ନୂଆଦିଲ୍ଲୀ ୦୪।୧୨: ଆଡଭାନ୍ସ ହେଉଛି ଭାରତ । ଦେଶରେ ବୃଦ୍ଧି ପାଉଛି AI ବ୍ୟବହାର । ଏଣିକି ଭାରତରେ ଲାଗିବ AI ସ୍ମାର୍ଟ ୱାଟର ମିଟର । ଏହାର ଆରମ୍ଭ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ହେବ । ତେବେ ରାଜସ୍ୱ କ୍ଷତି ହ୍ରାସ କରିବାକୁ ନିଆଯାଇଛି ଏହି ପଦକ୍ଷେପ ।
ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ସହରରେ AI ସ୍ମାର୍ଟ ୱାଟର ମିଟର ଲଗାଇବ । ଏଥିରୁ ଅନଆକାଉଣ୍ଟେଟେଡ୍-ଫୋର୍ ଓ୍ବାଟର ଚିହ୍ନଟ ହେବ । ତେବେ BWSSB ଯେତିକି ପାଣି ସପ୍ଲାଇ କରେ ଆଉ ଗ୍ରାହକ ଯେତିକି ବିଲ୍ ଦିଅନ୍ତି, ଏହା ମଧ୍ୟରେ ଥିବା ପାର୍ଥକ୍ୟକୁ ଅନଆକାଉଣ୍ଟେଟେଡ୍-ଫୋର୍ ଓ୍ବାଟର ବା ଅନାବଶ୍ୟକ-ଜଳ କୁହାଯାଏ ।
ପ୍ରଥମ ପର୍ଯ୍ୟାୟରେ କେବଳ କମର୍ସିଆଲ୍ ଗ୍ରାହକଙ୍କୁ AI ସ୍ମାର୍ଟ ୱାଟର ମିଟର ଯୋଗାଇ ଦିଆଯିବ । ପ୍ରାରମ୍ଭରେ ପିପିପି ମଡେଲରେ ୨ହଜାର ମିଟର ସ୍ଥାପନ କରାଯିବ । ଏହାପରେ AI ସ୍ମାର୍ଟ ୱାଟର ମିଟରର ପରିସରପ୍ରାୟ ୯୮ ହଜାରକୁ ବୃଦ୍ଧି କରାଯିବ । ଯାହାଫଳରେ ଜଳ ଯୋଗାଣର ତଥ୍ୟ ବିଶ୍ଳେଷଣ ।
AI ସ୍ମାର୍ଟ ୱାଟର ମିଟର ଜଳ ବ୍ୟବହାରର ରିଅଲ୍ ଟାଇମ୍ ତଥ୍ୟ ପ୍ରଦାନ କରିବ ଏବଂ ଲିକ ଚିହ୍ନଟ କରିବ । ଯାହା ଜଳ ଯୋଗାଣ ପରିଚାଳନାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।