ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସେନାର ଜଣେ ଜୁନିଅର କମିଶନ ଅଫିସର ସହିଦ ହୋଇଛନ୍ତି। ୩ ଅନ୍ୟ ଯବାନ ଆହତ ହୋଇଛନ୍ତି। ରବିବାର କିସ୍ତୱାର ଜିଲ୍ଲା ଘନ ଜଙ୍ଗଲ ଏରିଆରେ ଏହି ଆକ୍ରମଣ ହୋଇଛି।
ସେନାର ହ୍ୱାଇଟ ନାଇଟ୍ କର୍ପସ ଅନୁଯାୟୀ, ନଭେମ୍ବର ୧୦, ରବିବାର କିସ୍ତୱାର ଜିଲ୍ଲା ଭର୍ତ୍ତ ରିଜ୍ ଏରିଆରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ପାରା (ସ୍ପେଶାଲ ଫୋର୍ସ)ର ନାଏବ ସୁବେଦାର ରାକେଶ କୁମାର ସହିଦ ହୋଇଛନ୍ତି। ଗୁଳି ବିନିମୟରେ ଅନ୍ୟ ତିନି ଜଣ କମାଣ୍ଡୋ ଆହତ ହୋଇଛନ୍ତି।
କିସ୍ତୱାର ଜିଲ୍ଲାର କୁନ୍ତୱାର ଓ କେଶ୍ୱାନ ଜଙ୍ଗଲରେ ଆତଙ୍କବାଦୀ ଥିବା ଖବର ପାଇ ଜାମ୍ମୁ-କାଶ୍ମୀର ପୁଲିସ ଓ ସେନା ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଦୁଇ ଆତଙ୍କବାଦୀ ଭିଲେଜ୍ ଡିଫେନ୍ସ ଗ୍ରୁପଏବଂ ହ୍ୱାଇଟ ନାଇଟ କର୍ପସ ଯବାନଙ୍କ ଅପହରଣ ଓ ହତ୍ୟା ଅଭିଯୋଗରେ ସାମିଲ୍ ଥିଲେ।