ସ୍ଲୋ ମୋସନରେ କରୁଥିଲେ ଡ୍ୟାନ୍ସ, ମୁଣ୍ଡରୁ ଗଣ୍ଡି ହୋଇଗଲା ଅଲଗା,ୟୁପିର ଘଟଣାକୁ ନେଇ ଆଲୋଡନ

Published By : Prameya-News7 Bureau | October 20, 2024 IST

ଉତ୍ତରପ୍ରଦେଶ ୨୦/୧୦: ଜୀବନ ନେଇଗଲା ରିଲ୍ସ ନିଶା । ସ୍ଲୋ ମୋସନରେ ଏକ ଗୀତରେ ଡ୍ୟାନ୍ସ କରୁ କରୁ ଅଲଗା ହୋଇଗଲା ଗଣ୍ଡିରୁ ମୁଣ୍ଡ । ଚାଲିଗଲା ଯୁବକଙ୍କ ଜୀବନ । ଉତ୍ତରପ୍ରଦେଶର ଆଗ୍ରାର ଘଟଣାକୁ ନେଇ ସବୁଠି ଆଲୋଡନ । ଜଣେ ଯୁବକ ରିଲ୍ସ ଭିଡିଓ ପାଇଁ ସ୍ଲୋ ମୋସନରେ ଏକ ଗୀତରେ ଡ୍ୟାନ୍ସ କରୁଥିଲେ। ଏହି ସମୟରେ ସେ ଗ୍ୟାଲେରୀରେ ତଳେ ଲାଗିଥିବା ଏକ ଲୁହା ଗ୍ରୀଲକୁ ଉଠାଇଥିଲେ। ତେବେ ହଠାତ ନିୟନ୍ତ୍ରଣ ହରାଇ ବସିଥିଲେ । ଆଉ ତଳକୁ ଖସି ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ସମସ୍ତ ଯୁବକ ତାଙ୍କୁ ବଞ୍ଚାଇବାକୁ ଦୌଡୁଛନ୍ତି। କିନ୍ତୁ ସେତେବେଳକୁ ଯୁବକ ଜଣକ ମୁଣ୍ଡ ଗ୍ରୀଲରେ ଫସି ଯାଇ ତାଙ୍କ ଶରୀରରୁ ଅଲଗା ହୋଇଯାଉଛି। ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା ।

ସୋସିଆଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହେଉଛି। ତେବେ କିଛି କାରଣବଶତଃ ଆମେ ଏହି ଭିଡିଓକୁ ଦେଖାଇ ପାରୁନୁ । ୩୫ ସେକେଣ୍ଡର ଏହି ଭାଇରାଲ୍ ଭିଡିଓରେ ୫ ଜଣ ଯୁବକଙ୍କୁ ଦେଖିବାକୁ ମିଳିଛି।  ୨ଜଣ ତଳେ ବସିଛନ୍ତି। ଜଣେ ଯୁବକ ଦୋକାନର ସଟର ଖୋଲିବାକୁ ପ୍ରସ୍ତୁତ ହେଉଥିବାବେଳେ ସେଠାରେ ଆଉ ଜଣେ ଯୁବକ ଠିଆ ହୋଇ ନାଚୁଛନ୍ତି। ଆଉ ଏତେ ବଡ ଅଘଟଣ ଘଟିଯାଇଛି । 

ସୂଚନା ଅନୁସାରେ ମୃତକ ୨୦ ବର୍ଷୀୟ ଆସିଫ। ଆବାଦ ନାଗର ପୋଲିସ ଷ୍ଟେସନ ତାଜନଙ୍ଗଞ୍ଜ ଅଞ୍ଚଳର ବାସିନ୍ଦା। ଅସିଫ ଲୁଣ ମାଣ୍ଡିରେ ଅବସ୍ଥିତ ସାରଫା ବଜାରର ଏକ ଜୁଏଲର୍ସ ଦୋକାନରେ କାମ କରୁଥିଲେ। ଆଜି କାଲି ଚାଲିଛି ରିଲ୍ସ ଜମାନା । ପିଲାଠୁ ବୁଢା ସମସ୍ତେ ରିଲ୍ସ କରି ରାତାରାତି ଭାଇରାଲ ହେବାକୁ କିଛି ବି କରିବା ପାଇଁ ରେଡ୍ଡି ହୋଇ ଯାଉଛନ୍ତି । ହେଲେ ରାତାରାତି ଫେମସ କରୁଥିବା ଏ ରିଲ୍ସ ବେଳେବେଳେ ଘାତକ ସାଜୁଛି । ଅକାରଣରେ ଚାଲିଯାଉଛି ଜୀବନ । 

 

 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.