ୟୁଗାଣ୍ଡା ପୋଲିସ ହେପାଜତରେ ଶିଳ୍ପପତି ପଙ୍କଜ ଓସଓ୍ବାଲଙ୍କ ଝିଅ, ଛାଡ଼ିବାକୁ ଅନୁରୋଧ କଲେ ବାପା

Published By : Prameya-News7 Bureau | October 15, 2024 IST

ନୂଆଦିଲ୍ଲୀ: ଜଣାଶୁଣା ଶିଳ୍ପପତି ଅଙ୍କଜ ଓସଓ୍ବାଲଙ୍କ ଝିଅ ବସୁନ୍ଧରା ଓସଓ୍ବାଲଙ୍କୁ ୟୁଗାଣ୍ଡାରେ ପୋଲିସ ହେପାଜତ ରଖିଛି। ପଙ୍କଜ ଦାବି କରିଛନ୍ତି ତାଙ୍କ ୨୬ ବର୍ଷୀୟ ଝିଅ ବସୁନ୍ଧରା ଓସଓ୍ବାଲଙ୍କୁ ବେଆଇନ ଭାବେ ହେପାଜତକୁ ନିଆଯାଇଛି। ୟୁଗାଣ୍ଡାର ରାଷ୍ଟ୍ରପତିଙ୍କୁ ଲେଖିଥିବା ଏକ ଚିଠିରେ ପଙ୍କଜ ଓସଓ୍ବାଲ କହିଛନ୍ତି, ତାଙ୍କ ଝିଅଙ୍କୁ ମୌଳିକ ଅଧିକାରରୁ ମଧ୍ୟ ବଞ୍ଚିତ ରଖାଯାଇଛି। ଏମିତିକି ପରିବାର ଏବଂ ଆଇନ ପ୍ରତିନିଧିଙ୍କ ସହ କଥା ହେବାକୁ ମଧ୍ୟ ଦିଆଯାଉନାହିଁ। ପଙ୍କଜ ଆହୁରି କହିଛନ୍ତି, ବସୁନ୍ଧରା ପିଆରଓ ଇଣ୍ଡଷ୍ଟ୍ରିଜର ଏକ୍ସିକ୍ୟୁଟିଭ ଡାଇରେକ୍ଟର। ତାଙ୍କୁ ଅକ୍ଟୋବର ୧ରୁ ବିନା ଟ୍ରାଏଲରେ ବନ୍ଦ କରି ରଖାଯାଇଛି। 

ସେ ଆହୁରି କହିଛନ୍ତି ଏହା ପଛରେ କର୍ପୋରେଟ ଏବଂ ରାଜନୀତିକ ଚାପ ରହିଛି। ପଙ୍କଜ କହିଛନ୍ତି ତାଙ୍କର ପୂର୍ବ କର୍ମଚାରୀ ଅଯଥା ଅଭିଯୋଗ ଆଣିଛନ୍ତି। ଏହି କର୍ମଚାରୀ କମ୍ପାନିର ଦାମୀ ଜିନିଷ ଚୋରି କରିଛନ୍ତି। ଏହା ବାଦ ଓସଓ୍ବାଲ ପରିବାରୁ ଗାରେଣ୍ଟର କରି ୨ ଲକ୍ଷ ଡଲାର ଲୋନ ନେଇଛନ୍ତି। ଓସଓ୍ବାଲ ମିଳିତ ଜାତିସଂଘ ସମ୍ମୁଖରେ ମଧ୍ୟ ଅନୁରୋଧ କରିଛି।

ସେ କହିଛନ୍ତି କୋର୍ଟ ବସୁନ୍ଧରାଙ୍କୁ ବିନା ସର୍ତ୍ତରେ ଛାଡ଼ିବା ଆଦେଶ ଦେଇଛନ୍ତି। ଏହା ପରେ ବି ପୋଲିସ ଜାଣିଶୁଣି ଏଭଳି ଅଭିଯୋଗ ଲଗାଇଛି, ଯାହାଦ୍ବାରା ତାଙ୍କର ଜାମିନ୍‌ ନହେବ। ବସୁନ୍ଧରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ଅବଶ୍ୟ ଏବେ ତାଙ୍କ ଫୋନ୍‌କୁ ସିଜ୍‌ କରିନିଆଯାଇଛି। ସେପଟେ ତାଙ୍କ ମାଆ ମଧ୍ୟ ବସୁନ୍ଧରା ସୁରକ୍ଷିତ ଫେରି ଆସିବା ନେଇ ଚିନ୍ତିତ ଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.