ୱାୟନାଡ ଉପନିର୍ବାଚନ: ପ୍ରିୟଙ୍କା ଗାନ୍ଧୀଙ୍କ ସାମନାରେ ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କଲା ବିଜେପି

Published By : Prameya-News7 Bureau | October 19, 2024 IST

ନୂଆଦିଲ୍ଲୀ: କେରଳ ୱାଇନାଡ୍ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରେ କଂଗ୍ରେସର ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ନଭ୍ୟାଙ୍କ ମୁକାବିଲା ହେବ । ଭାରତୀୟ ନିର୍ବାଚନ ଆୟୋଗ ମଙ୍ଗଳବାର ଉପନିର୍ବାଚନ ତାରିଖ ଘୋଷଣା କରିଥିଲେ । ଉପନିର୍ବାଚନ ପାଇଁ ନଭେମ୍ୱର ୧୩ରେ ମତଦାନ ହେବ ଏବଂ ନଭେମ୍ୱର ୨୩ ଫଳାଫଳ ଘୋଷଣା ହେବ ।

ନଭ୍ୟା ହରିଦାସ ଜଣେ ମେକାନିକାଲ୍ ଇଞ୍ଜିନିୟର । ସେ ୨୦୦୭ ମସିହାରେ କେଏମସିଟି ଇଞ୍ଜିନିୟର କଲେଜ, କାଲିକଟ୍ ବିଶ୍ୱବିଦ୍ୟାଳୟରୁ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ । ଏଡିଆର ଅନୁସାରେ ନଭ୍ୟାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ । ତାଙ୍କ ପାଖରେ ମୋଟ ୧.୨୯ କୋଟି ଟଙ୍କର ସମ୍ପତ୍ତି ରହିଛି । ନଭ୍ୟାଙ୍କ ଏକ୍ସ ପ୍ରୋଫାଇଲ୍ ଅନୁସାରେ ସେ କୋଝିକୋଡ ନିଗମରେ କର୍ପୋରେଟର ଏବଂ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସମ୍ପାଦିକା ଅଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ପାର୍ଟି ଜୁନ୍ ଘୋଷଣା କରି କହିଥିଲା ଯେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ହୋଇଥିବା ୱାୟନାଡ ଆସନରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବେ । ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାୟବରେଲି ଆସନକୁ ରଖି ୱାୟନାଡ ଆସନରୁ ଇସ୍ତଫା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.