ମୁମ୍ବାଇ ଅଣ୍ଡରଓ୍ବାର୍ଲ୍ଡର ୪ ଡନ୍; ହାଜି, କରିମ୍, ଦାଉଦ୍ ପରେ ଲରେନ୍ସ ବିଷ୍ଣୋୟୀ, ମୁମ୍ବାଇରୁ ଦିଲ୍ଲୀକୁ କେମିତି ହେଲା ସିଫ୍ଟ ?

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ; ଅଣ୍ଡରଓ୍ବାର୍ଲ୍ଡର ନୂଆ ଚେହେରା ଲରେନ୍ସ ବିଷ୍ଣୋୟୀ । ଅଣ୍ଡରଓ୍ବାର୍ଲ୍ଡର ନୂଆ ଠିକଣା ରାଜଧାନୀ ଦିଲ୍ଲୀ । ଦୁଇ ଦଶକର ନୀରବତା ପରେ ନୂଆ ଗ୍ୟାଙ୍ଗଷ୍ଟର । ମୁମ୍ବାଇରୁ ଦିଲ୍ଲୀକୁ କେମିତି ହେଲା ସିଫ୍ଟ ? NIAର କ୍ରାଇମ୍ ପେଜ୍‌ରେ ବିଷ୍ଣୋୟୀ ଗ୍ରୁପର ଅଣ୍ଡରକଭର ରେକର୍ଡ । ପ୍ରଥମେ ହାଜି ମସ୍ତାନ ପରେ କରିମ ଲାଲା, ଏବଂ ଦାଉଦ୍ ଇବ୍ରାହିମ୍ ଆଉ ଏବେ ଲରେନ୍ସ ବିଷ୍ଣୋୟୀ । ମୁମ୍ବାଇ ଅଣ୍ଡରଓ୍ବାର୍ଲ୍ଡର ଅଣ୍ଡରକଭର ଲିଷ୍ଟରେ ରହିଛନ୍ତି ୪ଜଣ ଡନ୍ । 

ମୁମ୍ବାଇ ଯେତେବେଳେ ଅର୍ଥନୈତିକ ରାଜଧାନୀର ପରିଚୟ ପାଉଥାଏ, ସେହି ସମୟରୁ ମୁଣ୍ଡ ଟେକିଥିଲା ଆତଙ୍କ ରାଜ୍ । ମାୟାନଗରୀରେ ଆତଙ୍କର ମାୟାଜାଲ ବିଛାଇଥିଲା ହାଜି ମସ୍ତାନ । ଛୋଟ ଛୋଟ କ୍ରାଇମ୍‌ରୁ ସିଧାସଳଖ ଅଣ୍ଡରଓ୍ବାର୍ଲ୍ଡରେ ଏଣ୍ଟ୍ରି ମାରିଥିଲା ହାଜି । ୧୯୫୦ରୁ ୧୯୭୦ ପର୍ଯ୍ୟନ୍ତ ଦୁଇ ଦଶନ୍ଧି ଧରି ଅଣ୍ଡରଓ୍ବାର୍ଲ୍ଡକୁ ନିଜ କଣ୍ଟ୍ରୋଲକୁ ନେଇଥିଲା । ଆଉ ଆତଙ୍କର ନୂଆ ଠିକଣା ପାଲଟିଥିଲା । ତାମିଲନାଡ଼ୁରେ ଜନ୍ମ ହୋଇଥିବା ହାଜି ମସ୍ତାନ ୭ ବର୍ଷ ବୟସରୁ ମୁମ୍ବାଇ ଚାଲିଆସିଥିଲା । ମୁମ୍ବାଇର ମାଲିକ ହେବା ଅଭିଳାଶା ତାକୁ ସ୍ମଗିଲିଂ ଦୁନିଆକୁ ଟାଣି ନେଇଥିଲା । କେବଳ ଅପରାଧିକ କାର୍ଯ୍ୟ ପାଇଁ ନୁହେଁ ବରଂ ଫିଲ୍ମ ଦୁନିଆର ନିକଟତର ହେବା, ରାଜନୀତିରେ ପ୍ରଭାବ ବିସ୍ତାର ଏବଂ ଜଣେ ଶକ୍ତିଶାଳୀ ସ୍ମଗଲର ଭାବେ ଓ୍ବଣ୍ଡରଓ୍ବାର୍ଲ୍ଡରେ ନିଜର ଖ୍ୟାତି ବଢ଼ାଇଥିଲା ।       

