କର୍ଣ୍ଣାଟକରେ ରଦ୍ଦ ହେଲା ଧର୍ମାନ୍ତରୀକରଣ ବିରୋଧୀ ଆଇନ, କଂଗ୍ରେସ ଶାସନରେ ବଦଳିଲା ବିଜେପିର ନିଷ୍ପତ୍ତି

Published By : Prameya-News7 Bureau | June 15, 2023 IST

ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ ସରକାର ରାଜ୍ୟରେ ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ଫେରାଇ ନେଇଛନ୍ତି । ଏହି ଆଇନକୁ ବିଜେପି ସରକାର ରାଜ୍ୟରେ ଲାଗୁ କରିଥିଲା । ଚର୍ଚ୍ଚ ହେଉଛି ଯେ ଏହାପରେ ଗୋହତ୍ୟା ବିରୋଧୀ ଆଇନର କଡ଼ା ପ୍ରାବଧାନକୁ ମଧ୍ୟ କଂଗ୍ରେସ ସରକାର ଦୁର୍ବଳ କରିପାରେ । ଗୁରୁବାର ହୋଇଥିବା ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକରେ ସିଦ୍ଦରମୈୟା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବୈଠକରେ ଆରଏସଏସର ପ୍ରତିଷ୍ଠାତା କେଶଭ ବଳିରାମ ହେଡଗେୱାରାଙ୍କୁ ସ୍କୁଲ ପୁସ୍ତକର ସିଲାବଲରୁ ହଠାଇ ଦିଆଯାଇଛି । କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗାରପ୍ପା କହିଛନ୍ତି, ହେଡଗେୱାରଙ୍କ ଉପରେ ସ୍କୁଲ ପୁସ୍ତକରେ ଯାହା ଥିଲା, ତାହା ହଠାଇ ଦିଆଯାଇଛି । ପୂର୍ବ ସରକାର ଗତ ବର୍ଷ ଯେଉଁ ପରିବର୍ତ୍ତନ କରିଥିଲେ, ତାହାକୁ ଫେରାଇ ନିଆଯାଇଛି । ପୂର୍ବେ ପଠାଯାଉଥିବା ପାଠ ଏବେ ପଢାଯିବ ।

ରାଜ୍ୟର ଆଇନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚକେ ପାଟିଲ୍ କହିଛନ୍ତି ଯେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ପୂର୍ବର ବିଜେପି ସରକାର ଦ୍ୱାରା ଲାଗୁ କରାଯାଇଥିବା ଧର୍ମାନ୍ତରୀକରଣ ବିରୋଧ ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

wp:html /wp:html

କଂଗ୍ରେସ ସରକାରଙ୍କ ଦ୍ୱାରା ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ହଟାଯିବା ଉପରେ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି । ରାଜ୍ୟର ପୂର୍ବତନ ଶିକ୍ଷା ମନ୍ତ୍ରୀ ଭିସି ନାଗେଶ କହିଛନ୍ତି, 'ଏମାନେ ମୁସଲମାନଙ୍କ ଭୋଟ ଚାହୁଁଛନ୍ତି । ସିଦ୍ଦରମୈୟା ସରକାର ହିନ୍ଦୁ ବିରୋଧୀ ଅଟେ । ଏମାନେ ହିଜାବକୁ ବି ପୁଣି ଥରେ ଲାଗୁ କରିପାରନ୍ତି । ଏମାନେ ସଂଖ୍ୟାଲଘୁଙ୍କ ଭୋଟ ହାସଲ କରିବା ପାଇଁ କିଛି ବି କରିପାରିବେ ଏବଂ ସବୁ ପ୍ରସଙ୍ଗକୁ ରାଜନୀତି ସହ ଯୋଡି ଦେଉଛନ୍ତି'।

Also Read: ନାବାଳିକା କୁସ୍ତି ଯୋଦ୍ଧା ଯୌନ ଶୋଷଣ ମାମଲା: ବ୍ରିଜ ଭୂଷଣଙ୍କୁ ଦିଲ୍ଲୀ ପୋଲିସରୁ କ୍ଲିନ୍ ଚିଟ୍, ଚାର୍ଜସିଟ୍ ଦାଖଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.