ପାଣ୍ଡ୍ୟାଙ୍କ EX-WIFE ନତାଶାଙ୍କ ପୋଷ୍ଟରେ 'ଜନ' କିଏ? ପୋଷ୍ଟ ଭାଇରାଲ

Published By : Prameya-News7 Bureau | September 17, 2024 IST

ମୁମ୍ୱାଇ ୧୭/୦୯: ହାର୍ଦିକ ପାଣ୍ଡ୍ୟାଙ୍କ EX-WIFE ନତାଶା ଷ୍ଟାକୋଭିକ୍ । ଛାଡପତ୍ର ପରେ ବିଦେଶରୁ ଫେରିଛନ୍ତି ମୁମ୍ୱାଇ । ମୁମ୍ୱାଇ ଫେରିବ ପରେ ସେ ସାସିଆଲ ମିଡିଆରେ ସେୟାର କରିଛନ୍ତି ପୋଷ୍ଟ । ଯାହା ଏବେ ସୋସିଆଲ ମିଡିଆରେ ଛାଇଯାଇଛି । ଭାରତ ଫେରିବା ପରେ  ନିଜର ସାଙ୍ଗ ତଥା RUMOUR ବୟଫ୍ରେଣ୍ଡଙ୍କୁ ଭେଟିଥିଲେ । ଯିଏକି ପେଶାରେ ଜଣେ ମଡେଲ ଓ ଫିଟନେସ୍‌ ଟ୍ରେନର । 




ଏବେ ନତାଶା ନିଜ ଇନଷ୍ଟାଗ୍ରମରେ ପୋଷ୍ଟ ସେୟାର କରି  କିଛି ଲେଖିଛନ୍ତି । ମାନେ ପୋଷ୍ଟରେ ଫଟୋ ସହ ଲେଖିଛନ୍ତି ଏବେ ଆପଣଙ୍କୁ ବୋଧହୁଏ ଏହା ଜଣାନଥିବ, କିନ୍ତୁ ପରେ ଆପଣ ବୁଝିପାରିବେ । ନତାଶାଙ୍କ ଏହି ପୋଷ୍ଟ ପରେ ଜୋରଦାର ସସ୍‌ପେନ୍ସ ଜାରି ହୋଇଛି । ପୋଷ୍ଟକୁ ନେଇ ୟୁଜର ଅନେକ ଅନୁମାନ ଲଗାଇଛନ୍ତି । 

କହିବାକୁ ଗଲେ ମଡେଲ ନତାଶା ଷ୍ଟେନକୋଭିକ୍ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଛାଡପତ୍ର ଘୋଷଣା କରିଥିଲେ । ଆଉ ଛାଡପତ୍ର ପତ୍ର ନତାଶା ନିଜର ପୁଅ ଅଗସ୍ତ୍ୟକୁ ଧରି ସର୍ବିୟା ଯାଇଥିଲେ । ୨୦୨୦ ୩୧ ମେରେ ନତାଶା ହାର୍ଦ୍ଦିକ ବିବାହ  କରିଥିଲେ । ସେହି ବର୍ଷ ୩୦ ଜୁଲାଇରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ସେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.