କରିସ୍ମାଙ୍କ ପୂର୍ବ ସ୍ଵାମୀ ସଞ୍ଜୟ କପୁରଙ୍କ ଦେହାନ୍ତ, ମୃତ୍ୟୁ ପୂର୍ବରୁ କରିଥିଲେ ଏମିତି ପୋଷ୍ଟ

Published By : Prameya-News7 Bureau | June 13, 2025 IST

ମୁମ୍ଵାଇ ୧୩।୦୬; ବଲିଉଡ଼ ଜଗତରୁ ପୁଣି ଦୁଃଖଦ ଖବର । ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟ କପୁରଙ୍କର ଦେହାନ୍ତ। ମାତ୍ର ୫୩ ବର୍ଷ ବୟସରେ ସଞ୍ଜୟ ଦୁନିଆକୁ ଅଲବିଦା କହିଛନ୍ତି । ସୂଚନାରୁ ଜଣାପଡିଛି କି ପୋଲୋ ଖେଳିବା ବେଳେ ତାଙ୍କର ହୃଦଘାତ ହୋଇଥିଲା । ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଖବର ଆସିଥିଲା। ୨୦୦୩ରେ କରିସ୍ମା କପୁରଙ୍କୁ ବିବାହ କରିଥିଲେ ସଞ୍ଜୟ ।

୫୩ ବର୍ଷୀୟ ସଞ୍ଜୟ କପୁରଙ୍କର ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ଇଂଲଣ୍ଡର ଗାର୍ଡ୍ସ ପୋଲୋ କ୍ଲବରେ ତାଙ୍କର ଦେହାନ୍ତ ହୋଇଛି । ପୋଲୋ ଖେଳିବା ସମୟରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା । ଖେଳିବା ସମୟରେ ସେ ଅସୁସ୍ଥ ଅନୁଭବ କରି ତଳେ ପଡିଯାଇଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ତାଙ୍କର ଦେହାନ୍ତ ହୋଇସାରିଥିଲା । କହିବାକୁ କଲେ ମୃତ୍ୟୁ ପୂର୍ବରୁ ସଞ୍ଜୟ ଅହମ୍ମଦାବାଦରେ ହୋଇଥିବା ପ୍ଲେନ କ୍ରାସ୍‌କୁ ନେଇ ପୋଷ୍ଟ ସେୟାର କରିଥିଲେ । ପୋଷ୍ଟରେ ସେ କହିଥିଲେ, ''ଏୟାରଇଣ୍ଡିଆ ବିମାନ ଦୁର୍ଘଟଣା ବହୁତ ଭୟାନକ । ସମସ୍ତ ମୃତକଙ୍କୁ ମୋର ଶ୍ରଦ୍ଧାଞ୍ଜଳି ତାଙ୍କ ପରିବାରକୁ ଗଭୀର ସମବେଦନା।

କହିବାକୁ ଗଲେ ସଞ୍ଜୟ କପୁର ଜଣେ ବ୍ୟବସାୟୀ । ସୋନା କୋମଷ୍ଟାରର ଅଧ୍ୟକ୍ଷ ଥିଲେ ସଞ୍ଜୟ କପୁର । ୨୦୦୩ରେ ସେ ଅଭିନେତ୍ରୀ କରିସ୍ମା କପୁରଙ୍କୁ ବିବାହ କରିଥିଲେ । ସେମାନଙ୍କ ବିବାହ ୧୩ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ୨୦୧୬ ମସିହାରେ ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। କରିସ୍ମାଙ୍କ ଠାରୁ ଅଲଗା ହେବା ପରେ ସଞ୍ଜୟ ୨୦୧୭ ମସିହାରେ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ। ସଞ୍ଜୟ କପୁର ଏବଂ ପ୍ରିୟା ସଚଦେବଙ୍କର ମଧ୍ୟ ଏକ ପୁଅ ଅଛି, ଯାହାର ନାମ ଅଜାରିଆସ୍। ସେ ମାତ୍ର ୭ ବର୍ଷ ବୟସର। ସଞ୍ଜୟ ଓ କରିସ୍ମା କପୁରଙ୍କ ସହିତ ଦୁଇଟି ସନ୍ତାନ ମଧ୍ୟ ଅଛି। ସମାଇରା ନାମକ ଗୋଟିଏ ଝିଅ ଏବଂ କିଆନ୍ ନାମକ ଗୋଟିଏ ପୁଅ ଅଛି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.