ଭାରତ-କାନାଡ଼ା ବିବାଦ, ଆମେରିକା କହିଲା ତଦନ୍ତରେ ସହଯୋଗ କରୁନି ଭାରତ

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ ୧୬।୧୦ : ଭାତର-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି । ଖଲିସ୍ତାନୀ ସମର୍ଥକ ହରଦୀପ ସିଂହ ନିଜର ମାମଲାରେ ଆମେରିକାର ବୟାନ ସାମ୍ନାକୁ ଆସିଛି । ତଦନ୍ତରେ ଭାରତ ସହଯୋଗ କରୁଥିବା ଅଭିଯୋଗ ଆଣିଛି ଆମେରିକା । 

ଆମେରିକା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ, ଭାରତ ଉପରେ ଲାଗିଥିବା ଅଭିଯୋଗ ବହୁତ ସଙ୍ଗୀନ ରହିଛି । ଆମେ ଚାହୁଁଛୁ ଭାରତ ସରକାର କାନାଡା ସରକାରଙ୍କୁ ତଦନ୍ତରେ ସହଯୋଗ କରୁ ।ହେଲେ ଭାରତ ଏବେ ଯାଏଁ ସଠିକ୍‌ ସହଯୋଗ କରିନାହିଁ । ଏହାପୂର୍ବରୁ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର କହିଥିଲେ କି, ଭାରତ ସରକାରଙ୍କ ଅଧିକାରୀମାନେ ନିଜର ହତ୍ୟା ମାମଲାରେ ସାମିଲ ଅଛନ୍ତି । ଏହାପ୍ରଥମ ଥର ନୁହେଁ, ଆମେରିକା ଏହାପୂର୍ବରୁ ମଧ୍ୟ ଅନେକ ଥର ଭାରତ-କାନାଡ଼ା ବିବାଦରେ ପ୍ରତିକ୍ରିୟା ଦେଇସାରିଛି । 

ଗତବର୍ଷ ଡିସେମ୍ବର ମାସରେ ଦେଶର ସଂସଦରେ କାନାଡା ପ୍ରଧାନମନ୍ତ୍ରୀ କହିଥିଲେ କି, ନିଜ୍ଜର ହତ୍ୟା ମାମଲାରେ ଭାରତ ସରକାର ସାମିଲ ରହିଛି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଏପିରିକି ଉଭୟ ଉଭୟଙ୍କ ଅଭିଯୋଗଙ୍କୁ ଖଣ୍ଡନ କରିଥିଲେ । ସେତେବେଳେ ବି ଭାରତକୁ ତଦନ୍ତରେ ସହଯୋଗ କରୁଥିବା ଆମେରିକା କହିଥିଲା ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୩ ତାରିଖରେ ଭାରତ ସରକାରଙ୍କୁ ଏକ ଚିଠି ଲେଖିଥିଲେ କାନାଡ଼ା ସରକାର । ଯେଉଁଥିରେ ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମା ଏବଂ ଅନ୍ୟ ଅଧିକାରୀମାନେ ଏକ ମାମଲାରେ ସନ୍ଦିଗ୍ଧ ଅଛନ୍ତି । କାନାଡ଼ା ପକ୍ଷରୁ କୌଣସି ମାମଲାର ତଥ୍ୟ ଦିଆଯାଇନଥିଲା । ହେଲେ ସମସ୍ତେ ଖଲିସ୍ତାନୀ ସମର୍ଥକ ନିଜ୍ଜର ହତ୍ୟା ମାମଲାରେ ଯୋଡି ଦେଖୁଥିଲେ । ଏହାପରେ ଭାରତ ନିଜର ସମସ୍ତ ଅଧିକାରୀଙ୍କୁ ନିଜ ଦେଶକୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ କାନାଡ଼ା ମଧ୍ୟ ଭାରତରେ ଅବସ୍ଥାପିତ ୬ ରାଜଦୂତଙ୍କୁ ଡକାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.