ପରାଜୟର ୪ କାରଣ - ପ୍ରାର୍ଥୀ, ଦଳ ଓ ଦଳ ସଭାପତି, କର୍ମକର୍ତ୍ତା ଓ ପାଣ୍ଠି : ପଦ୍ମନାଭ ବେହେରା

Published By : Prameya-News7 Bureau | October 19, 2024 IST

ଭୁବନେଶ୍ବର ୧୯।୧୦: ବିଜେଡ଼ି ପରାଜୟର ୪ କାରଣ କହିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ପଦ୍ମନାଭ ବେହେରା । ପରାଜୟର ୪ କାରଣ ହେଲା ପ୍ରାର୍ଥୀ, ଦଳ ଓ ଦଳର ସଭାପତି, କର୍ମକର୍ତ୍ତା ଓ ପାଣ୍ଠି । ଆମ ଇସ୍ତାହାର ଠାରୁ ବିଜେପି ଇସ୍ତାହାର ଲୋକଙ୍କୁ ଆକର୍ଷିତ କଲା ।   ସୁଭଦ୍ରା,  ଧାନ ଏମ୍‌ଏସ୍‌ପି ୩୧୦୦ ଟଙ୍କା, ମାଗଣା ବିଜୁଳି ଭଳି ବଡ଼ ବଡ଼ କଥା କହିଲେ ।   ଆମେ ଆମ ଇସ୍ତାହାର ପାଇଁ ଅନେକ ପ୍ରସ୍ତାବ ଦେଇଥିଲୁ ସେଥିରୁ କିଛି ଗ୍ରହଣ ହେଲା କିଛି ଗ୍ରହଣ ହେଲାନି । ନବୀନ ବାବୁ ନିର୍ବାଚନୀ ପ୍ରଚାରକୁ ଯାଇଥିଲେ । କିନ୍ତୁ ଆଉ ଟିକେ ଅଧିକ ପ୍ରଚାର କରିଥିଲେ ଭଲ ହୋଇଥାନ୍ତା । ପରାଜୟ ପରେ ଆମେ ସବୁ ବିଷୟରେ ଦଳପତିଙ୍କୁ ଜଣାଇଛୁ । ସେ ସମୀକ୍ଷା କରୁଛନ୍ତି। ପଦକ୍ଷେପ ନେବେ । ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କ ବ୍ୟକ୍ତିଗତ ମତ ଦେଇଛନ୍ତି । ତାଙ୍କ କଥାରେ ସତ୍ୟତା ରହିଛି ନା ନାହିଁ ମୁଁ କହିପାରିବିନି ।  ସେ ଏବେ ଅନ୍ୟ ଦଳରେ ବୋଲି ପଦ୍ମନାଭ ବେହେରା କହିଛନ୍ତି । 

You Can Read:

ସୁତୁଲି ବାଣ ତିଆରି ବେଳେ ବିସ୍ଫୋରଣ, ୫ ଜଣ ଦଶମ ଶ୍ରେଣୀ ଛାତ୍ର ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.