ମୁମ୍ଵାଇ ୦୪।୦୪: ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଲାଡଲୀ ଜାହ୍ନବୀ କପୁର । ବର୍ତ୍ତମାନ ସେ ବଲିଉଡର ଜଣେ ଆଗଧାଡିର ନାୟିକା। ତାଙ୍କ କାର୍ଯ୍ୟ ସହିତ ସୁନ୍ଦରତା ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। ଜାହ୍ନବୀ କପୁରଙ୍କ ସମ୍ପର୍କ ସ୍ଥିତିକୁ ନେଇ ଗଣମାଧ୍ୟମରେ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଥିଲା । କାହିଁକି ନା ବେଳେବେଳେ ତାଙ୍କ ନାମ 'ଓରି' ଏବଂ ବେଳେବେଳେ ପୂର୍ବତନ ପ୍ରେମିକା ଶିଖର ପହରିଆଙ୍କ ସହ ଜଡିତ ଥିଲା। ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ଜାହ୍ନବୀ ଓରିଙ୍କୁ ଡେଟ କରୁ ନାହାଁନ୍ତି । ବରଂ ସେ ଶିଖରଙ୍କ ସହ ନିକଟତର ଅଛନ୍ତି। ଦୁହେଁ ପରସ୍ପର ପ୍ରତି ଅତ୍ୟନ୍ତ ଗମ୍ଭୀର । ୩ ଏପ୍ରିଲରେ ଶିଖରଙ୍କ ଜନ୍ମଦିନ ଥିଲା । ଯେଉଁଥି ପାଇଁ ଅଭିନେତ୍ରୀ ତାଙ୍କୁ ତିରୁପତିକୁ ନେଇଥିଲେ । କେବଳ ଏତିକି ନୁହେଁ, ସେ ସୋସିଆଲ ମିଡିଆରେ ଦୁହିଁଙ୍କର ଅନସିନ୍ ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହା ପ୍ରଶଂସକମାନେ ପସନ୍ଦ କରିଛନ୍ତି ...
ଜାହ୍ନବୀ କପୁର ଇନଷ୍ଟାଗ୍ରାମରେ ତାଙ୍କ ପ୍ରେମିକା ଶିଖର ପହରିଆଙ୍କ ସହ ଏକ ରୋମାଣ୍ଟିକ ଅନ୍ସିନ୍ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଜାହ୍ନବୀ ଏବଂ ଶିଖରଙ୍କ ଚେହେରା ଦୃଶ୍ୟମାନ ହେଉନାହିଁ । କିନ୍ତୁ ଉଭୟ ଏକାଠି ବୁଲୁଥିବାର ଦେଖାଯାଉଛି। ଅନ୍ୟ କେହି ଜଣେ ସେମାନଙ୍କ ଫଟୋକୁ ପଛରୁ କ୍ଲିକ୍ କରିଛନ୍ତି । ଏହି ରୋମାଣ୍ଟିକ ଫଟୋ ସେୟାର କରି ଜାହ୍ନବୀ ଲେଖିଛନ୍ତି - 'ଜନ୍ମଦିନର ଶୁଭକାମନା ଶିକୁ!' ଏହା ସହିତ ଅଭିନେତ୍ରୀ ଏକ ଲାଲ୍ ହୃଦୟ ଇମୋଜି ବ୍ୟବହାର କରିଛନ୍ତି ।
କହିବାକୁ ଗଲେ ଜାହ୍ନବୀ ଏବଂ ଶିଖର ଖୁସି କପୁରଙ୍କ ସହ ଶିଖରଙ୍କ ଜନ୍ମଦିନରେ ତିରୁପତି ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଯେଉଁଠାରେ ସେମାନଙ୍କର ଫଟୋ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ତିନି ଜଣ ଏକାଠି ନଜେ ଆସିଛନ୍ତି। ହେଲେ ଜାହ୍ନବୀ ଯେଉଁ ଫଟୋ ସେୟାର କରିଛନ୍ତି । ସେଥିରେ କେବଳ ସେ ଏବଂ ତାଙ୍କ ଭଉଣୀ ଖୁସି ଅଛନ୍ତି।