ଡାମାସକସ୍ ମସଜିଦରୁ ପ୍ରଥମ ଭାଷଣ ଦେଲେ ଜୋଲାନୀ, ଜାଣନ୍ତୁ ସିରିୟା ପାଇଁ କହିଲେ କ’ଣ?

Published By : Prameya-News7 Bureau | December 09, 2024 IST

ଡାମାସକସ୍ ୯।୧୨: ସିରିଆର ହୟାତ ତହରିର ଅଲ-ସାମ(ଏଚଟିଏସ୍) ନେତା ଅବୁ ମହମ୍ମଦ ଅଲ-ଜୋଲାନୀ ଡାମାସକସ୍ ପହଞ୍ଚିବା ପରେ ଉମ୍ମୟଦ ମସଜିଦରୁ ତାଙ୍କର ପ୍ରଥମ ଭାଷଣ ଦେଇଛନ୍ତି। ବିଦ୍ରୋହୀମାନେ ଏକଛତ୍ରବାଦୀ ବଶର ଅଲ-ଅସଦଙ୍କ ଶାସନ ଭଙ୍ଗ କରିଥିବା ସେ ଘୋଷଣା କରିଛନ୍ତି। ଜୋଲାନୀ ଉମ୍ମାୟଦ ମସଜିଦରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଅସଦ ଶାସନ ନିଜ ନାଗରିକଙ୍କୁ ବିନା କୌଣସି ଅପରାଧରେ ବନ୍ଦୀ କରି ରଖିଛି। ଏହି ଦେଶର ଅସଲ ମାଲିକ ଆମେ ସିରିୟ ଲୋକେ, ଆମେ ଲଢୁଥିଲେ ଓ ଆଜି ଆମକୁ ପୁରସ୍କାରରେ ବିଜୟ ମିଳିଛି। 


ଜୋଲାନୀ ତାଙ୍କ ଭାଷଣରେ ଲୋକଙ୍କୁ ପଚାରିଛନ୍ତି ସାରା ବିଶ୍ୱରେ କେତେ ଲୋକ ବିସ୍ଥାପିତ ହୋଇଛନ୍ତି?  କେତେ ତମ୍ବୁରେ ରହୁଛନ୍ତି? କେତେ ସମୁଦ୍ରରେ ବୁଡ଼ି ମରିଛନ୍ତି? ଏହି ମହାନ ବିଜୟ ପରେ ଏହି କ୍ଷେତ୍ର ଏକ ନୂଆ ଇତିହାସ ରଚିବାକୁ ଯାଉଛି। ସେ କହିଛନ୍ତି ଯେ ଏକ ନୂଆ ସିରିଆ ଗଢିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ, ଯାହା ଇସ୍ଲାମ ଦେଶଙ୍କ ଲାଗି ଏକ ଆଲୋକବର୍ତ୍ତିକା ହେବ। ଜୋଲାନୀ ତାଙ୍କ ଭାଷଣରେ ଇରାନ ହସ୍ତକ୍ଷେପକୁ ମଧ୍ୟ ସମାଲୋଚନା କରିଛନ୍ତି। ବିଜୟ ପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। 



ସେ କହିଛନ୍ତି ଆଲ୍ଲହ ଆପଣଙ୍କୁ ନିରାଶ କରିବେନି, ଏହି ବିଜୟ ସବୁ ସିରିୟ ଲୋକଙ୍କ ବିଜୟ। ସେମାନେ ସମସ୍ତେ ଏହି ବିଜୟର ଅଂଶବିଶେଷ ଥିଲେ। ଏଲ-ଜୋଲାନୀ ଓ ତାଙ୍କ ଏଚଟିଏସ ସଙ୍ଗଠନକୁ ବିଶ୍ୱରେ ଆତଙ୍କବାଦ ସଙ୍ଗଠନ ଭାବେ ଦେଖାଯାଉଛି। ତେବେ ଏହି ପ୍ରାରମ୍ଭିକ ଭାଷଣରେ ଜୋଲାନୀ ନିଜ ଛବି ସୁଧାରିବାକୁ ଚେଷ୍ଟା କରିଛନ୍ତି। ସେ ଏକତା ବାର୍ତ୍ତା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ଉମ୍ମୟଦ ମସଜିଦରେ ଅଲ-ଜୋଲାନୀ ଦେଇଥିବା ଭାଷଣରେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆମେରିକା, ୟୁରୋପୀୟ ସଂଘ ଓ ତୁର୍କିୟେ ଭଳିଦେଶମାନେ ଏଚଟିଏସ୍ କୁ ଏକ ଆତଙ୍କବାଦୀ ସଙ୍ଗଠନ ମନେ କରନ୍ତି।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.