ମୁମ୍ବାଇ ଅଣ୍ଡରଓ୍ବାର୍ଲ୍ଡ ରେଡ୍ ବୁକ୍‌ର ଦ୍ବିତୀୟ ଡନ୍ ଥିଲା କରିମ ଲାଲା ଶେର୍ ଖାନ । କରିମ୍ ଜଣେ ଆଫଗାନି ମୁସଲମାନ ଥିଲା । ସେ ୧୯୪୦ରୁ ୫୦ ଦଶକରେ ଅଣ୍ଡରଓ୍ବାର୍ଲ୍ଡ ଦୁନିଆରେ ପାଦ ଥାପିଥିଲା । ପ୍ରାରମ୍ଭରୁ ସେତେଟା ସଫଳତା ମିଳିନଥିଲା । ହେଲେ ପରେ ପ୍ରାୟ ୩୦ ବର୍ଷ ଧରି ପଠାନ ଗ୍ୟାଙ୍ଗରେ ରାଜ୍ କରିଥିଲା । ପ୍ରଥମେ ଏକ ଛୋଟମୋଟ ଚାକିରି କରି ରହୁଥିଲା । ମାତ୍ର ସୀମିତ ସମୟ ପାଇଁ ଥିଲା । ଚାକିରି ଛାଡ଼ି ମୁମ୍ବାଇ ଜୁଆ ଆଡ୍ଡା, ହାଓ୍ବାଲା କାରବାର ଏବଂ କୀଡନାପିଂ କାର୍ଯ୍ୟରେ ଲିପ୍ତ ନିଜର ଗ୍ୟାଙ୍ଗଷ୍ଟର ପରିସୀମାକୁ ବୃଦ୍ଧି କରିଥିଲା । ହେଲେ ଦାଉଦ ଇବ୍ରାହିମର ତେଜ ସାମ୍ନାରେ କରିମ୍ ଲାଲାର ସାମ୍ରାଜ୍ୟ ଭଷ୍ମୀଭୂତ ହୋଇଯ଼ାଇଥିଲା ।

ଅଣ୍ଡରଓ୍ବାର୍ଲ୍ଡ ଦୁନିଆର ସବୁଠୁ ବଡ଼ ହସ୍ତୀ ହେଉଛି ଦାଉଦ୍ ଇବ୍ରାହିମ୍ । ଦୁବାଇରୁ ଆରମ୍ଭ କରି ଡି-କମ୍ପାନିର ଅପରାଧିକ ସାମ୍ରାଜ୍ୟ ବିଶ୍ବର ଅନେକ ଦେଶକୁ ଲମ୍ବିଛି । ୭୦ ଦଶକରେ ଚୋରି, ତସ୍କରୀରୁ ଓଣ୍ଡରଓ୍ବାର୍ଲ୍ଡରେ ପାଦ ଥାପିଥିବା ଦାଉଦ ଅଳ୍ପ ଦିନ ଭିତରେ ଅପରାଧ ଦୁନିଆର ବାଦଶାହା ବନିଯାଇଥିଲା । ପ୍ରାୟ ୮୦ ଦଶକରେ ନିଜର ସାମ୍ରାଜ୍ୟ ଛିଡ଼ା କରିଦେଇଥିଲା । ଯାହା ଡି-କମ୍ପାନି ଭାବେ ନାଁରେ ଆତଙ୍କର ନୂଆ ଦୁନିଆ ଥିଲା  । ୧୯୯୩ରେ ମୁମ୍ବାଇ ସିରିୟଲ ବ୍ଲାଷ୍ଟରେ ଦାଉଦ ଇବ୍ରାହିମ୍ ନାଁ ସାମ୍ନାକୁ ଆସିବା ପରେ ଦୁବାଇ ଫେରାର୍ ହୋଇଯାଇଥିଲା ଆତଙ୍କଦାବୀ । ଏହା ପରେ ମୁମ୍ବାଇ ପୋଲିସ ଆସିଥିଲା ଆକ୍ସନ ମୋଡକୁ । ଆରମ୍ଭ ହୋଇଥିଲା ଅପରାଧ ଦୁନିଆକୁ ସଫାସୁତୁରା କରିବାର କାର୍ଯ୍ୟ ।   

