ଓମାର ଅବଦୁଲ୍ଲାଙ୍କ ସହ ମିଶି ଜାମ୍ମୁ-କାଶ୍ମୀର ବିକାଶ କରିବ କେନ୍ଦ୍ର: ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | October 16, 2024 IST

internet

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ବଧେଇ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ପ୍ରଧାନମନ୍ତ୍ରୀ ଓମାରଙ୍କୁ ବଧେଇ ଜଣାଇବା ସହ କେନ୍ଦ୍ର ସରକାର ଓମାରଙ୍କ ସରକାରଙ୍କ ସହ ମିଶି ଜାମ୍ମୁ-କାଶ୍ମୀର ବିକାଶ ଦିଗରେ କାମ କରିବ ବୋଲି କହିଛନ୍ତି।

ବୁଧବାର(୧୬ ଅକ୍ଟୋବର ୨୦୨୪) ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓମାର।

ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୋଦୀ ଲେଖିଛନ୍ତି “ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ଓମାର ଅବଦୁଲ୍ଲା ଜୀଙ୍କୁ ଅଭିନନ୍ଦନ। ଲୋକଙ୍କ ସେବା କରିବା ପାଇଁ ତାଙ୍କ ଉଦ୍ୟମ ପାଇଁ ଶୁଭେଚ୍ଛ। ଜାମ୍ମୁ-କାଶ୍ମୀରର ବିକାଶ ପାଇଁ କେନ୍ଦ୍ର ସରକାର ତାଙ୍କ ସହିତ ଓ ତାଙ୍କ ସରକାର ସହିତ ଅତି ନିକଟତର ହୋଇ କାମ କରିବ।”

ଅବୁଦ୍ଲା ପରିବାରର ତୃତୀୟ ପିଢ଼ିର ଓମାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ। ଏହା ପୂର୍ବରୁ ତାଙ୍କ ବାପା ଫାରୁକ ଅବଦୁଲ୍ଲା ଓ ଯେଯେ ଶେକ୍ ଅବଦୁଲ୍ଲା ମଧ୍ୟ ଜାମ୍ମୁ-କାଶ୍ମୀର ମୁଖ୍ଯମନ୍ତ୍ରୀ ହୋଇଥିଲେ। ବୁଧବାର ଓମାରଙ୍କ ସହିତ ୫ ମନ୍ତ୍ରୀ ସକିନା ମସୁଦ, ଜାଭେଦ ଦାର, ଜାଭେଦ ରାଣା, ସୁରିନ୍ଦର ଚୌଧୁରୀ ଏବଂ ଶତୀଶ ଶର୍ମା ମଧ୍ୟ ଶପଥ ନେଇଛନ୍ତି। ସକିନା ଓ ଦାର କାଶ୍ମୀର ଅଞ୍ଚଳରୁ ଆସୁଥିବା ବେଳେ ରାଣା, ଚୌଧୁରୀ ଓ ଶର୍ମା ଜାମ୍ମୁ ଅଞ୍ଚଳରୁ ନିର୍ବାଚିତ ହୋଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.