ଇସ୍ରାଏଲ୍‌ର ଶକ୍ତି ଏହି ବମ୍‌ ଏବଂ ମିସାଇଲ୍‌, ଜାଣନ୍ତୁ କେଉଁ ଅସ୍ତ୍ର ଅଧିକ ଆକ୍ରମଣାତ୍ମକ ?

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ ୧୦।୧୦:  ଇସ୍ରାଏଲ୍‌ ନିଜର ସବୁ ଯୁଦ୍ଧରେ ବମ୍‌ ଏବଂ ମିସାଇଲ୍‌ର କରିଥାଏ ବ୍ୟବହାର । ଏହାଫଳରେ ଇସ୍ରାଏଲ୍‌ ଭୂମିକୁ ନ ଓହ୍ଲାଇ ଇସ୍ରାଏଲ ବମ୍‌ ଏବଂ ମିସାଇଲ୍‌ ସାହାଯ୍ୟରେ ସୃଷ୍ଟି କରିଥାଏ ଆତଙ୍କ । ହିଜ୍ଜବୁଲ୍ଲା ଏବଂ ହମାସର ଠିକଣାକୁ ଟାର୍ଗେଟ କରିବାକୁ ଇସ୍ରାଏଲ୍‌ ୨ଟି ଅସ୍ତ୍ରର କରିଥାଏ ବ୍ୟବହାର । ଜାଣନ୍ତି କି ଇସ୍ରାଏଲ୍‌ର ଏହି ଆକ୍ରମଣାତ୍ମକ ଅସ୍ତ୍ର ବିଷୟରେ… 

ଇସ୍ରାଏଲ୍ ସର୍ବାଧିକ ୨ଟି ଅସ୍ତ୍ର ବ୍ୟବହାର କରୁଛି । ଏହି ଦୁଇଟି ହେଉଛି MK-84 ବମ୍‌ ଏବଂ ହେଲଫାୟାର ମିସାଇଲ୍‌। ଆମେରିକା MK-84 ଏବଂ ହେଲଫାୟାର ମିସାଇଲ୍‌ ତିଆରି କରିଥାଏ । MK-84 ବମ୍‌ ୨୦୦୦ ପାଉଣ୍ଡର ଏକ ଭାରୀ ବୋମା । ଯାହାର ଓଜନ ୯୦୭ କିଲୋଗ୍ରାମ । ଏହାକୁ BLU-117 ମଧ୍ୟ କୁହାଯାଏ । ଇସ୍ରାଏଲ ଏଥିରେ JDAM କିଟ୍ ଲଗାଇ ଆକ୍ରମଣ କରେ । ଯାହାଫଳରେ ବମ୍‌କୁ ସଠିକ୍ ଟାର୍ଗେଟରେ ପହଞ୍ଚାଯାଇପାରିବ । 

ବିଗତ ଏକ ବର୍ଷ ମଧ୍ୟରେ ଆମେରିକା ଇସ୍ରାଏଲକୁ ୧୪ ହଜାର ୧୦୦ MK-84 ବମ୍‌ ଦେଇଛି । ତଥାପି ୧୮୦୦ ବମ୍‌ର ଡେଲିଭରୀ ବାକି ଅଛି । ଏହି ବମ୍‌ରେ ପ୍ରଥମ ଆକ୍ରମଣ ୯ ଅକ୍ଟୋବର ୨୦୨୩ରେ ଗାଜାର ଜବାଲିଆରେ କରାଯାଇଥିଲା। ଇସ୍ରାଏଲର ଯୁଦ୍ଧ ବିମାନ F-16 ଏବଂ F-15 ଏହି ମିସାଇଲ ସହିତ ସଜ୍ଜିତ । ଏହି ମିସାଇଲର ଓଜନ ୪୫ ରୁ ୪୯ କିଲୋଗ୍ରାମ । ଏହା ୫.୩୩ ଫୁଟ ଲମ୍ବା ଏବଂ ଏହାର ପରିସର ୦.୫ ମିଟରରୁ ୧୧ କିଲୋମିଟର ।  ଏହା ସର୍ବାଧିକ ୧୬୦୧ କିମି ଘଣ୍ଟା ବେଗରେ ଚାଲିଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.