ବିହାରରେ ୧୭ ଦିନରେ ଭୁଶୁଡିଲାଣି ୧୨ ପୋଲ, ଆକ୍ସନ ନିର୍ଦ୍ଦେଶ ଦେଲେ ନୀତିଶ

Published By : Prameya-News7 Bureau | July 05, 2024 IST

ବିହାର ୫/୭: ବିହାରରେ ଗୋଟିଏ ପରେ ଗୋଟିଏ ବ୍ରିଜ ଭୁଶୁଡିବାରେ ଲାଗିଛି । ଗତ ୧୭ ଦିନରେ ୧୨ଟି ବ୍ରିଜ ଭୁଶୁଡିଲାଣି । ନିମ୍ନମାନର କାମ ପାଇଁ ବ୍ରିଜ ଭୁଶୁଡିଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି । ବ୍ରିଜ ଭୁଶୁଡିବା ପଛରେ ମୌସୁମୀ ଦାୟୀ ବୋଲି ସେ କହିଛନ୍ତି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମାଞ୍ଝୀ କହିଛନ୍ତି ମୌସୁମୀ ବେଳେ ଅସ୍ବାଭାବିକ ବର୍ଷା ଯୋଗୁ ବ୍ରିଜ ଭାଙ୍ଗିଯାଉଛି । ପ୍ରବଳ ବର୍ଷା ହିଁ ବ୍ରିଜ ଭୁଶୁଡିବାର କାରଣ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘଟଣାକୁ ଗୁରୁତର ସହ ନେଇ ଗୁରୁବାର ମିଟିଂ ଡକାଇଥିଲେ । ଦୁର୍ବଳ ହୋଇଯାଇଥିବା ପୋଲକୁ ଚିହ୍ନଟ କରି ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଜ ନିର୍ମାଣରେ ଅନିୟମିତତା ହୋଇଥିଲେ ଆକ୍ସନ ନେବାକୁ କୁହାଯାଇଛି । ଏଥିସହ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ସେପଟେ ଆରଜେଡି ନେତା ତେଜସ୍ବୀ ଯାଦବ ଦାବି କରିଛନ୍ତି ଜୁନ ୧୮ରୁ ଏବେସୁଦ୍ଧା ୧୨ଟି ବ୍ରିଜ ଭାଙ୍ଗିଲାଣି । ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏସବୁ ଘଟଣା ଦେଖି ମଧ୍ୟ ନୀରବ ରହୁଥିବା ନେଇ ଆଣିଛନ୍ତି ସଂଗୀନ ଅଭିଯୋଗ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.