ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ବଡ଼ ନିଷ୍ପତ୍ତି, ଆସାମରେ ଗୋ ମାଂସ ଉପରେ ଲାଗିଲା ବ୍ୟାନ

Published By : Prameya-News7 Bureau | December 04, 2024 IST

News7

ଗୌହାଟୀ: ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ଗୋ ମାଂସ ଉପରେ ଲାଗିଲା ସଂପୂର୍ଣ୍ଣ କଟକଣା। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା  ବୁଧବାର ଖୋଦ୍ ଏହାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ବି ରେଷ୍ଟୁରାଣ୍ଟ କିମ୍ବା ହୋଟେଲ୍‌ରେ ଗୋ ମାଂସ ବିକ୍ରି କରାଯାଇ ପାରିବ ନାହିଁ। ଏଥିସହ କୌଣସି ସାର୍ବଜନୀନ ସମାରୋହ କିମ୍ବା ସାର୍ବଜନୀନ ସ୍ଥାନରେ ପରସା ଯାଇ ପାରିବ ନାହିଁ। ସରକାରଙ୍କ ମନ୍ତ୍ରୀ ପିଜୁଷ ହଜାରିଆ ଏହି ନିଷ୍ପତ୍ତିକୁ ସ୍ଵାଗତ କରିବାକୁ ପରାମର୍ଶ ଦେବା ସହ କହିଛନ୍ତି, ଯାହାକୁ ଏହି ନିଷ୍ପତ୍ତି ପସନ୍ଦ ନୁହେଁ, ସେମାନେ ପାକିସ୍ତାନରେ ଯାଇ ରୁହନ୍ତୁ। 

ଆଜି ଆସାମ ସରକାରଙ୍କ କ୍ୟାବିନେଟ୍ ବୈଠକ ଦିଲ୍ଲୀରେ ବସିଥିଲା। ଏହି ସମୟରେ ଅନ୍ୟ ମନ୍ତ୍ରୀମାନେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ରାଜ୍ୟରେ ଗୋ ମାଂସ ଉପରେ ବ୍ୟାନ୍ ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। 

ଅଧିକ ପଢନ୍ତୁ- 'ମୁଁ ଶପଥ ନେବି', ଅଜିତ୍ ପାୱାରଙ୍କ ବୟାନରେ ସିନ୍ଦେଙ୍କ କଟାକ୍ଷ; କହିଲେ-‘ତାଙ୍କ ପାଖରେ ସକାଳ ଓ ସଂଧ୍ୟାର ଅନୁଭବ ଅଛି’

ମୁଖ୍ୟମନ୍ତ୍ରୀ  ହିମନ୍ତ ବିଶ୍ଵ ଶର୍ମା କହିଛନ୍ତି, ଆମେ ଆସାମରେ ଗୋ ହତ୍ୟା ରୋକିବା ପାଇଁ ୩ ବର୍ଷ ପୂର୍ବେ ଆଇନ ଆଣିଥିଲୁ। ଏଥିରେ ଗୋହତ୍ୟା ରୋକିବାରେ ବହୁ ମାତ୍ରାରେ ସଫଳ ହୋଇଛୁ। ଏବେ ଆମେ ନିଷ୍ପତ୍ତି ନେଇଛୁ ଯେ, ଆସାମରେ କୌଣସି ବି ରେଷ୍ଟୁରାଣ୍ଟ କିମ୍ବା  ହୋଟେଲ୍‌ରେ ଗୋ ମାଂସ ପରସା ଯାଇ ପାରିବ ନାହିଁ। ଏପରିକି କୌଣସି ସାର୍ବଜନୀନ ସମାରୋହ କିମ୍ବା ସାର୍ବଜନୀନ ସ୍ଥାନରେ ଗୋ ମାଂସ ପରସା ଯାଇ ପାରିବ ନାହିଁ। ରାଜ୍ୟରେ ସଂପୂର୍ଣ୍ଣ ଭାବେ ଗୋ ମାଂସ ଉପରେ ରୋକ୍ ଲଗାଯାଇଛି। 

ଏଥିପାଇଁ ଆଜିଠୁ ରାଜ୍ୟ ସରକାର ହୋଟେଲ୍ ରେଷ୍ଟୁରାଣ୍ଟ ଓ ସାର୍ବଜନୀନ ସ୍ଥାନରେ ଗୋ ମାଂସ ଯୋଗାଣକୁ ବନ୍ଦ କରିବାକ ନିଷ୍ପତ୍ତି ନେଇଛୁ। ପ୍ରଥମେ ଆମର ନିଷ୍ପତ୍ତି ମନ୍ଦିର ନିକଟ ଗୋ ମାଂସ ଖାନା ଉପରେ ରୋକ୍ ଲଗାଇବାର ଥିଲା। ମାତ୍ର ଏବେ ଆମେ ଏହାକୁ ପୂରା ରାଜ୍ୟରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛୁ।  ଆସାମ ସରକାରଙ୍କ ମନ୍ତ୍ରୀ ପିଜୁଷ ହଜାରିଆ ଏହି ନିଷ୍ପତ୍ତିରେ ପ୍ରତିକ୍ରିୟା ଦେଇଛନ୍ତି ଯେ, ମୁଁ ଆସାମ କଂଗ୍ରେସକୁ ଚ୍ୟାଲେଞ୍ଜ କରୁଛି ଯେ, ସେମାନେ ନିଷ୍ପତ୍ତିକୁ ସ୍ଵାଗତ କରନ୍ତୁ କିମ୍ବା ପାକିସ୍ତାନ ଯାଆନ୍ତୁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.