କଲେଜ୍‌ ଡ୍ରପଆଉଟ୍‌ ପରେ ବି ସଫଳ, ବ୍ୟବସାୟ ଜରିଆରେ କରୁଛନ୍ତି ରାଜ୍‌; ଜାଣନ୍ତୁ ଏମାନେ ସବୁ କିଏ ?

Published By : Prameya-News7 Bureau | October 19, 2024 IST

ନୂଆଦିଲ୍ଲୀ ୧୯।୧୦: କଲେଜ୍‌ ଡିଗ୍ରୀ, ନିଶ୍ଚିତ ରୂପେ ଜଣେ ବ୍ୟକ୍ତିଙ୍କୁ ଚାକିରୀ ଦେଇପାରେ । ବ୍ୟକ୍ତିଙ୍କୁ ଟଙ୍କା ରୋଜଗାର କରିବାରେ ସାହାଯ୍ଯ କରିପାରେ । କିନ୍ତୁ ଏହା ସଫଳତାର ଏକମାତ୍ର ପୁଞ୍ଜି ଭାବିବା ସମ୍ପର୍ଣ୍ଣ ଭୁଲ ହେବ । ଜଣେ ବ୍ୟକ୍ତି ନିଜର ପରିଶ୍ରମ ଏବଂ ବୁଦ୍ଦି ବଳରେ ସଫଳତା ହାସଲ କରିପାରେ । ଅନେକ ଏପରି ଅଛନ୍ତି ସ୍କୁଲ୍‌ ଡ୍ରପ୍‌ଆଉଟ୍‌ ହୋଇ ମଧ୍ୟ ହୋଇଛନ୍ତି ସଫଳ । ସଂଘର୍ଷ ପରେ ବି ମାନିନଥିଲେ ହାର । କ୍ୟାରିୟର ଗଢିବାକୁ ଆଗେଇ ଥିଲେ । ଜିରୋ ହୋଇଛନ୍ତି ହିରୋ । ଆଉ ଅରବପତି ଭାବେ ସାରା ବିଶ୍ବରେ ହୋଇଛନ୍ତି ପରିଚିତ । ଖାସ୍‌ କଥା ହେଉଛି ଏକ ଛୋଟ ଆରମ୍ଭରୁ ଏମାନେ ହୋଇଛନ୍ତି ସଫଳ । ଆଉ ବିଶ୍ବରେ କରିଛନ୍ତି ରାଜ୍‌ ।  

ଲିଷ୍ଟର ପ୍ରଥମରେ ଅଛନ୍ତି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲଗେଟ୍ସ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବୁଦ୍ଧିମାନ ବ୍ୟକ୍ତି ହାଭାର୍ଡ ଡ୍ରପଆଉଟ୍‌ । ବିଲଗେଟ୍ସ ମାତ୍ର ୧୫ ବର୍ଷ ବୟସରେ ପ୍ରଥମ କମ୍ୟୁଟର ପ୍ରୋଗ୍ରାମିଙ୍ଗ ବିକସିତ କରି ରୋଜଗାର କରିଥିଲେ ୨୦ ହଜାର ଡଲାର । ଏହାପରେ ସେ ଆଉ ପଛକୁ ଚାହିଁନାହାନ୍ତି । ବର୍ତ୍ତମାନ ସେ ୧୩୦ ବିଲିୟନ ଡଲାର ସମ୍ପତ୍ତିର ମାଲିକ । 

ରାଲ୍ଫ ଲରେନ୍ । ବାରୁଚ କଲେଜରେ ୨ ବର୍ଷ ବ୍ୟବସାୟରେ ଅଧ୍ୟୟନ କରିବା ପରେ ସ୍କୁଲ ଛାଡି ସେନାରେ ଯୋଗ ଦେଇଥିଲେ । ଏହାପରେ ୧୯୬୪ରେ ସେନା ଛାଡି ଟାଇ ନିର୍ମାତା କମ୍ପାନୀ ଏ.ଜେ.ର ସହ-ପ୍ରତିଷ୍ଠାତା ହୋଇଥିଲେ । ସେ ପତଳା ଟାଇର ଯୁଗକୁ ଶେଷ କରି ମୋଟା ଟାଇର ଡିଜାଇନ କରିଥିଲେ । ଆଉ ସୃଷ୍ଟି କରିଥିଲେ ଏକ ନୂଆ ପରିଚୟ । ବର୍ତ୍ତମାନ ସେ ଜଣେ ଫ୍ୟାସନ ଟାଇକୁନ୍‌ । ଆଉ ୮.୫ ବିଲିୟନ ଡଲାର ସମ୍ପତ୍ତିର ମାଲିକ । 

ଷ୍ଟିଭ୍ ମ୍ୟାଡେନ୍ । ମିଆମି ବିଶ୍ୱବିଦ୍ୟାଳୟରେ କିଛି ସମୟ ପାଇଁ ପଢିଥିଲେ । ଏହାପରେ ସେ ୧୯୯୦ରେ ନ୍ୟୁୟର୍କ ଫେରି ଆସିଥିଲେ । ଏହାପରେ ମାତ୍ର ୧୧୦୦ ଡଲାରରେ ଆରମ୍ଭ କରିଥିଲେ ନିଜର ଫୁଟବିୟର ବ୍ୟବସାୟ । ବର୍ତ୍ତମାନ ସେ ୩୦୦ ବିଲିୟନ ଡଲାରର ମାଲିକ । 

