ଜାଣନ୍ତୁ ୧୬ ନା ୧୭ ଅକ୍ଟୋବର କେବେ ପାଳନ ହେବ ଶରଦ ପୂର୍ଣ୍ଣିମା

Published By : Prameya-News7 Bureau | October 13, 2024 IST

ନୂଆଦିଲ୍ଲୀ ୧୩।୧୦: ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ପୂର୍ଣ୍ଣିମା ତିଥିରେ ପୂଜାପାଠ, ସ୍ନାନ, ଦାନ ଇତ୍ୟାଦି କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ। ବୈଦିକ ପଞ୍ଚାଙ୍ଗ ଅନୁସାରେ ଆଶ୍ୱିନ ପୂର୍ଣ୍ଣିମା ଦିନ ଶରଦ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଏ। ଏହି ବିଶେଷ ଦିନରେ ଭଗବାନ ବିଷ୍ଣୁ, ମାତା ଲକ୍ଷ୍ମୀଙ୍କ ସହିତ ଚନ୍ଦ୍ର ଉପାସନା ମଧ୍ୟ କରାଯାଏ।  ତେବେ ଚଳିତବର୍ଷ ପୂର୍ଣ୍ଣିମାକୁ ନେଇ ଭ୍ରମ ସୃଷ୍ଟି ହୋଇଛି।  ଆସନ୍ତୁ ଜାଣିବା ଚଳିତବର୍ଷ ଶରଦ ପୂର୍ଣ୍ଣିମା କେବେ, ଶୁଭ ମୁହୁର୍ତ୍ତ ଓ ପୂଜାର ମହତ୍ୱ। 

ପଞ୍ଚାଙ୍ଗ ଅନୁସାରେ ଆଶ୍ୱିନମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥି ୧୬ ଅକ୍ଟୋବର ରାତି ୮ଟା ୪୦ ମିନିଟରୁ ଆରମ୍ଭ ହୋଇ ତିଥିର ସମାପନ ୧୭ ଅକ୍ଟୋବର ଅପରାହ୍ନ ୪ଟା ୫୫ ମିନିଟରେ ହେବ। ଶରଦ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କ ସହିତ ଚନ୍ଦ୍ରଙ୍କର ମଧ୍ୟ ଉପାସନା କରାଯାଏ। ଏଣୁ ଚଳିତବର୍ଷ ଶରଦ ପୂର୍ଣ୍ଣିମା ବ୍ରତ ପାଳନ ୧୬ ଅକ୍ଟୋବର ବୁଧବାର ହେବ। ଏହି ଦିନ ରାତି ଉଜାଗର ପୂଜା ମଧ୍ୟ ହେବ। 

ପଞ୍ଚାଙ୍ଗ ଅନୁସାରେ ଶରଦ ପୂର୍ଣ୍ଣିମା ଦିନ ଚନ୍ଦ୍ରୋଦୟ ୧୬ ଅକ୍ଟୋବର ସନ୍ଧ୍ୟା ୫ଟା ୫ ମିନିଟରେ ହେବ ଓ ଚନ୍ଦ୍ରଙ୍କ ଉପାସନା ପ୍ରଦୋଷ କାଳରେ କରାଯାଇ ପାରେ। ଶାସ୍ତ୍ରରେ ଶରଦ ପୂର୍ଣ୍ଣିମାର ମହତ୍ୱ ବିସ୍ତାର ପୂର୍ବକ ବର୍ଣ୍ଣନା କରାଯାଇଛି। କେବଳ ଶରଦ ପୂର୍ଣ୍ଣିମା ଦିନ ଚନ୍ଦ୍ରମା ୧୬ କଳାରେ ପୂର୍ଣ୍ଣ ରହିଥାଏ। ଏହା ମଧ୍ୟ କୁହାଯାଇଛି ଯେ ଭଗବାନ ଶ୍ରୀକୃଷ୍ଣ ହିଁ ଏକମାତ୍ର ଯୋଗୀରାଜ ଯିଏ ୧୬ କଳାରେ ପରିପୂର୍ଣ୍ଣ। ଏଣୁ ଶରଦ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ, ଶ୍ରୀକୃଷ୍ଣ ଓ ମାତା ଲକ୍ଷ୍ମୀଙ୍କ ଉପାସନା ସହିତ ଚନ୍ଦ୍ର ପୂଜନ କରାଯାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.