ପାକିସ୍ତାନର ସବୁଠାରୁ ବିଳାସପୂର୍ଣ୍ଣ ଟ୍ରେନ୍, ବନ୍ଦେ ଭାରତ ଠାରୁ କେତେ ଭିନ୍ନ ?

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ ୧୬।୧୦: ସମସ୍ତେ ପ୍ରାୟ ଅନେକ ଲଗଜୁରୀ ଟ୍ରେନ୍‌ ବିଷୟରେ ଶୁଣିଥିବେ । ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମ ପୁଟିନ ହୁଅନ୍ତୁ କିମ୍ବା ଉତ୍ତରକୋରିଆ ଶାସକ କିମ୍‌ ଜନ୍‌ ଉନ୍‌ । ଏମାନଙ୍କର ରହିଛି ଲଗଜୁରୀ ଟ୍ରେନ୍‌ । ଏହି ଟ୍ରେନରେ ରହିଥାଏ ସମସ୍ତ ସୁବିଧା । ଏହି ଲିଷ୍ଟରେ ପଛରେ ପଡିନି ଭାରତ । 

ଦେଶରେ ମଧ୍ୟ ଅନେକ ଲଗଜୁରୀ ଟ୍ରେନ ରହିଛି । ଯାହା ବିଷୟରେ ପ୍ରାୟ ଅନେକ ଶୁଣିଥିବେ । ଭାରତର ବିଳାସପୂର୍ଣ୍ଣ ଟ୍ରେନ୍ ମଧ୍ୟରେ ଗଣାଯାଏ ବନ୍ଦେ ଭାରତ ଏକ୍ସପ୍ରେସ, ମହାରାଜା ଏକ୍ସପ୍ରେସ ଏବଂ ହ୍ୱିଲ୍ ଟ୍ରେନ୍ । କିନ୍ତୁ ଜାଣନ୍ତି କି ପଡୋଶୀ ଦେଶ ପାକିସ୍ତାନର ସବୁଠାରୁ ବିଳାସପୂର୍ଣ୍ଣ ଟ୍ରେନ୍ ବିଷୟରେ… ବନ୍ଦେ ଭାରତ ଏକ୍ସପ୍ରେସ ଠାରୁ ଏହା କେତେ ଭିନ୍ନ ? ଆସନ୍ତୁ ଜାଣିବା…

ଆର୍ଥିକ ସଙ୍କଟ ମଧ୍ୟରେ ଛନ୍ଦି ହୋଇଛି ପାକିସ୍ତାନ । କିନ୍ତୁ ଏହା ନିଜର ଲଗଜୁରୀ ଲାଇଫ୍‌ ଷ୍ଟାଇଲରେ କରିନଥାଏ କୌଣସି ସାଲିସ । ଖାସ୍‌ କରି ରେଳଲାଇନ୍‌ରେ । ପାକିସ୍ତାନର ମଧ୍ୟ ରହିଛି ଅନେକ ଲଗଜୁରୀ ଟ୍ରେନ୍‌ । ଏହି ପ୍ରିମିୟମ୍ ଟ୍ରେନ୍ ମଧ୍ୟରୁ ଗ୍ରୀନ୍ ଲାଇନ୍ ଏକ୍ସପ୍ରେସ୍ ହେଉଛି ଅନ୍ୟତମ । ଏହି ଲଗଜୁରୀ ଟ୍ରେନ୍ କରାଚିରୁ ଇସଲାମାବାଦକୁ ଗଡିଥାଏ । ଏହି ସମୟ ମଧ୍ୟରେ ଟ୍ରେନ୍ଟି ୯-୧୦ଟି ଷ୍ଟେସନରେ ଅଟକିଥାଏ । 

ପ୍ରଥମ ଥର ପାଇଁ ଏହି ଟ୍ରେନ୍ ୨୦୧୫ ମସିହାରେ ଇସଲାମାବାଦ ରେଳ ଷ୍ଟେସନରୁ ଚାଲିଥିଲା । ଗ୍ରୀନ୍ ଲାଇନ୍ ଏକ୍ସପ୍ରେସରେ ଯାତ୍ରୀମାନଙ୍କୁ ୱାଇ-ଫାଇ, ଅନ୍-ବୋର୍ଡ ମନୋରଞ୍ଜନ ଏବଂ ସଫେଇ ସେବା ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥାଏ । ଏହାବ୍ୟତୀତ ଟ୍ରେନରେ ତିନିଥର କମପ୍ଲିମେଣ୍ଟ ମିଲ୍‌, ବେଡ ଏବଂ ଏକ ୟୁଟିଲିଟି କିଟ୍‌ ଆଉ ରିଫ୍ରେସମେଣ୍ଟ ଦିଆଯାଏ । ପାକିସ୍ତାନର ଲୋକମାନେ ମଧ୍ୟ ଏହି ଟ୍ରେନକୁ ଏକ ଚଳନ୍ତା ଜାହାଜ ସହ ସମାନ କରିଥାନ୍ତି ।

ରିପୋର୍ଟ ଅନୁଯାୟୀ ଏହି ଟ୍ରେନର ସ୍ପିଡ୍‌ ଘଣ୍ଟାପ୍ରତି ୧୦୫ କିଲୋମିଟର । ତେବେ ଭାରତର ବନ୍ଦେ ଭାରତ ଟ୍ରେନ ବିଷୟରେ କହିବାକୁ ଗଲେ ଏହାର ସ୍ପିଡ୍‌ ଘଣ୍ଟାପ୍ରତି ୧୬୦ କିଲୋମିଟର । ଏଥିସହିତ ଅନେକ ବନ୍ଦେ  ଭାରତ ଏକ୍ସପ୍ରେସ ଘଣ୍ଟାପ୍ରତି ୧୩୦ କିଲୋମିଟର ସ୍ପିଡ୍‌ରେ ଦୌଡିଥାଏ ।  

ଯଦି ଆମେ ଭାରତର ସବୁଠାରୁ ଲଗଜୁରୀ ଟ୍ରେନ୍ ବିଷୟରେ କହିବା ତେବେ ଏହା ହେଉଛି ମହାରାଜା ଏକ୍ସପ୍ରେସ । ଏହି ଟ୍ରେନ୍ ୨୦୧୦ ମସିହାରେ ଆରମ୍ଭ ହୋଇଥିଲା । ଟ୍ରେନଟିରେ ଯାତ୍ରା କରିବା ପାଇଁ ସବୁଠାରୁ କମ୍‌ ଟିକେଟ୍ ଭଡା ପ୍ରାୟ ୩ ଲକ୍ଷ ଟଙ୍କା । ଏହାର ସବୁଠାରୁ ଅଧିକ ଭଡା ହେଉଛି ୨୦ ଲକ୍ଷ ଟଙ୍କା । ତେବେ ପାକିସ୍ତାନର ଲଗଜୁରୀ ଟ୍ରେନ୍‌ ଅପେକ୍ଷା ଭାରତୀୟ ଟ୍ରେନ୍‌ ବହୁତ ଅଧିକ ଲଗଜୁରୀ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.