କେନ୍ଦ୍ରୀୟ କର୍ମଚାରୀଙ୍କୁ ଦୀପାବଳି ଭେଟି, ମହଙ୍ଗା ଭତ୍ତା ୩% ବଢାଇଲେ ସରକାର

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କୁ ବୁଧବାର କେନ୍ଦ୍ର ସରକାର ଦୀପାବଳି ଭେଟି ଦେଇଛନ୍ତି । କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବଢାଇଛନ୍ତି । ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହାର ବାଜିଛି । କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।

ମହଙ୍ଗା ଭତ୍ତାରେ ଏହି ବୃଦ୍ଧି ସହ ପରେ କେନ୍ଦ୍ର କର୍ମଚାରୀଙ୍କ ଡିଏ ବଢି ୫୩ ପ୍ରତିଶତ ହୋଇଛି । ଏବି ବୃଦ୍ଧି ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀ ଲାଭ ପାଇବେ ।

କେନ୍ଦ୍ରୀୟ କର୍ମଚାରୀଙ୍କୁ ଡିଏ ଏବଂ ପେନସନଭୋଗୀଙ୍କୁ ଡିଆର୍ ମିଳେ । ବର୍ତ୍ତମାନ ସୁଦ୍ଧା ଡିଏ ମୂଳ ବେତନର ୫୦ ପ୍ରତିଶତ ମିଳୁଥିଲା । ଆଜିର ଘୋଷଣା ପରେ ଏହା ୫୩ ପ୍ରତିଶତ ହୋଇଛି । ଅନେକ ଦିନରୁ ଡିଏ ବୃଦ୍ଧି ହୋଇନଥିଲା । ତେଣୁ ଦୀପାବଳି ପୂର୍ବରୁ ସରକାର ଡିଏ ବଢାଇ ପାରନ୍ତି ବୋଲି କୁହାଯାଉଥିଲା । ଏହା ପୂର୍ବରୁ ୨୦୨୪ ମାର୍ଚ୍ଚରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବଢାଇଥିଲେ । 

ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI) ଆଧାରରେ ସ୍ଥିର କରାଯାଇଥାଏ । ସାଧାରଣତଃ କେନ୍ଦ୍ର ସରକାର ବର୍ଷରେ ଦୁଇ ଥର, ଜାନୁଆରୀ ଏବଂ ଜୁଲାଇରେ ଡିଏରେ ସଂଶୋଧନ କରନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.