ମେଷ- ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା, ଆଣ୍ଠୁଗଣ୍ଠିରେ ସମସ୍ୟା ଦେଖାଦେବ । ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ।
ବୃଷ - ସପ୍ତମ ଚନ୍ଦ୍ର କାର୍ଯ୍ୟ ସିଦ୍ଧି। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ନୂତନ ବନ୍ଧୁଙ୍କୁ ପାଇଁ ଖୁସି ଅନୁଭବ କରିବେ। ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ। ମାତା- ପିତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।
ମିଥୁନ- ଆତ୍ମ ତୃପ୍ତି ଲାଭ କରିବେ। ବ୍ୟବସାୟରେ ଅନ୍ୟ ଉପରେ ଭରସା କରନ୍ତୁ ନାହିଁ। ନିଜର ପ୍ରଭାବ ବିସ୍ତାର କରିବେ। ଛାତ୍ରଛାତ୍ରୀମାନେ ଉନ୍ନତି କ୍ଷେତ୍ରରେ ଆଗକୁ ବଢ଼ିବେ ।
କର୍କଟ- ପରିବାର ସହିତ ସମୟ ବିତାନ୍ତୁ ଭଲ ହେବ। ଅନ୍ୟ ଲୋକଙ୍କ ଅସୁବିଧାକୁ ନିଜ ଉପରକୁ ଟାଣି ନେବ । ମନରେ ବିଷାଦର ଭାବ ଦେଖା ଦେଇପାରେ। ପ୍ରେମିକ ପ୍ରେମିକାମାନେ ସଫଳତା ପାଇବେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁତ୍ ପରିଶ୍ରମ ଲଘୁକ୍ରିୟା ।
ସିଂହ- ଅର୍ଥ ବ୍ୟୟ ହେବ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚାନ୍ତ ହୋଇ ମାନସିକ ଚିନ୍ତାରେ ରହିବେ। କୌଣସି କାର୍ଯ୍ୟ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବ। ଶୀଘ୍ର ନିଷ୍ପତ୍ତି ନେବାଠାରୁ ଦୂରେଇ ରହିବା ଉଚିତ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ ।
କନ୍ୟା- ଭ୍ରମଣର ଯୋଗ ରହିଛି । କୌଣସି ଉଚ୍ଚ ସ୍ଥାନରୁ ସମ୍ମାନ ପ୍ରାପ୍ତି ହୋଇପାରେ। ଲାଗି ରହିଥିବା ମାଲିମୋକଦ୍ଦମାର ଅନ୍ତ ଘଟିବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ସରକାରୀ ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି ।
ତୁଳା- ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ଅଯଥା କଳହ ଯୋଗ ରହିଛି। ପ୍ରେମ ସମ୍ପର୍କରେ ମନ ମାଳିନ୍ୟ ଦେଖା ଦେଇପାରେ। ବ୍ୟବସାୟରେ କ୍ଷତି ହୋଇପାରେ । ବାକିଥିବା କାର୍ଯ୍ୟ ପୂରା କରିବେ। ଯାନବାହନରେ ସତର୍କତା ଆବଶ୍ୟକ।
ବିଛା- ରାଶିକୁ ଶ୍ରୀ ଚନ୍ଦ୍ର। ଦିନଟି ଭଲ ଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ କଲେ ଶୁଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସହଯୋଗ ମିଳିବ ।
ଧନୁ- ଦ୍ଵାଦଶ ଚନ୍ଦ୍ର ଯୋଗୁଁ ବ୍ୟୟ ବୃଦ୍ଧି ହେବେ। ଆଳସ୍ୟତା ରହିବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ ।
ମକର- ଏକାଦଶ ଚନ୍ଦ୍ର ଯୋଗୁଁ ଅଧିକ ଆୟର ଯୋଗ ରହିବ । ଗୃହରେ କିଛି ନୂତନ ଶୁଭ କାର୍ଯ୍ୟାରମ୍ଭ ହେବ । ସର୍ବ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ରାଜନୀତିରେ ପଦୋନ୍ନତିର ଯୋଗ ରହିଛି । ନୂଆ ଚାକିରି ହାତ ପାଖରେ ପହଞ୍ଚିବ।
କୁମ୍ଭ- ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ। ଗୃହକୁ ବନ୍ଧୁଙ୍କ ଆଗମନ ହେବ। କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ। ଧନ ଆଗମନର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢ଼ିବ । କର୍ମ କ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି ।
ମୀନ- ନବମ ଚନ୍ଦ୍ର ରହିଥିବାରୁ ମନରେ ବିଷାଦ ସୃଷ୍ଟି ହୋଇପାରେ। ପରିବାରରେ ବାଦ ବିବାଦ ଲାଗି ରହିବ । ମାନହାନି ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ। ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ। ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଅଙ୍ଗରେ ଆଘାତ ଲାଗି ।
ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ- 8249826682