‘ଜିଗ୍‌ରା’ର ଫାଷ୍ଟ ଲୁକ୍ ରିଲିଜ୍, ଦମ୍‌ଦାରର ଲୁକ୍‌ରେ ନଜର ଆସଲେ ଆଲିଆ-ବେଦାଙ୍ଗ

Published By : Prameya-News7 Bureau | September 06, 2024 IST

ମୁମ୍ଵାଇ ୦୬।୦୯: ଆଲିଆ ଭଟ୍ଟଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଜିଗ୍‌ରା’ର ଦୁଇଟି ନୂଆ ପୋଷ୍ଟର୍‌ ରିଲିଜ୍‌ ହୋଇଛି । ଆଲିଆ ନିଜେ ପୋଷ୍ଟର୍‌ ସେୟାର କରିଛନ୍ତି । ଏଥିରେ ତାଙ୍କର ଓ କୋ-ଷ୍ଟାର୍‌ ବେଦାଙ୍ଗ ରୈନାଙ୍କ ଫାର୍ଷ୍ଟ ଲୁକ୍‌ ସାମ୍ନାକୁ ଆସିଛି । ଆଲିୟାଙ୍କ ପିଠିରେ ଏକ ବ୍ୟାଗ୍‌ ଓ ହାତରେ ହାତୁଡ଼ି ଦେଖିବାକୁ ମିଳିଛି । ପ୍ରଚ୍ଛଦରେ ବେଦାଙ୍ଗ ଖୁବ୍‌ ଦୁଃଖିତ ନଜର ଆସୁଛନ୍ତି । ପ୍ରଥମ ପୋଷ୍ଟର୍‌ ସେୟାର କରି ଆଲିଆ କ୍ୟାପ୍‌ସନ ଲେଖିଛନ୍ତି ‘ତୁ ମୋ ସୁରକ୍ଷାରେ ଅଛୁ ।

ଦ୍ଵିତୀୟ ପୋଷ୍ଟର୍‌ ସେୟାର କରି ଲେଖିଛନ୍ତି ‘କାହାଣୀ ଖୁବ୍‌ ଲମ୍ବା ଏବଂ ଭାଇ ପାଖରେ ସମୟ ବହୁତ କମ୍‌ ।’ ଅନେକ ସେଲିବ୍ରିଟି ପୋଷ୍ଟର୍‌କୁ ଦେଖିବା ପରେ ପ୍ରତିକ୍ରିୟା ଦେଇଛନ୍ତି । ଆଲିୟାଙ୍କ ଅଭିନୀତ ଏହି ଆକ୍ସନ୍‌ ଫିଲ୍ମ ଆସନ୍ତା ଅକ୍ଟୋବର ୧୧ ତାରିଖରେ ମୁକ୍ତିଲାଭ କରିବ । କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଓ ଆଲିୟାଙ୍କ ଏଟରନାଲ ସନ୍‌ଶାଇନ୍‌ ପ୍ରଡକ୍ସନ୍ସ ମିଳିତ ଭାବେ ଫିଲ୍ମ ନିର୍ମାଣ ଦାୟିତ୍ୱ ନିର୍ବାହ କରିଛି । ନିର୍ଦ୍ଦେଶନା ଦେଇଛନ୍ତି ଭାସନ ବାଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.