ବାତ୍ୟାର ନାମକରଣ କିଏ କରନ୍ତି ? ମହିଳାଙ୍କ ନାଁରେ କାହିଁକି କରାଯାଏ ନାମିତ...

Published By : Prameya-News7 Bureau | October 20, 2024 IST

ନୂଆଦିଲ୍ଲୀ ୨୦।୧୦:  ସାଇକ୍ଲୋନ୍‌ ବା ବାତ୍ୟା । ଦେଶ ଅନୁଯାୟୀ ବଦଳିଯାଏ ବାତ୍ୟାର ନାଁ । କେଉଁଠି ଚକ୍ରବାତି ତ ଆଉ କେଉଁଛି ସାଇକ୍ଲୋନ୍‌ କିମ୍ବା ଟାଇଫୁନ । ଦୁନିଆରେ ୧୦୦ରୁ ଅଧିକ ବାତ୍ୟା ଆସିଥାଏ । ଏଥି ମଧ୍ୟରୁ କିଛି ବାତ୍ୟାର ତୀବ୍ରତା କମ୍‌ ରହିଥାଏ । ଯାହା ଦିନେ କି ଦୁଇ ଦିନ ହୋଇ ସେହି ସମୁଦ୍ରରେ ହିଁ ଶେଷ ହୋଇଯାଏ । ତେବେ ଅଧିକ ତୀବ୍ରତାର ବାତ୍ୟା ସବୁକିଛି ନଷ୍ଟ କରିଦିଏ । ନିକଟରେ ଆସିପାରେ ବାତ୍ୟା ‘ଦାନା’ । ପୁଣି ସୃଷ୍ଟି କରିପାରେ ବିପର୍ଯ୍ୟୟ । ଅନେକ ସମୟରେ ବାତ୍ୟାର ନାଁ ମହିଳାଙ୍କ ନାମରେ ଦିଆଯାଇଥାଏ । କିନ୍ତୁ ଏପରି କାହିଁକି ?  

ମହିଳା କି ପରୁଷ ନାମରେ ନାମିତ ସାଇକ୍ଲୋନର ତୀବ୍ରତାରେ କୌଣସି ପରିବର୍ତ୍ତନ ହୋଇନଥାଏ । କିନ୍ତୁ ସମସ୍ତଙ୍କର ଧାରଣା ବଦଳିଯାଇଥାଏ । ମହିଳା ନାମରେ ନାମିତ ସାଇକ୍ଲୋନନର ବିପଦକୁ ପ୍ରାୟତଃ କମ୍‌ କରି ଅଙ୍କା ଯାଇଥାଏ । କାହିଁକି ନା ମହିଳାମାନେ ଉଷ୍ମ ଏବଂ ଯତ୍ନଶୀଳ ବୋଲି ଧାରଣା ରହିଛି । ଏଥିପାଇଁ ଲୋକମାନେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତିନି । ଯେଉଁ କାରଣରୁ ଅଧିକ ବିନାଶ ହୋଇଥାଏ । ଏହା ଆମେ କହୁନୁ ଏକଥା ଅଧ୍ୟୟନରୁ ସଠିକ୍‌ ପ୍ରମାଣିତ ହୋଇଛି ।  

ରିସର୍ଚ୍ଚ ଅନୁଯାୟୀ ମହିଳାଙ୍କ ନାଁରେ ନାମିତ ହୋଇଥିବା ସାଇକ୍ଲୋନ ଅଧିକ ପ୍ରଭାବଶାଳୀ ହୋଇଥାଏ । ଏହା ପୁରୁଷ ନାଁ ଦିଆଯାଇଥିବା ବାତ୍ୟାଠାରୁ ବେଶ୍‌ ଅଧିକ ପ୍ରଭାବ ପକାଇଥାଏ । ୨୦୧୪ରେ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ଅଫ୍ ଆମେରିକାର ସାଇକ୍ଲୋନର ପୁରୁଷ ଏବଂ ମହିଳା ଆଧାରିତ ନାମକୁ ନେଇ ରିସର୍ଚ୍ଚ କରିଥିଲେ । ଏଥିରେ ଗତ ୬୦ ବର୍ଷରେ ହୋଇଥିବା ସାଇକ୍ଲୋନର ଅଧ୍ୟୟନ କରାଯାଇଥିଲା । ଆମେରିକାରେ ପୁରୁଷମାନଙ୍କ ନାମରେ ନାମିତ ସାଇକ୍ଲୋନ୍‌ରେ ହାରାହାରି ୧୫.୧୫ ପ୍ରତିଶତ ମୃତ୍ୟୁ ହୋଇଥିଲା । କିନ୍ତୁ ମହିଳାଙ୍କ ନାମରେ ନାମିତ ଏହି ସାଇକ୍ଲୋନରେ ହାରାହାରି ୪୧.୮୪ ପ୍ରତିଶତ ମୃତ୍ୟୁ ହୋଇଥିଲା । 

ବାସ୍ତବରେ ସାଇକ୍ଲୋନ୍‌ର ନାମକରଣ ୧୯୪୫ ପୂର୍ବରୁ ନଥିଲା । ଯେଉଁଥିପାଇଁ ପାଣିପାଗ ବିଜ୍ଞାନୀ ଅନେକ  ସମସ୍ୟାର ସମ୍ମୁଖୀନ ହେଉଥିଲେ ।  ଯେତେବେଳେ ସେ କୌଣସି ସାଇକ୍ଲୋନ ବିଷୟରେ ତଥ୍ୟ ରଖୁଥିଲେ, ସେତେବେଳେ ସାଇକ୍ଲୋନ୍‌ର ବର୍ଷ ଲେଖିବାକୁ ପଡୁଥିଲା । ଯଦି ବର୍ଷ ଲେଖିବାରେ ସାମାନ୍ୟ  ତ୍ରୁଟି ହେଉଥିଲା ତେବେ ସବୁକିଛି ବଦଳି ଯାଇଥିଲା । ଏହି ସମସ୍ୟାର ମୁକାବିଲା ପାଇଁ ୧୯୪୫ ପରଠାରୁ ବିଶ୍ୱ ପାଣିପାଗ ସଂଗଠନ ସାଇକ୍ଲୋନର ନାମ ଦେବା ପାଇଁ ନିଷ୍ପତ୍ତି ନେଇଥିଲା ଏବଂ ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ସମସ୍ତ ସାଇକ୍ଲୋନର ନାଁ ଦିଆଯାଉଛି ।   

ଏବେ ପ୍ରଶ୍ନ ଆସୁଛି କିଏ କରିଥାଏ ସାଇକ୍ଲୋନ୍‌ର ନାମକରଣ ? ବିଭିନ୍ନ ଦେଶର ପାଣିପାଗ ବିଭାଗ ଦ୍ବାରା ସାଇକ୍ଲୋନର ନାଁ ସ୍ଥିର କରିବାକୁ ବିଭିନ୍ନ କମିଟି ରହିଛି । ଏହି କମିଟିଗୁଡିକ ପୃଥିବୀର ବିଭିନ୍ନ ସ୍ଥାନରେ ହେଉଥିବା ସାଇକ୍ଲୋନ୍‌ ଉପରେ ନଜର ରଖିଥାଏ । ବିଶ୍ବର ପାଣିପାଗ ବିଭାଗ ଅଧିକାଂଶ ବାତ୍ୟାର ନାମକରଣ କରି ସମାଲୋଚନାର ସମ୍ମୁଖୀନ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.