ଭୁବନେଶ୍ବର ୨୧।୩: ବିଧାନସଭା ଅଚଳ ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଗୃହ ଅଚଳ ହେଉଛି । ସର୍ବଦଳୀୟ ବୈଠକରେ ଖୋଦ୍ ଏକଥା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ଓ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ବୈଠକରେ କୁଆଡେ କଂଗ୍ରେସ ସ୍ୱୀକାର କଲା ଯେ, ଇଚ୍ଛା ନଥାଇ ବି ସେମାନେ ଗୃହରେ ପ୍ରତିବାଦ କରୁଛନ୍ତି । କାରଣ ନୂଆ ସଭାପତି ଏପରି କରି ମାଇଲେଜ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ମିଛୁଆ କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ତାରା କହିଲେ ଯେ, ସର୍ବଦଳୀୟ ବୈଠକରେ କଂଗ୍ରେସ କହିଲା ଯେ ପିସିସି ସଭାପତି ନାରୀ ସୁରକ୍ଷା ପାଇଁ ଲଢୁଛନ୍ତି । ହେଲେ ଏହାକୁ ନେଇ ଜୟ ନାରାୟଣଙ୍କ ପରି ବରିଷ୍ଠ ବିଧାୟକ ମିଛ କହିବା ଦୁଃଖଦାୟକ ଘଟଣା ବୋଲି ତାରା କହିଛନ୍ତି ।
You Can Read:
କୋଡ଼୍ ୱାର୍ଡରେ ଚାଲିଥିଲା ବେପାର, ୫୦ ଟଙ୍କାରେ ମିଳୁଥିଲା କୋଲ୍ଡ୍ରିଙ୍କ୍ସ ବୋତଲରେ ଚୋରା ମଦ