ବାଥ୍‌ରୁମ୍‌ରେ ଫୋନ୍‌ ବ୍ୟବହାର, ଶୀଘ୍ର ହୋଇଯାଆନ୍ତୁ ସାବଧାନ ! ନଚେତ୍‌ ହୋଇପାରନ୍ତି ବଡ ରୋଗର ଶିକାର

Published By : Prameya-News7 Bureau | October 20, 2024 IST

ନୂଆଦିଲ୍ଲୀ ୨୦।୧୦: ବର୍ତ୍ତମାନ ଡିଜିଟାଲ୍‌ ଯୁଗ । ସ୍ମାର୍ଟଫୋନ୍‌ ପାଲଟିଛି ଜୀବନର ଅବିଛେଦ୍ୟ ଅଙ୍ଗ । ଆମେ ଯେଉଁଆଡେ ବି ଯାଉ ନା କାହିଁକି ସ୍ମାର୍ଟଫୋନ୍‌ ଆମ ସାଙ୍ଗରେ ରହିଥାଏ । ସେ ଅଫିସ୍‌ ହେଉ କିମ୍ବା ବାଥ୍‌ରୁମ୍‌ । ବାଥ୍‌ରୁମ୍‌କୁ ଫୋନ୍‌ ନେଇ ଯିବା ଅନେକଙ୍କର ଅଭ୍ୟାସ । ଫୋନ୍‌ରେ ସୋଶିଆଲ୍‌ ମିଡିଆ ସ୍କ୍ରୋଲିଙ୍ଗ୍, ଇମେଲ୍‌ ଚେକ୍‌ କରିବା ହେଉ କି ଭିଡିଓ ଦେଖିଥାନ୍ତି ଲୋକେ । ଏପରି କରିବା ଏକ ସାଧାରଣ କଥା ବୋଲି ଅନେକ ଭାବିଥାନ୍ତି । କିନ୍ତୁ ଅନେକଙ୍କୁ ଅଜଣା, ବାଥ୍ରୁମ୍‌ରେ ଫୋନ୍‌ ବ୍ୟବହାର କରିବା କେତେ ବିପଦଜ୍ଜନକ ? ଏହା କେବଳ ଶରୀର ପାଇଁ ହାନିକାରକ ହୋଇଥାଏ ତା ନୁହେଁ, ବରଂ ଏହା ମାନସିକ ରୋଗର କାରଣ ମଧ୍ୟ ହୋଇପାରେ । 

ବାଥରୁମ୍‌ ଏପରି ଏକ ସ୍ଥାନ ହୋଇଥାଏ, ଯେଉଁଠାରେ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ । ଏଠାରେ ବ୍ୟାକ୍ଟେରିଆ ଏବଂ ଜୀବାଣୁ ବ୍ୟାପିବାର ବିପଦ ଅଧିକ ରହିଥାଏ । ଯେତେବେଳେ ବାଥ୍‌ରୁମକୁ ଫୋନ୍‌ ସାଙ୍ଗରେ ଧରି ଯାଇଥାନ୍ତି ସେତେବେଳେ ଏହା ବ୍ୟାକ୍ଟେରିଆ ଏବଂ ଭାଇରସର ସମ୍ପର୍କରେ ଆସିଥାଏ । 

ଫୋନ୍‌ରେ ଲାଗିଥିବା ଜୀବାଣୁ ଆପଣଙ୍କ ହାତ, ମୁହଁ ଏବଂ ଶରୀରର ଅନ୍ୟ ଅଙ୍ଗରେ ବ୍ୟାପିଥାନ୍ତି । ଯାହା ଫଳରେ ଶାରୀରିକ ଅସୁସ୍ଥତା ଦେଖାଯିବା ସହ ପେଟ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଆଉ ଏହି ସଂକ୍ରମଣ ବଢିବାର ଆଶଙ୍କା ରହିଥାଏ । ଟଏଲେଟ୍ରେ ଫୋନ୍ ବ୍ୟବହାର କରି ହାତ ଧୋଇବା ପରେ ମଧ୍ୟ ଫୋନ୍ ଛୁଇଁଲେ ଏହା ସ୍ୱାସ୍ଥ୍ୟ ଉପରେ ପକାଇଥାଏ ପ୍ରଭାବ । 

