ବିବାହ ବନ୍ଧନରେ ବାନ୍ଧି ହେଲେ ଅଦିତି-ସିଦ୍ଧାର୍ଥ, ସାମ୍ନାକୁ ଆସିଲା ୱେଡିଂର ପ୍ରଥମ ଝଲକ

Published By : Prameya-News7 Bureau | September 16, 2024 IST

ମୁମ୍ଵାଇ ୧୬।୦୯; ବଲିଉଡ୍‌ ଓ ଟଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହାଇଦରୀ । ଦୀର୍ଘ ଦିନ ଧରି ସିଦ୍ଧାର୍ଥଙ୍କ ସହ ସମ୍ପର୍କ ରଖିଥିଲେ। ମାର୍ଚ୍ଚରେ ଏହି କପଲ ନିର୍ବନ୍ଧ କରିଥିଲେ।ପ୍ରଶଂସକମାନେ ସେମାନଙ୍କ ବିବାହକୁ ଅପେକ୍ଷା କରିଥିଲେ । ଶେଷରେ ଏହି କପଲ ସିକ୍ରେଟଲି ବିବାହ କରିଛନ୍ତି । ଏହି ଅଭିନେତ୍ରୀ ସିଦ୍ଧାର୍ଥଙ୍କ ସହ ତାଙ୍କ ବିବାହର ପ୍ରଥମ ଫଟୋ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।


ବିବାହ ଫଟୋରେ ଏହି କପଲ ଟ୍ରାଡିସନାଲ ପୋଷାକ ପିନ୍ଧିଛନ୍ତି  ଏବଂ ପରସ୍ପର ମଧ୍ୟରେ ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏବେ ସୋସିଅଲ ମିଡିଆରେ ଫଟୋ ଭାଇରାଲ ହେବାରେ ଲାଗିଛି । ଅଦିତି ଏବଂ ସିଦ୍ଧାର୍ଥ ଇନଷ୍ଟାଗ୍ରାମରେ ୯ଟି ଫଟୋ ସେୟାର କରିଛନ୍ତି । ତାଙ୍କୁ ଏକ ମନ୍ଦିର ବାହାରେ ଦେଖିବାକୁ ମିଳୁଛି। ଅଦିତି ହାଲୁକା ବ୍ରାଉନ୍‌ ରଙ୍ଗର ଶାଢି ପିନ୍ଧିଛନ୍ତି। କେଶରେ ଗଜରା ସହିତ, ସେ ନିଜ ସିମ୍ପଲ ଲୁକରେ ସବୁଠାରୁ ସୁନ୍ଦର ଦେଖାଯାଉଛନ୍ତି । ଏଥି ସହିତ ସିଦ୍ଧାର୍ଥ ଧଳା ରଙ୍ଗର ଧୋତି ଏବଂ କୁର୍ତ୍ତା ପିନ୍ଧିଛନ୍ତି। ସିଦ୍ଧାର୍ଥଙ୍କ ସହ ତାଙ୍କ ବିବାହ ସେୟାର କରିବା ବେଳେ ଅଦିତି କ୍ୟାପସନରେ ଲେଖିଛନ୍ତି, 'ତୁମେ ମୋର ସୂର୍ଯ୍ୟ, ମୁଁ ତୁମର ଚନ୍ଦ୍ର .. ତାଙ୍କ ଫ୍ୟାନ୍ସମାନେ ଏହି ଫଟୋ ଦେଖି ଖୁସି ହୋଇଯାଇଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.