‘ଜୟଶ୍ରୀରାମ’ ନେଇ ବିଜେପି ମହିଳା ସାଂସଦଙ୍କୁ ଏପରି କହିଲେ ପ୍ରିୟଙ୍କା ଭଦ୍ରା, ସମସ୍ତେ ହୋଇଗଲେ ଚୁପ୍

Published By : Prameya-News7 Bureau | December 04, 2024 IST

ନୂଆଦିଲ୍ଲୀ ୪।୧୨: କେରଳର ୱାୟନାଡ ସିଟରେ ଉପନିର୍ବାଚନ ଜିତି ସଂସଦକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଏବେ ମିଡିଆରେ ଛାଇ ହୋଇ ରହିଛନ୍ତି। କେତେବେଳେ ଲୋକସଭାରେ ଭାଇଙ୍କ ସହିତ କଥା ହେଉଥିବାର ଦେଖାଯାଉଛନ୍ତି ତ ଆଉ କେତେବେଳେ କଂଗ୍ରେସ ନେତାଙ୍କ ସହ ଯିବା ଆସିବା କରୁଥିବା ଦେଖାଯାଉଛନ୍ତି। ଏହି ସମୟରେ ମିଡିଆର କ୍ୟାମେରା ପ୍ରିୟଙ୍କାଙ୍କ ପିଛା କରୁଥିବାର ଦେଖାଯାଉଛି। ଏଥିମଧ୍ୟରେ ବୁଧବାର ସଂସଦ ଭବନ ଦ୍ୱାରରେ ପ୍ରିୟଙ୍କାଙ୍କ ସହ କିଛି ବିଜେପି ମହିଳା ସାଂସଦଙ୍କ ଭେଟ ହୋଇଯାଇଥିଲା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ସଂସଦ ଭବନ ଦ୍ୱାରରେ ପ୍ରିୟଙ୍କାଙ୍କୁ ଦେଖି ବିଜେପି ମହିଳା ସାଂସଦମାନେ ‘ଜୟ ଶ୍ରୀରାମ’ ସମ୍ବୋଧନ କରିଥିଲେ, ପ୍ରିୟଙ୍କା ଏହାର ସୁନ୍ଦର ଜବାବ ରଖିଛନ୍ତି। ସେ କହିଛନ୍ତି ମୁଁ ପ୍ରତ୍ୟୁତରରେ ଜୟ ଶ୍ରୀରାମ କହିବିନି, ଆମେ ମହିଳାମାନେ ‘ଜୟ ସିୟା ରାମ ’ କହିବା କଥା ସୀତାମାତାଙ୍କୁ ଆମେ ଛାଡିବା କଥା ନୁହେଁ । ଏଣୁ ଆମେ ପରସ୍ପକୁ ଜୟ ସିୟାରାମ କହି ସମ୍ବୋଧନ କଲେ ଭଲ ହୁଅନ୍ତା ବୋଲି କହିଛନ୍ତି। ପ୍ରିୟଙ୍କାଙ୍କ ଏପରି ସୁନ୍ଦର ଉତ୍ତର ବିଜେପି ମହିଳା ସାଂସଦମାନଙ୍କୁ ଚକିତ କରିଦେଇଛି। ସମସ୍ତେ ଚୁପାଚାପ୍ ଚାଲିଯାଇଛନ୍ତି। 

ପ୍ରିୟଙ୍କା ଗାନ୍ଧିଙ୍କ ଏହି ଜବାବକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଯେ ପ୍ରିୟଙ୍କା ଗାନ୍ଧି ୱାୟନାଡ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ବଡ଼ ବିଜୟ ଲାଭ କରିଛନ୍ତି। ଗତ ଜୁନରେ ଏହି ଆସନରେ ହୋଇଥିବା ଲୋକସଭା ନିର୍ବାଚନରେ ପ୍ରିୟଙ୍କାଙ୍କ ଭାଇ ରାହୁଲ ଗାନ୍ଧି ବିଜୟୀ ହୋଇଥିଲେ। ତେବେ ସେ ରାୟବରେଲୀରୁ ବି ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ଫଳାଫଳ ଆସିବା ପରେ ରାହୁଲ ରାୟବରେଲୀ ଆସନ ହତାରେ ରଖି ୱାୟନାଡ ଛାଡିଥିଲେ। ଏଣୁ ଉପନିର୍ବାଚନ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.