ନୂଆଦିଲ୍ଲୀ ୪।୧୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ) ସଞ୍ଚାଳିତ ଓ ଡିପଫେକ୍ ଆଧାରିତ ସାଇବର ଅପରାଧ ୨୦୨୫ ମସିହାରେ ଦ୍ରୁତ ବଢ଼ିବାର ଅନୁମାନ କରାଯାଉଛି। ନିକଟରେ ଆସିଥିବା ଏକ ରିପୋର୍ଟରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ କୁହାଯାଇଛି ଏହି ସମୟରେ ସାଇବର ଆକ୍ରମଣକାରୀଙ୍କ ଟାର୍ଗେଟରେ ସ୍ୱାସ୍ଥ୍ୟାସେବା ଓ ଆର୍ଥିକ କ୍ଷେତ୍ର ସବୁଠୁ ଅଧିକ ରହିବ। ଡାଟା ସିକ୍ୟୁରିଟି କାଉନସିଲ ଅଫ ଇଣ୍ଡିଆ (ଡିଏସସିଆଇ)ଓ ସେକ୍ରାଇଟ ‘ଇଣ୍ଡିଆ ସାଇବର ଥ୍ରେଟ ରିପୋର୍ଟ-୨୦୨୫’ରେ ଏହି ଆଶଙ୍କା କରିଛି।
୨୦୨୫ରେ ସାଇବର ଅପରାଧୀଙ୍କ ନୂଆ ରଣନୀତି ଓ ଏଆଇ ଆଧାରିତ ଆକ୍ରମଣକୁ ଏକ ମୁଖ୍ୟ ଚିନ୍ତା ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଏଆଇକୁ ବହୁତ ସତର୍କତାର ସହିତ ଠକେଇ ପାଇଁ ବ୍ୟବହାର କରାଯିବ, ଯାହାର ତଦନ୍ତ କରିବା ବି କଷ୍ଟକରହେବ। ଏଥିରେ ଡିପଫେକ୍ ଟେକ୍ନୋଲଜି ଓ ବ୍ୟକ୍ତିଗତ ଆକ୍ରମଣ ବି ସାମିଲରହିବ। ରିପୋର୍ଟରେ କୁହାଯାଇଛି ଯେ ଉପକରଣ ଅଭାବର ଫାଇଦା ଉଠାଇ ଏପରି ଆକ୍ରମଣ କରାଯିବ।
ରିପୋର୍ଟ ଅନୁସାରେ ଯୋଗାଣ ଶୃଙ୍ଖଳାର ଦୁର୍ବଳତା ସହିତ ଏଆଇ କ୍ଷମତାଗୁଡିକ ଯୋଡି ହେବା ଯୋଗୁ ନୂଆ ପ୍ରକାରର ସାଇବର ବିପଦ ସୃଷ୍ଟି ହେବ। ସାଇବର ଅପରାଧୀ ଜଟିଳ ଆକ୍ରମଣକୁ ରୂପାୟନ କରିବା ପାଇଁ ଏଆଇ ସଞ୍ଚାଳିତ ଉପାୟ ଅବଲମ୍ବନ କରିବେ। ଏଥିରେ କୁହାଯାଇଛି ଯେ ଉପକରଣ ଅଭାବର ଫାଇଦା ଉଠାଇ ଆକ୍ରମଣ କରାଯିବ, ଯେଉଁଥିରେ ମେନୁଫେକ୍ଚର ଓ ସ୍ୱାସ୍ଥ୍ୟ ସେବା ଭଳି ଉଦ୍ୟୋଗର ଜରୁରି ସେବା ବାଧିତ ହେବ।
ରିପୋର୍ଟରେ କୁହାଯାଇଛି ଯେ ଭାରତରେ ସ୍ୱାସ୍ଥ୍ୟସେବା, ଅର୍ଥ ଓ ଶକ୍ତି ସହିତ ଗୁରୁତ୍ୱଫୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ର ସାଇବର ଅପରାଧୀଙ୍କ ଲାଗି ମୁଖ୍ୟ ଟାର୍ଗେଟ୍ ହେବ। ଏହି ସବୁ ଆକ୍ରମଣର ଉଦ୍ଦେଶ୍ୟ ସେବା ବାଧିତ କରିବା, ସମ୍ବେଦନଶୀଳ ତଥ୍ୟ ଚୋରାଇବା ଓ ଭୂ-ରାଜନୈତିକ ଉତ୍ତେଜନାର ଲାଭ ନେବା ବୋଲି କୁହାଯାଇଛି।