୧୯୮୮ରେ ଭାଙ୍ଗିଥିଲା ଅଣ୍ଡରଓ୍ବାର୍ଲ୍ଡ ଦୁନିଆ । ମୁମ୍ବାଇ ଜଏଣ୍ଟ ସିପି ଶିବାନନ୍ଦନଙ୍କ ନାଁ ଶୁଣି ଥରିହର ହୋଇଥିଲା ଡି-କମ୍ପାନି । ମାୟାନଗରୀରେ ସ୍ପେଶାଲ ପୋଲିସ୍ ପଇଁତରା ମାରିଥିଲା। ସୁପରକାମ୍ପଙ୍କ ନାଁ ପରିଚିତ ଶିବାନନ୍ଦନଙ୍କ ନେତୃତ୍ବରେ ଅପରାଧ ଦୁନିଆ ବିରୋଧରେ ଗର୍ଜିଥିଲା ପୋଲିସ ବନ୍ଧୁକ । ଶତାଧିକ ଏନକାଉଣ୍ଟରରେ ଦାଉଦ ସାମ୍ରାଜ୍ୟର ଅଣ୍ଟା ଭାଙ୍ଗିଯାଇଥିଲା ।୧୬୦୦ରୁ ଅଧିକ ଅପରାଧି ଜେଲ୍‌ର କାଳ କୋଠରୀରେ ବନ୍ଦ ହୋଇଥିଲେ । ଆତଙ୍କବାଦକୁ ମୂଳପୋଚ୍ଛ କରିବାକୁ ମହାରାଷ୍ଟ୍ର ମୋକାକ୍ ବା ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍ ଅର୍ଗାନାଇଜେସନ କ୍ରାଇମ୍ ଆକ୍ଟ ୧୯୯୯ ଲାଗୁ କରାଯାଇଥିଲା । ଦାଉଦ ଏବଂ ଡି-କମ୍ପାନି ଭାରତ ଛାଡ଼ି ବିଦେଶକୁ ଚାଲିଯିବା ପରେ ମୁମ୍ବାଇ ଶାନ୍ତ ହୋଇଯାଇଥିଲା । 


ଦୁଇ ଦଶକରୁ ଅଧିକ ସମୟ ହେବ ଅଣ୍ଡରଓ୍ବାର୍ଲ୍ଡର ପିଞ୍ଜରାରୁ ମୁକ୍ତ ହୋଇଥିବା ମୁମ୍ବାଇରେ ନୂଆ ଆକ୍କାର ଏଣ୍ଟ୍ରି ହୋଇଛି । ପ୍ରଥମେ ରାଜଧାନୀ ଦିଲ୍ଲୀ, ଏନସିଆର. ପଞ୍ଜାବ, ହରିୟାଣା, ଏବଂ ରାଜସ୍ଥାନରେ ନିଜର ଉଗ୍ରପନ୍ଥୀ ସାମ୍ରାଜ୍ୟକୁ ବଢ଼ାଇବା ପରେ ମାୟାନଗରୀରେ ଗ୍ୟାଙ୍ଗଷ୍ଟର ସିଣ୍ଡିକେଟ୍ ଖୋଲିଛି ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍ । ବଲିଉଡ ଭାଇଜାନ ସଲମାନ ଖାନଙ୍କ ଘନିଷ୍ଠ ତଥା ଏନସିପି ନେତା ବାବା ସିଦ୍ଦିକିକୁ ହତ୍ୟା କରି ମୁମ୍ବାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । ଜେଲରୁ ବସି ଗ୍ୟାଙ୍ଗକୁ ଅପରେଟ୍ କରୁଛି ଲରେନ୍ସ । ତା’ର ୩ଜଣ ସହଯୋଗୀ ବିଦେଶ ରହିଛନ୍ତି । ବିଷ୍ଣୋୟୀ ଗ୍ୟାଙ୍ଗରେ ମୋଟ୍ ହଜାରେରୁ ଅଧିକ କାମ କରୁଛନ୍ତି । ଏଥିରେ ୭୦୦ରୁ ଅଧିକ ସାଫ୍ ସୁରଟର ରହିଛନ୍ତି । ବିଶେଷ କରି ଅପରାଧିକ କାର୍ଯ୍ୟରେ ନାବାଳକଙ୍କୁ ନିୟୋଜିତ କରୁଛନ୍ତି ଏବଂ ସୋସିଆଲ୍ ମିଡିଆକୁ ଅସ୍ତ୍ର କରିଛନ୍ତି । ସେପଟେ ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାରେ ମୁମ୍ବାଇ ପୋଲିସ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.