ଡ୍ରାଇଭିଂ ଟେଷ୍ଟର ମୂଲ୍ୟାୟନ କରିବ ଏଆଇ; ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ହେବ ଲାଗୁ

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ ୧୬।୧୦: ଏଣିକି ଡ୍ରାଇଭିଂ ଟେଷ୍ଟରେ କରାଯିବନି କୌଣସି ମାନବ ହସ୍ତକ୍ଷେପ । ପାସ ଓ ଫେଲର ନିଷ୍ପତ୍ତି ନେବ ମେସିନ । ଏଣିକି ଡ୍ରାଇଭିଂ ଟେଷ୍ଟର ମୂଲ୍ୟାୟନ କରିବ ଏଆଇ । ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା। ଏହା ସଫଳ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ କରାଯିବ । ଏନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏଆଇ ଟେଷ୍ଟିଂ । ଖୁବଶୀଘ୍ର ଏହାକୁ କରାଯିବ ଉଦଘାଟନ । 

ଡ୍ରାଇଭିଂ ଟେଷ୍ଟିଂ ବେଳେ ସ୍ୱଚ୍ଛତା ରହୁନଥିବା ଅଭିଯୋଗ ଆସୁଥିଲା। ଡ୍ରାଇଭିଂ ନଜାଣି ଲାଇସେନ୍ସ ପାଇବା କାରଣରୁ  ରାସ୍ତାରେ ଦୁର୍ଘଟଣା ହେଉଛି । ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ପରିବହନ ବିଭାଗ ସ୍ୱୟଂଚାଳିତ ଯାନ ପରୀକ୍ଷା ପ୍ରଣାଳୀକୁ ଆପଣାଇଛି । ଏହାଦ୍ୱାରା ପରୀକ୍ଷା କରାଯାଉଥିବା ଟ୍ରାକକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ କରାଯାଉଛି। ଟ୍ରାକରେ କ୍ୟାମେରା, ସେନସର ଓ ରେଡାର ଦ୍ୱାରା ପରିଚାଳନା କରାଯିବ । 

ପରୀକ୍ଷା ଦେବାକୁ ଆସୁଥିବା ଗାଡି ଚାଳକ ଜଣକ କୌଣସି ତୃଟି କରିବା ମାତ୍ରେ ମେସିନ ସଙ୍ଗେ ସଙ୍ଗେ ଜଣାଇଦେବ ଏବଂ ପରୀକ୍ଷା ଦେଉଥିବା ଚାଳକ ଜଣକ ପାସ କି ଫେଲ ତାହା ମଧ୍ୟ ନିର୍ଦ୍ଧାରଣ କରିଦେବ । କ୍ୟାମେରା ଜରିଆରେ ଚାଳକ ଜଣକ ଠିକ ଭାବେ ଗାଡି ଚାଳନା କରୁଛନ୍ତି ନା ନାହିଂ ତାହା ପ୍ରମାଣ ରହିବ । ଏପରିକି ଯଦି କେହି ଅଭିଯୋଗ କରନ୍ତି ତେବେ ତାଙ୍କୁ ପ୍ରମାଣ ସ୍ୱରୂପ ଦେଖାଇ ମଧ୍ୟ ଦିଆଯାଇପାରିବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.