ନୂଆଦିଲ୍ଲୀ ୧୬।୦୩: ରିଲାଏନ୍ସ ଜିଓ । ଏହାର ରହିଛି ଅନେକ ରିଚାର୍ଜ ପ୍ଲାନ୍ । ଯାହା ଅଲଗା ଅଲଗା ପ୍ରାଇସ୍ ସେଗମେଣ୍ଟରେ ଆସିଥାଏ ଏବଂ ଏଥିରେ ମିଳିଥାଏ ଅନେକ ବେନିଫିଟ୍ । ଆପଣ ସାଧାରଣତଃ ଜିଓର ଦୈନିକ ଡାଟା ପ୍ଲାନିଂ ରିଚାର୍ଜ ଦେଖିଥିବେ, ଯେଉଁଥିରେ ଆପଣ 1GB, 2GB ଏବଂ 3GB ପର୍ଯ୍ୟନ୍ତ ଡାଟା ପାଇବେ। କିନ୍ତୁ ବର୍ତ୍ତମାନ ଜିଓ ଆଣିଛି ଏକ ସ୍ୱତନ୍ତ୍ର ରିଚାର୍ଜ ପ୍ଲାନ୍ ।
ଏଥିରେ ୟୁଜର୍ସ ପାଇବେ ଅନଲିମିଟେଡ୍ ଡାଟା ଏବଂ କଲିଂର ସୁବିଧା । ଏଥିରୁ ଆପଣ ଯେତେ ଚାହିଁବେ ସେତେ ଡାଟା ଖର୍ଚ୍ଚ କରିପାରିବେ । ଜିଓର ଏହି ପ୍ଲାନ୍ର ଫାଇଦା ୟୁଜର୍ସ ପୁରା ୧ମାସ ଯାଏଁ ଉଠାଇପାରିବେ । ଏଥିରେ କୌଣସି ଡାଟା ଲିମିଟ୍ ନାହିଁ । ଜିଓର ଏହି ପୋଷ୍ଟପେଡ୍ ପ୍ଲାନ୍ ମାତ୍ର ୬୪୯ ଟଙ୍କାରେ ମିଳୁଛି । ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତାମାନେ ଅସୀମିତ କଲିଂର ସୁବିଧା ପାଉଛନ୍ତି ।
ଏଥିରେ ଲୋକାଲ୍ ଏବଂ ଏସଟିଡି କଲ୍ ସାମିଲ ରହିଛି । ଜିଓର ପୋଷ୍ଟପେଡ୍ ପ୍ଲାନରେ ଉପଭୋକ୍ତାମାନେ ଏକ ସାଇକଲ୍ର ଭାଲିଡିଟି ପାଇଥାନ୍ତି । ଏଠାରେ ବିଲ୍ର ତାରିଖ ଅଛି ଯାହା ୭-୬ କିମ୍ବା ୧୯ ରୁ ୧୮ ତାରିଖ ହୋଇଥାଏ । ଜିଓର ଏହି ରିଚାର୍ଜ ପ୍ଲାନ୍ରେ ୟୁଜର୍ସମାନେ ଜିଓ ଟିଭି ଏବଂ ଜିଓ କ୍ଲାଉଡର ଆକ୍ସେସ୍ ପାଇଥାନ୍ତି।
ଜିଓର ଏହି ପ୍ଲାନ୍ କ୍ରିକେଟ ପ୍ରେମୀଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ । ୨୨ ମାର୍ଚ୍ଚରୁ IPL ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍ KKR ଏବଂ RCB ମଧ୍ୟରେ ହେବ। ଆଉ ମ୍ୟାଚ୍ ଦେଖିବାକୁ ବେଶ୍ ସାହାଯ୍ୟକାରୀ ହେବ ଜିଓର ଏହି ପ୍ଲାନ୍ ।