ମେଷ- କୃଷ୍ଣ ପକ୍ଷ ପଞ୍ଚମ ଚନ୍ଦ୍ର ଯୋଗୁଁ ଦିନଟି ଆପଣଙ୍କ ସପକ୍ଷରେ ରହିବ ନାହିଁ । ଅନ୍ୟକୁ ସାହାଯ୍ୟ କରି ଅସୁବିଧାରେ ପଡ଼ିପାରନ୍ତି। ସମୟ ସହିତ ତାଳ ଦେଇ ଚାଲିବାକୁ ଚେଷ୍ଟା କରନ୍ତୁ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ଦେବ ।
ବୃଷ- ବନ୍ଧୁ ଓ ପରିବାର ବର୍ଗଙ୍କ ସହ ସମୟ ଅତିବାହିତ କରିବେ। କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମାନସିକ ସ୍ତରରେ କିଛି ମାତ୍ରାରେ ଦ୍ବେଷ ଦେଖା ଦେବ ।
ମିଥୁନ- ରାଜ ସମ୍ମାନ ପ୍ରାପ୍ତି ହେବ। କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକିଥିବା କାର୍ଯ୍ୟର ପୁନଃଆରମ୍ଭ କରିବେ। ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ ।
କର୍କଟ- ରାଶିର ଘାତ ଚନ୍ଦ୍ର । ଦିନଟି ମଧ୍ୟମ ଫଳ ଦେବ। କୁଚିନ୍ତା ମନରୁ ଦୂରୀଭୂତ କରନ୍ତୁ । ଧନ ଲାଭର ଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।
ସିଂହ- ଭାଗ୍ୟ ଆପଣଙ୍କ ସାଥ ଦେବ। ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି। ବୈବାହିକ ସମ୍ପର୍କରେ ମନୋମାଳିନ୍ୟ ଦେଖିବାକୁ ମିଳିପାରେ । ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀମାନେ ଆଶାୟୀ ହେବେ ।
କନ୍ୟା- କିଛି ମାନସିକ ସମସ୍ୟା ଦେଖାଦେଇପାରେ । ମନୋବଳ ଦୃଢ଼ ରହିବେ। କାର୍ଯ୍ୟରେ ସଫଳତା ଡେରିରେ ମିଳିବ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ। ପରିବାରରେ ମନୋମାଳିନ୍ୟ ଲାଗିରହିବ ।
ତୁଳା- କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ହେବ। ବନ୍ଧୁମାନଙ୍କ ସହଯୋଗ ମିଳିବ। ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହୋଇଯିବ । ସେବା ପୂଜାରେ ମନୋନିବେଶ କରିବେ ।
ବିଛା- ଶରୀର ପୀଡ଼ା ଅନୁଭବ କରିବେ। ବିରୋଧୀମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ । ଆର୍ଥିକ ସମସ୍ୟା କିଛି ଦେଖାଦେଇପାରେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ ।
ଧନୁ- ଶରୀରରେ କ୍ଳାନ୍ତି ଅନୁଭବ କରିପାରନ୍ତି। ଇଚ୍ଛା କରିଥିବା ଜିନିଷ ପ୍ରାପ୍ତ କରିପାରନ୍ତି। ମନ ଧ୍ୟାନ ଦେଇ କାର୍ଯ୍ୟ କଲେ ନିଶ୍ଚୟ ସଫଳତା ମିଳିବ। ବିଦେଶ ଯାତ୍ରାର ଯୋଗ ରହିଛି । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।
ମକର- ଦୁଃସାହସ କରି ଅସୁବିଧାରେ ପଡ଼ିପାରନ୍ତି । ଦିନରେ କିଛି ବାଧା ବିଘ୍ନ ଦେଖା ଦେଇପାରେ । କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।
କୁମ୍ଭ- ବିବିଧ ପ୍ରକାର ସୁଖ ପ୍ରାପ୍ତି କରିବେ। ଆଲୋଚନାମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି। ମନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତ୍ତି ନିଅନ୍ତୁ ।
ମୀନ- ଦିନଟି ମଧ୍ୟମ ଫଳ ଦେବ । ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ । ସାମାନ୍ୟ ମାନସିକ ଅଶାନ୍ତି ଦେଖାଦେବ । କିନ୍ତୁ ନିଜ ନିୟନ୍ତ୍ରଣ ଯୋଗୁଁ ତାହା ସମାଧାନ କରିବାକୁ ସକ୍ଷମ ହେବେ । କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ ।