‘ର’ର ପୂର୍ବତନ ଅଧିକାରୀଙ୍କ ଉପରେ ଆମେରିକାର ଅଭିଯୋଗ,

Published By : Prameya-News7 Bureau | October 20, 2024 IST

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁର ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ‘ର’ର ପୂର୍ବତନ ଅଧିକାରୀ ବିକାଶ ଯାଦବଙ୍କ ଉପରେ ଗୁରୁତର ଅଭିଯୋଗ। ବିକାଶଙ୍କୁ ଆମେରିକାରେ ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ କରାଯାଇଛି । ଅବଶ୍ୟ ଏହି ଅଭିଯୋଗକୁ ବିକାଶଙ୍କ ପରିବାରଲୋକେ ଖଣ୍ଡନ କରିଛନ୍ତି ଏବଂ ଆମେରିକା ସରକାର ସତ କହୁନାହାଁନ୍ତି ବୋଲି କହିଛନ୍ତି।

ଦିଲ୍ଲୀଠାରୁ ୧୦୦ କିଲୋମିଟର ଦୂର ପ୍ରାଣପୂରା ଗାଁରେ ବିକାଶ ଯାଦବଙ୍କ ସମ୍ପର୍କୀୟ ଆମେରିକା ସରକାରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିକାଶ ଯାଦବଙ୍କ ୬୫ ବର୍ଷୀୟ ମାଆ ସୁଦେଶ ଯାଦବ କହିଛନ୍ତି, ସେ ମିଡିଆ ରିପୋର୍ଟରେ ଏବେବି ଚକିତ ଅଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ଦେଶ ପାଇଁ କାମ କରୁଥିଲେ । ଏହା ସହ ବିକାଶଙ୍କ ମାଆ ଆମେରିକା ସରକାରଙ୍କ ଦ୍ବାରା ଲଗାଯାଇଥିବା ଅଭିଯୋଗର ସତ୍ୟତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ।

ସୂଚନାଥାଉକି, ଆମେରିକା ଅଧିକାରୀ ବିକାଶ ଯାଦବଙ୍କ ଉପରେ ଟଙ୍କା ବଦଳରେ ଜଣେ ବ୍ୟକ୍ତିଙ୍କ ଠାରୁ ପନ୍ନୁଙ୍କ ହତ୍ୟା କରିବା ପାଇଁ ଅଭିଯୋଗ ଆଣିଛି । ଆମେରିକା ନ୍ୟାୟ ବିଭାଗ ଗତ ବର୍ଷ ଖାଲିସ୍ତାନୀ ଆତଙ୍କୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁଙ୍କ ହତ୍ୟାର ଅସଫଳ ଷଡ଼ଯନ୍ତ୍ର କରିବା ପାଇଁ ବିକାଶ ଯାଦବଙ୍କ ଉପରେ ଅଭିଯୋଗ ଆଣିଥିଲା। ଅଭିଯୋଗ ଅନୁଯାୟୀ, ଯାଦବ ଭାରତର ‘ର’ର ଗୁଇନ୍ଦା ସେବାର ଜଣେ ଅଧକାରୀ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.