ଦ୍ଵିତୀୟ ବିବାହ କଲେ ରାପର୍ ରଫ୍‌ତାର, ସାମ୍ନାକୁ ଆସିଲା ୱେଡିଂ ଫଟୋ

Published By : Prameya-News7 Bureau | February 02, 2025 IST

ମୁମ୍ଵାଇ ୦୨।୦୨; ମ୍ୟୁଜିକ୍ ସେନ୍ସେସ୍ ରଫତାର ଏବଂ ଫ୍ୟାଶନ୍ ଷ୍ଟାଇଲିଷ୍ଟ ତଥା ଅଭିନେତ୍ରୀ ମନରାଜ ଜୱନ୍ଦା ବିବାହ କରିଛନ୍ତି ।  ଦୁହିଁଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ବର୍ତ୍ତମାନ ଦୁହେଁ ସାତଫେରା ନେଇ ସାତଜନ୍ମର ସାଥୀ ହୋଇଛନ୍ତି । ଏବେ ବାହାଘର ଫଟୋ ସାମ୍ନାକୁ ଆସିଛି । ଅନେକ ସେଲିବ୍ରେଟ୍ ଏବଂ ପ୍ରଶଂସକ ନବ ବିବାହିତ ଦମ୍ପତିଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ରଫ୍‌ତାର୍‌ଙ୍କ ଏହା ଦ୍ୱିତୀୟ ବିବାହ। କାରଣ ସେ ପୂର୍ବରୁ କୋମଲ ଭୋହରାଙ୍କୁ ବିବାହ କରିଥିଲେ। ବାହାଘର ଫଟୋଗୁଡିକ ସାମ୍ନାକୁ ଆସିବା ପରେ ଖୁବ ଭାଇରାଲ୍ ହୋଇଛି। ଏଥିରେ ରଫ୍‌ତାର୍‌ ଏବଂ ମନରାଜ ପାରମ୍ପରିକ ଦକ୍ଷିଣ ଭାରତୀୟ ବେଶପୋଷାକର ନଜର ଆସିଛନ୍ତି। ମଙ୍ଗଳସୂତ୍ର ପିନ୍ଧାଇବା ସମୟରେ ଦୁହେଁ ପରସ୍ପରକୁ ଚାହିଁ ରହିଥିବାର ଦେଖିବାକୁ ମିଳିଛି। ଜାନୁଆରୀ ୩୧ ତାରିଖରେ ସେମାନଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ଦମ୍ପତି ବିବାହ ଅନୁଷ୍ଠିତ ହୋଇଛି।


ବିବାହ ଖବର ଆସିବା ପରେ ସୋସିଆଲ ମିଡିଆରେ ସେମାନଙ୍କ ପ୍ରଶଂସକମାନେ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିବାହ ପୂର୍ବରୁ ସେମାନଙ୍କ ହଳଦୀ ସେରିମନିରେ ଏକ ଭିଡିଓରେ, ରଫ୍‌ତାର୍‌ ଏବଂ ମନରାଜ ହଳଦିଆ ଏବଂ ଧଳା ପୋଷାକ ପିନ୍ଧିଥିବା ଦେଖାଯାଇଛି। କ୍ଲିପରେ ରାପର୍ ତାଙ୍କ ବନ୍ଧୁମାନଙ୍କ ମୁହଁରେ ହଳଦୀ ଲଗାଉଛନ୍ତି। ଅନ୍ୟ ଏକ ଭାଇରାଲ ଭିଡିଓରେ, ଦୁହେଁ ନାଚୁଥିବାର ଦେଖାଯାଉଛି।ରଫ୍‌ତାର୍‌ ପୂର୍ବରୁ କୋମଲ ଭୋହରାଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୨୦ରେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଛି। ବର୍ତ୍ତମାନ, ସେ ମନରାଜ ଜୱାନ୍ଦାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.