆମ ସରକାର ଆସିଥାନ୍ତା : ନୃସିଂହ ସାହୁ

Published By : Prameya-News7 Bureau | October 19, 2024 IST

ଭୁବନେଶ୍ବର ୧୯।୧୦: ନିର୍ବାଚନ ବେଳେ ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ ତେବେ ରେଜଲ୍ଟ ଭଲ ହୋଇଥାନ୍ତା ଆମ ସରକାର ଆସିଥାନ୍ତା । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ନୃସିଂହ ଚରଣ ସାହୁ । ସେ କହିଛନ୍ତି, ଭି.କେ. ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ ରହିଛି । ନବୀନ ପଟ୍ଟନାୟକ ହାତ ହଲାଇ ଦେଲେ ଭୋଟ୍ । ତେଣୁ ନବୀନ ପଟ୍ଟନାୟକ ନବୁଲି ଅନ୍ୟ ଯିଏ ପ୍ରଚାର କଲେ କେମିତି ହେବ ବୋଲି କହି ତେର୍ଚ୍ଛା ବାଣ ମାରିଲେ ବିଜେଡି ବରିଷ୍ଠ ନେତା ନୃସିଂହ ସାହୁ । ନୃସିଂହ ଆହୁରି କହିଛନ୍ତି, ବିଭିନ୍ନ ସ୍ଥାନରେ ଟିକେଟ୍‌କୁ ନେଇ ଅସନ୍ତୋଷ ଥିଲା । ରାଜ୍ୟ ସ୍ତରୀୟ ଫ୍ୟାକ୍ଟର ତାହା ନ ହେଲେ ବି କିଛି ସିଟ୍ ଟିକେଟ ଅସନ୍ତୋଷ ପାଇଁ ଆମ ହାତରୁ ଚାଲି ଯାଇଛି । ଏଭଳି ବିଭିନ୍ନ କାରଣ ପାଇଁ ବିଜେଡି ତାର ନିର୍ବାଚନୀ ପ୍ରଦର୍ଶନ ବହୁତ ଖରାପ କରିଛି । ଆଉ ଲୋକ ପରିବର୍ତ୍ତନ ଚାହୁଁଥିଲେ ତାର ପ୍ରତିଫଳନ ହୋଇଛି ଏଇ ନିର୍ବାଚନରେ ବୋଲି ନୃସିଂହ କହିଛନ୍ତି । 

You Can Read:

ପରାଜୟର ୪ କାରଣ - ପ୍ରାର୍ଥୀ, ଦଳ ଓ ଦଳ ସଭାପତି, କର୍ମକର୍ତ୍ତା ଓ ପାଣ୍ଠି : ପଦ୍ମନାଭ ବେହେରା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.