ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପିର ପ୍ରଥମ ଲିଷ୍ଟ, ଷଢେଇକଳାରୁ ଚମ୍ପାଇ ସୋରେନ, ପୂର୍ବ ଜାମସେଦପୁରରୁ ରଘୁବର ଦାସଙ୍କ ବୋହୂ

Published By : Prameya-News7 Bureau | October 19, 2024 IST

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜ ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଜାରି କରିଛି । ପ୍ରଥମ ତାଲିକାରେ ୬୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବିଜେପି ଅଧ୍ୟକ୍ଷ ବାବୁଲାଲ୍ ମାର୍ଣ୍ଡିଙ୍କୁ ଧାନୱାର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରାଯାଇଛି । ସେହିପରି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଷଢେଇକଳାରୁ ପ୍ରାର୍ଥୀ କରାଯାଇଛି ।

ଜାମତାଡ଼ା ଆସନରୁ ସୀତା ସୋରେନ, କୋଡରମାରୁ ନୀରା ଯାଦବ, ଗଣ୍ଡେୟରୁ ସୁନିୟା ଦେବୀ, ସିନ୍ଦରୀରୁ ତାରା ଦେବୀ, ନିରସାରୁ ଅପର୍ଣ୍ଣା ସେନଗୁପ୍ତା, ଝରିଆରୁ ରାଗିନୀ ସିଂହ, ଚାଇବାସାରୁ ଗୀତା ବଲମୁଚୂ, ଛତରପୁରରୁ ପୁଷ୍ପା ଦେବୀଙ୍କୁ ବିଜେପି ଟିକଟ ଦେଇଛି । ପୂର୍ବ ଜାମସେଦପୁରରୁ ପୂର୍ଣ୍ଣିମା ଦାସ ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି । ପୂର୍ଣ୍ଣିମା ହେଉଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ।


ଉଲ୍ଲେଖଯୋଗ୍ୟ ଯେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ୱର ୧୩ରେ ପ୍ରଥମ ଏବଂ ନଭେମ୍ୱର ୨୦ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ପ୍ରଥମ ପର୍ଯ୍ୟାୟରେ ୪୩ ବିଧାନସଭା ଆସନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୮ ସିଟ୍ ପାଇଁ ମତଦାନ ହେବ । ଝାଡ଼ଖଣ୍ଡରେ ଏନଡିଏର ମୁକାବିଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସହ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.