ଚିନ୍ତା ଓ ମାନସିକ ଚାପରୁ ମୁକ୍ତି ପାଇବାକୁ ହେଲେ ବାଥରୁମ୍ ହେଉଛି ସବୁଠୁ ଉତ୍କୃଷ୍ଠ ସ୍ଥାନ । କିନ୍ତୁ, ସେହି ସ୍ଥାନରେ ଫୋନ୍ ବ୍ୟବହାର କରିବା ଫଳରେ ଡିଜିଟାଲ୍ ଡିସଟ୍ରାକ୍ସନ କରିଥାଏ । ସୋଶିଆଲ୍‌ ମିଡିଆ, ଇମେଲ୍‌ ଏବଂ ଅନ୍ୟ ଡିଜିଟାଲ୍‌ ଘଟଣା ବିଷୟରେ ଜାଣିବାକୁ ଇଚ୍ଛା ବଢିଥାଏ । ଏପରି କରିବା ଦ୍ବାରା ମାନସିକ ଚାପ ବଢିଥାଏ। ଏହାବ୍ୟତୀତ ଅଧିକ ଫୋନ୍ ଦେଖିବାକୁ ଇଚ୍ଛା ହୋଇଥାଏ । ଯେଉଁ କାରଣରୁ ଆପଣଙ୍କ ଦୈନନ୍ଦିନ ଜୀବନଶୈଳୀରେ ପଡିଥାଏ ପ୍ରଭାବ । ଯଦି ବାଥରୁମ୍‌ରେ ଫୋନ୍ ବ୍ୟବହାର ବନ୍ଦ କରିବେ ତେବେ ମାନସିକ ଚାପରୁ ମୁକ୍ତି ମିଳିବ ।  

ବାଥ୍‌ରୁମ୍‌ରେ ଅଧିକ ସମୟ ବସିବା ସ୍ବାସ୍ଥ୍ୟା ପାଇଁ ବହୁତ କ୍ଷତିକାରକ ହୋଇଥାଏ । ବାଥରୁମକୁ ଫୋନ୍ ବ୍ୟବହାର କରିବା ଫଳରେ ଟଏଲେଟରେ ଦୀର୍ଘ ସମୟ ଧରି ବସି ରହିଥାନ୍ତି । ସୋସିଆଲ ମିଡିଆ ବ୍ୟବହାର କରିବା ବେଳେ କେତେବେଳେ ସମୟ ଗଡ଼ିଯାଏ ଜଣାପଡ଼େନି । କିନ୍ତୁ ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ମେରୁଦଣ୍ଡରେ ଚାପ ପଡ଼ିପାରେ । ଫଳରେ ଅଣ୍ଟା ଓ ପଛଭାଗ ଶୀରରେ ଯନ୍ତ୍ରଣା ଦେଖାଦେଇପାରେ । 

ଏହାବ୍ୟତୀତ ପାଇଲ୍ସ ବା ମଳକଣ୍ଟକର ସମସ୍ୟା ହୋଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ ଦୀର୍ଘ ସମୟ ବାଥ୍ରୁମରେ ବସିବା ଦ୍ବାରା ବ୍ଲଡ୍‌ ସର୍କୁଲେସନ୍‌ରେ ବାଧା ହୋଇଥାଏ । ଆଉ ଏହି କାରଣରୁ ପାଇଲ୍ସ ହୋଇଥାଏ । ଏହାବ୍ୟତୀତ ପେଟ ସମ୍ବନ୍ଦୀୟ ସମସ୍ୟା ହୋଇପାରେ । ବାଥରୁମ୍‌ରେ ଦୀର୍ଘ ସମୟ ବସିବାର ବଦଭ୍ୟାସକୁ ବଦଳାନ୍ତୁ । 

ଫୋନର ଅତ୍ୟଧିକ ବ୍ୟବହାର ନିଦ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ । ଫୋନକୁ ବାଥରୁମରେ ବ୍ୟବହାର କରିବା ସମୟରେ ଲଗାତର ଚେକ୍‌ କରିବାର ଅଭ୍ୟାସ କରିଦେଇଥାନ୍ତି । ଯେଉଁ କାରଣରୁ ନିଦ ହେବାର ଅଭ୍ୟାସ ହ୍ରାସ ହୋଇଥାଏ । ଆଉ ଆପଣ କ୍ଲାନ୍ତ ଅନୁଭବ କରିଥାନ୍ତି । 

ତେବେ ଏହି ବଦଭ୍ୟାସକୁ କେମିତି ବଦଳାଇବେ ? ବାଥରୁମ୍କୁ ଫୋନ୍ ନିଅନ୍ତୁନି । ଟଏଲେଟ୍ ଯିବା ପୂର୍ବରୁ ଫୋନ୍କୁ ନିଜ ପାଖରୁ ଦୂରେଇ ରଖନ୍ତୁ । ଯଦି ବାଥରୁମ୍‌ରେ ଫୋନ୍ ବ୍ୟବହାର କରିବା ଅଭ୍ୟାସରେ ପରିଣତ ହୋଇଯାଇଛି, ତେବେ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟର ଫୋନ୍ ବ୍ୟବହାର କରିବାକୁ ଟାଇମର୍ ସେଟ୍ କରନ୍ତୁ । ଟଏଲେଟରେ ଫୋନ୍ ବ୍ୟବହାର ବନ୍ଦ କରିବା ଫଳରେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ । ଏହାବ୍ୟତୀତ ସୋସିଆଲ ମିଡିଆଠୁ କିଛି ସମୟ ଦୂରେଇ ରହିବେ । ଯାହା ଖୁବ୍ ଆରାମଦାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.