ଜାମ୍ମୁରେ ସର୍ଚ୍ଚ ଅପରେସନ ଜୋରଦାର୍‌: ଏନକାଉଣ୍ଟରରେ ୬ ଆତଙ୍କୀ ନିପାତ

Published By : Prameya-News7 Bureau | July 07, 2024 IST

Business Standards

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିପାତ। ଶନିବାର ସୁରକ୍ଷା ବାହିନୀ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ରବିବାର ସୁରକ୍ଷା ବାହିନୀଙ୍କ ଗୁଳିରେ ଆଉ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଛି। ଏଭଳି ପରିସ୍ଥିତିରେ କୁଲଗାମର ଦୁଇଟି ଅଞ୍ଚଳରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଖୋଜୁଛି। 

ଏଠାରେ ହୋଇଥିବା ଗୁଳି ବିନିମୟରେ ଦୁଇ ଯବାନ ମଧ୍ୟ ସହିଦ ହୋଇଛନ୍ତ। ଡ୍ରୋନ୍ ମାଧ୍ୟମରେ ସୁରକ୍ଷା ବାହିନୀ ଏହି ଅଞ୍ଚଳ ଉପରେ ନଜର ରଖିଛନ୍ତି। ଏହି ସର୍ଚ୍ଚ ଅପରେସନ୍ ଦୁଇଟି କ୍ଷେତ୍ରରେ ଚାଲିଛି। ରଜୌରିର ମଞ୍ଜାକୋଟେରେ ଥିବା ସେନା ଶିବିର ନିକଟରେ ଆତଙ୍କବାଦୀମାନେ ଗୁଳି ଚଳାଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ଜଣେ ସୈନିକ ଆହତ ହୋଇଛନ୍ତି।

ଅଧିକାରୀ କହିଛନ୍ତି ଯେ କୁଲଗାମର ଫ୍ରିସାଲ ଚିନ୍ନିଗାମ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଏନକାଉଣ୍ଟର ସାଇଟରେ ଡ୍ରୋନ୍ ଫୁଟେଜରେ ୬ଟି ମୃତଦେହ ପଡ଼ିଥିବାର ଦେଖାଯାଇଥିଲା, କିନ୍ତୁ ଗୁଳି ବିନିମୟ ଜାରି ରହିଥିବାରୁ ମୃତଦେହ ଉଦ୍ଧାର ହୋଇପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.