ଅକ୍ଟୋବର ୧୭ ତାରିଖ, ଗୁରୁବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | October 17, 2024 IST

ମେଷ- ଦିନଟିରେ ଭ୍ରମଣ ଯୋଗ ରହିଛି। ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ। ସମୟ ନଷ୍ଟ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଭଲ ଲାଭ ମିଳିପାରେ । 

ବୃଷ- ସମ୍ମାନରେ ହାନି ଘଟିବ। ଘରେ କିମ୍ବା ବାହାରେ ଅପଦସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। କିଛି ନୂତନ ସମ୍ପତ୍ତି ଅର୍ଜନ ହେତୁ ପରିବେଶ ସୁଖଦ ହେବ ।

ମିଥୁନ-  ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ବ୍ୟବସାୟ ମଧ୍ୟମ ହେବ। ମନ ସାମାନ୍ୟ ଅଶାନ୍ତ ରହିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । କର୍ମ କ୍ଷେତ୍ରରେ ସାମାନ୍ୟ କଳହ ରହିପାରେ ।

କର୍କଟ- ସମ୍ମାନ ପ୍ରାପ୍ତି କରିବେ । କୌଣସି ସ୍ଥାନରୁ ପୁରସ୍କୃତ ହେବେ। ଆଳସ୍ୟର ବଶବର୍ତ୍ତୀ ହେବେ। ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

ସିଂହ- ମନରେ ବିଷାଦ ସୃଷ୍ଟି ହେବ । ଖର୍ଚ୍ଚାନ୍ତ ହେବେ। ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ।

କନ୍ୟା- ମନା ଉତ୍ସାହିତ ରହିବ ପ୍ରଫୁଲ୍ଲ ରହିବ । ଆୟ ଉତ୍ତମ ରହିଲେବି ଖର୍ଚ୍ଚ ମଧ୍ୟ ହୋଇପାରେ। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।

ତୁଳା- ବିଦେଶ ଯାତ୍ରାରେ ଶୁଭ ଫଳାଫଳ ମିଳିବ । କର୍ମ ଫଳ ନିଶ୍ଚୟ ପ୍ରାପ୍ତି ହେବ । ସେବା ପୂଜାରେ ମନୋନିବେଶ କରିବେ । କିଛି ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖାଦେଇପାରେ ।

ବିଛା- ମାନ ସମ୍ମାନରେ ବୃଦ୍ଧି ଘଟିବ। ଗୃହରେ ଶୁଭ କାର୍ଯ୍ୟ ହେବ। ଧନଧାନ୍ୟରେ ବୃଦ୍ଧି ଘଟିପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ମିଳିପାରେ। 

ଧନୁ- ସୁଖ ହାନି ହୋଇପାରେ । ଆୟଠାରୁ ବ୍ୟୟ ଅଧିକ ରହିବ । ଯାନବାହାନରେ ସତର୍କତା  ଅବଲମ୍ବନ କରନ୍ତୁ। ବନ୍ଧୁଙ୍କ ସହଯୋଗ ପାଇ ଖୁସି ଅନୁଭବ କରିବେ। ଆପଣ କାର୍ଯ୍ୟ କ୍ଷେତ୍ରରେ ଚଳଚଞ୍ଚଳ ରହିବେ । 

ମକର- ସର୍ବ କାର୍ଯ୍ୟ ସିଦ୍ଧି ଘଟିବ । ହେଲେ ମଧ୍ୟ ଶତ୍ରୁଙ୍କ ଭୟ ରହିବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ ।

କୁମ୍ଭ- ସବୁ କ୍ଷେତ୍ରରେ ଶୁଭ ହେବ । ଅଟକୁଥିବା କାର୍ଯ୍ୟ ଏ ସମାପ୍ତି ଘଟିବ। ଦୁର୍ଜନଙ୍କ ଠାରୁ ଦୂରେଇ ରହିଲେ ଭଲ। ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ । 

ମୀନ- ଅର୍ଥ ବିଷୟକୁ ନେଇ ଚିନ୍ତାରେ ରହିବେ । ପରିବାରରେ କଳହ ଯୋଗ ରହିଛି କୌଣସି ମାନସିକ ଚିନ୍ତାରେ ପଡ଼ିପାରନ୍ତି । କାହାକୁ ଉଧାର ଦିଅନ୍ତୁ ନାହିଁ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବ। କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ସୁଯୋଗ ମିଳିବ ।

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.