ଭୁବନେଶ୍ବର ୨୪।୭: ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରୁ ନିବୃତ ରହିବ ବିଜେଡି । ଏ ନେଇ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାରମ୍ବାର ଯେତେବେଳେ ରାଜ୍ୟପାଳଙ୍କ ପୁଅଙ୍କ ପ୍ରସଙ୍ଗରେ ଗୃହ ବନ୍ଦ ହେଉଛି, ରାଜ୍ୟ ସରକାରଙ୍କ ଆଚାର ନାହିଁ କି ବିଚାର ନାହିଁ । କାର୍ଯ୍ୟ ପରାମର୍ଶଦାତା ବୈଠକ ଡକାଉନାହାନ୍ତି । ଯାହା ଜଣାପଡୁଛି, ସେମାନେ ଗୃହ ଚଲାଇବାକୁ ଚାହୁଁ ନାହାନ୍ତି । ଗୃହରେ କହିବାରେ ଅସୁବିଧା କ’ଣ ? ଗୃହ ବାହାରେ କାହିଁକି କହୁଛନ୍ତି ? ବିଧାନସଭା ସମୟରେ ଗୃହ ହିଁ ମୁଖ୍ୟ ।
ରାଜ୍ୟପାଳ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରୁ ନିବୃତ ରହିବ ବିଜେଡି । ନୂଆ ସରକାର ଡ଼ରିକି ବସିଛି । ଗୃହ ଚାଲିଲେ ଦରଦାମ ପରି ପ୍ରସଙ୍ଗ ଉଠାନ୍ତି । ଯେଉଁଥି ପାଇଁ ସରକାର ଆଲୋଚନା ଚାହୁଁ ନାହାନ୍ତି । ଓଡିଶାର ସମ୍ପୂର୍ଣ୍ଣ ଉନ୍ନତି ବିଜେଡିର ଲକ୍ଷ୍ୟ । ଆମେ ଅପରାହ୍ନରେ ସମ୍ବିଧାନିକ ନିୟମ ଅନୁସାରେ ଉପବାଚସ୍ପତି ନିର୍ବାଚନରେ ଯୋଗ ଦେବୁ । କେନ୍ଦ୍ର ଓଡିଶାକୁ କିଛି ଦେଇନି । ବିଭିନ୍ନ କ୍ଷେତ୍ରରେ ଅବହେଳା ହୋଇଛି । ଆମେ ରାଜ୍ୟ ବଜେଟ୍କୁ ଅପେକ୍ଷା କରିଛୁ ବୋଲି କଳିକେଶ କହିଛନ୍ତି ।
You Can Read:
ସର୍ବଦଳୀୟ ବୈଠକରୁ ବାହାରି ପାରିଲାନି ନିଷ୍କର୍ସ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି