ଆଡିଲେଡରେ ଯଶସ୍ଵୀ-ରାହୁଲ କରିବେ ଓପନିଂ ? ପିଙ୍କ ବଲ୍ ଟେଷ୍ଟରେ ଏମିତି ରହିପାରେ ଭାରତର ପ୍ଲେଇଙ୍ଗ୍ XI

Published By : Prameya-News7 Bureau | December 03, 2024 IST

abp live

ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡିସେମ୍ବର ୬ରେ ଆଡିଲେଡ୍‌ରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ଵିତୀୟ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ପିଙ୍କ ବଲ୍‌ ଏବଂ ଦିବାରାତ୍ର ଖେଳାଯିବ। ଦୁଇ ଦଳ ମୁକାବିଲା ପାଇଁ ଆଡିଲେଡ୍ ପହଞ୍ଚିବା ସହ ଅଭ୍ୟାସ୍ ଆରମ୍ଭ କରି ଦେଇଛନ୍ତି। ଏହି ଟେଷ୍ଟରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ନିୟମିତ ଅଧିନାୟକ ରୋହିତ ଶର୍ମା। ତେବେ ରୋହିତ ଆଡିଲେଡ ଟେଷ୍ଟରେ ଓପନିଂ ନ କରି ପାରନ୍ତି।

ଆଡିଲେଡରେ ଭାରତୀୟ ଦଳର ଅଭ୍ୟାସ୍ ଓ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷ ମ୍ୟାଚ୍‌କୁ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ଯେ, ଦ୍ଵିତୀୟ ଟେଷ୍ଟରେ ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ଓପନିଂ କରିବେ।  ଏହି ଦୁଇ ବ୍ୟାଟର ପର୍ଥ ଟେଷ୍ଟରେ ଭାରତୀୟ ବିଜୟର ମୂଳଦୁଆ ପକାଇଥିଲେ। ତେଣୁ ଦ୍ଵିତୀୟ ଟେଷ୍ଟରେ ରୋହିତ ଶର୍ମାଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିପାରେ। ତୃତୀୟ କ୍ରମରେ ଶୁଭମନ ଗିଲ୍ ବ୍ୟାଟିଂ କରିବାକୁ ଓହ୍ଲାଇବେ। ଚାରି ନମ୍ବରରେ ବିରାଟ କୋହଲି ଖେଳିବେ। ଏହା ପରେ ଅଧିନାୟକ ରୋହିତ ଶର୍ମା ନଜର ଆସି ପାରନ୍ତି। ଅର୍ଥାତ ଆଡିଲେଡରେ ହିଟମ୍ୟାନ ପାଞ୍ଚ ନମ୍ବରରେ ବ୍ୟାଟିଂ କରି ପାରନ୍ତି। 

ଏହା ପରେ ଓ୍ଵିକେଟ୍ କିପର ଋଷଭ ପନ୍ତ ବ୍ୟାଟିଂ କରିବେ। ପର୍ଥ ଟେଷ୍ଟରେ ପନ୍ତ କମାଲ କରି ପାରି ନ ଥିଲେ। ମାତ୍ର ଆଡିଲେଡରେ ସେ ନିଜର ଜଲଓ୍ଵା ଦେଖାଇବାକୁ ଚେଷ୍ଟା କରିବେ। ପୁଣି ଓ୍ଵାଶିଂଟନ ସୁନ୍ଦରଙ୍କ ଖେଳିବାର ସମ୍ଭାବନା ରହିଛି। ଏହା ପରେ ନମ୍ବର ୮ରେ ନୀତିଶ କୁମାର ରେଡ୍ଡୀଙ୍କ ଖେଳିବା ନିଶ୍ଚିତ ଲାଗୁଛି। ଏହା ପରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ହର୍ଷିତ ରାଣା ନଜର ଆସିବେ।

ଦ୍ଵିତୀୟ ଟେଷ୍ଟ ପାଇଁ ସମ୍ଭାବିତ ଭାରତୀୟ ଏକାଦଶ

କେଏଲ ରାହୁଲ, ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ବିରାଟ କୋହଲି, ରୋହିତ ଶର୍ମା(ଅଧିନାୟକ), ଋଷଭ ପନ୍ତ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ହର୍ଷିତ ରାଣା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.