ନୂଆଦିଲ୍ଲୀ ୦୭।୧୨: ବର୍ତ୍ତମାନ ସମସ୍ତେ ଆପଲ୍ ମାନିଆ । ଛୋଟ ଠାରୁ ବଡ ସମସ୍ତଙ୍କର ପସନ୍ଦ ଆପଲ୍ ଆଇଫୋନ୍ । ଏହାର ଷ୍ଟାଇଲିଷ୍ଟ ଡିଜାଇନ୍, ହାଇ ସିକ୍ୟୁରିଟି ଯୋଗୁଁ ଏହା ପାଲଟିଛି ୟୁଜର୍ସଙ୍କ ପ୍ରଥମ ପସନ୍ଦ । କିନ୍ତୁ ବର୍ତ୍ତମାନ ବଜାରରେ ମିଳୁଛି ଆଇଫୋନର ଡୁପ୍ଲିକେଟ୍ । କିନ୍ତୁ ନକଲି ଆଇଫୋନ ଚିହ୍ନିବେ କେମିତି ?
ଅସଲି ଆଇଫୋନ୍ର ଭଲଭାବେ ହୋଇଥାଏ ପ୍ୟାକେଜିଂ । ବକ୍ସରେ ପ୍ରଡକ୍ଟକୁ ନେଇ ସମସ୍ତ ମହତ୍ବପୂର୍ଣ୍ଣ ସୂଚନା ରହିଥାଏ । ଏହାର ଏକ ବାରକୋଡ୍ ଏବଂ QR କୋଡ୍ ମଧ୍ୟ ରହିଥାଏ । ଯାହା ମାଧ୍ୟମରେ ପ୍ରଡକ୍ଟର ସତ୍ୟତା ଯାଞ୍ଚ କରାଯାଇପାରିବ । ଯଦି ବକ୍ସରେ କୌଣସି ବାରକୋଡ୍ କିମ୍ବା QR କୋଡ୍ ନାହିଁ ତେବେ ଫୋନ୍ ନକଲି ହୋଇପାରେ । ଆଇଫୋନର ସିରିଏଲ୍ ନମ୍ବର ଏବଂ IMEI ନମ୍ବର ଯାଞ୍ଚ କରିବା ବହୁତ ଜରୁରୀ ହୋଇଥାଏ ।
ସିରିଏଲ୍ ନମ୍ବର ଯାଞ୍ଚ କରିବା ପାଇଁ ସେଟିଙ୍ଗକୁ ଯାଆନ୍ତୁ । ଏହାପରେ ଜେନେରାଲ୍ ତାପରେ ଆବାଉଟ୍କୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ମିଳିଯିବ ସିରିଏଲ୍ ନମ୍ବର । ଏହାକୁ ଆପଲ୍ ଚେକ୍ କଭରେଜରେ ଏଣ୍ଟ୍ରି କରନ୍ତୁ । IMEI ନମ୍ବର ଯାଞ୍ଚ କରନ୍ତୁ । ଆପଣଙ୍କ ଫୋନରେ * # 06 # ଡାଏଲ୍ କରନ୍ତୁ । ଏହାକୁ ବକ୍ସରେ ଲେଖାଯାଇଥିବା IMEI ନମ୍ବର ମିଳାନ୍ତୁ । IOS ଏବଂ ସଫ୍ଟୱେର୍ ଭର୍ସନକୁ ଚେକ୍ କରନ୍ତୁ । ସେଟିଙ୍ଗକୁ ଯାଆନ୍ତୁ, ଏହାପରେ ଜେନରାଲ୍, ପରେ ସଫ୍ଟୱେର୍ ଅପଡେଟକୁ ଯାଇ iOS ଭର୍ସନ ଯାଞ୍ଚ କରନ୍ତୁ ।
ଏହାସହିତ ସିରିକୁ “ହେ ସିରି” କମାଣ୍ଡ୍ ଦିଅନ୍ତୁ । ଯଦି ସିରି ପ୍ରତିକ୍ରିୟା ଦିଏ ତେବେ ଫୋନ୍ ଅସଲି ଅଟେ । ଆଇଫୋନ୍ ଗୁଡିକରେ କେବଳ ଆପ୍ ଷ୍ଟୋର୍ ରହିଥାଏ । ଯଦି ଆପଣଙ୍କର ଫୋନ୍ରେ ଆପ୍ ଷ୍ଟୋର୍କୁ ସପୋର୍ଟ କରିନଥାଏ, ତେବେ ଏହା ନକଲି ହୋଇପାରେ । ଏହି ସରଳ ଟ୍ରିକ୍ରେ ଆପଣ ନକଲି ଆଇଫୋନ କିଣିବାରୁ ଏଡାଇ ପାରିବେ । ଆଉ ଠକାମୀର ଶିକାର ହେବାକୁ ଏଡାଇ ପାରିବେ ।