ଆପଲ୍‌ର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସ  । ୨୦୧୧ରେ ତାଙ୍କର ମୃତ୍ୟୁ ହୋଇସାରିଛି ସତ । କିନ୍ତୁ ଟେକ୍ ଇଣ୍ଡର୍ଷ୍ଟ୍ରି ତାଙ୍କୁ କେବେବି ଭୁଲିବନି । ସେ ରିଡ୍ କଲେଜରେ ମାତ୍ର ୬ ମାସ ପାଠ ପଢିଥିଲେ । କିନ୍ତୁ ଏହାପରେ ପାଠପଢା ଛାଡି ଦେଇଥିଲେ ।  ୧୯୭୬ରେ ସେ ଆପଲ୍ କମ୍ପ୍ୟୁଟର କରିଥିଲେ ଆରମ୍ଭ । ମୃତ୍ୟୁ ସମୟରେ ତାଙ୍କ ମୋଟ ସମ୍ପତ୍ତି ୧୦.୨ ବିଲିୟନ ଡଲାର ରହିଥିଲା । 

ମାର୍କ ଜୁକରବର୍ଗ । ସୋଶିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ର ପ୍ରତିଷ୍ଠାତା । ହାଭାର୍ଡ ଛାତ୍ରାବାସରୁ ଲଞ୍ଚ କରିଥିଲେ "ଫେସବୁକ୍" । ଏହା ତତକ୍ଷଣାତ୍ ହୋଇଥିଲା ସଫଳ । ଏହାପରେ ଜୁକରବର୍ଗ ପ୍ଲାଟଫର୍ମ ଚଳାଇବା ପାଇଁ ସ୍କୁଲ୍‌ ଛାଡିଦେଲେ । ବର୍ତ୍ତମାନ ସେ ୧୬୦.୯ ବିଲିୟନ ଡଲାର ସମ୍ପତ୍ତିର ମାଲିକ । 

ରାଚେଲ୍ ରେ । ସେଲିବ୍ରିଟି ସେଫ୍‌ । କୁକ୍‌ବୁକ୍‌ ଲେଖକ ଏବଂ ଏମି ବିଜେତା ଟକ୍ ସୋ ହୋଷ୍ଟ ନିଜର ଭିନ୍ନ ରନ୍ଧନ ଶୈଳୀ ପାଇଁ ପରିଚିତ । ସେ ନିଜ ପ୍ରଫେସନକୁ ଆସିବା ପୂର୍ବରୁ ପେସ୍ ବିଶ୍ୱବିଦ୍ୟାଳୟରେ ଦୁଇ ବର୍ଷ ଅଧ୍ୟୟନ କରିଥିଲେ । ବର୍ତ୍ତମାନ ସେ ୧୦୦ ମିଲିୟନ ଡଲାର ସମ୍ପତ୍ତିର ମାଲିକ । 

କୋକୋ ନଦୀ । ଫ୍ୟାଶନ୍ ଆଇକନ୍ଙ୍କ ଲାଳନପାଳନ ଅନାଥ ଆଶ୍ରମରେ ହୋଇଥିଲା । ୧୯୧୦ରେ ସେ ପ୍ୟାରିସରେ ଏକ ହ୍ୟାଟ ଷ୍ଟୋର ଖୋଲିଥିଲେ । ସେ ପୁରୁଣା ଜର୍ସିରୁ ତିଆରି କରିଥିଲେ ଏକ ପୋଷାକ । ଏହାପରେ ସେ ଧିରେ ଧିରେ ହୋଇଯାଇଥିଲେ ଫ୍ୟାସନ ଆଇକନ୍‌ । ତାଙ୍କର ମୃତ୍ୟୁ ହୋଇସାରିଛି । ମୃତ୍ୟୁ ବେଳକୁ ତାଙ୍କର ସମ୍ପତ୍ତି ରହିଥିଲା ୫ ମିଲିୟନ ଡଲାର । 

ସାଇମନ୍‌ କୋୱେଲ। ନିଜର ଖରାପ ବ୍ୟବହାର କାରଣରୁ ଅନେକ ଅନୁଷ୍ଠାନରୁ ହୋଇଥିଲେ ବହିଷ୍କୃତ । ସାଇମନ ମାତ୍ର ୧୬ ବର୍ଷ ବୟସରେ ସ୍କୁଲ ଛାଡିଥିଲେ । ଏହାପରେ ସେ ସଂଗୀତ ଶିଳ୍ପରେ ଆଗକୁ ବଢିଥିଲେ । ଆଉ ଶେଷରେ ହୋଇଥିଲେ ଲୋକପ୍ରିୟ । ବର୍ତ୍ତମାନ ତାଙ୍କର ସମ୍ପତ୍ତି ୬୦୦ମିଲିୟନ ଡଲାର । 

ଜେମ୍ସ କ୍ୟାମେରନ୍ । ଏକାଡେମୀ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ । ସେ ବର୍ତ୍ତମାନ ୮୦୦ ନିୟୁତ ଡଲାରର ମାଲିକ । ଜେମ୍ସ ମଧ୍ୟ କଲେଜ ଡ୍ରପଆଉଟ୍ । ଜେମ୍ସ ଟ୍ରକ୍ ଡ୍ରାଇଭର ଭାବରେ ଜୀବିକା ନିର୍ବାହ କରିଥିଲେ । ସେ ୧୯୮୪ରେ ହୋଇଥିଲେ ପରିଚିତ । "ଏଲିଏନ୍ସ", "ଟାଇଟାନିକ୍", "ଅବତାର" ଏବଂ "ଅବତାର: ୱାଟର ୱେ" ଭଳି ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ଜେମ୍ସ କ୍ୟାମେରନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.