ଜୁନ୍ ୩୦ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | June 30, 2024 IST

ମେଷ - ଅଯଥା କଳହରେ ସମୟ ନଷ୍ଟ କରନ୍ତୁ ନାହିଁ । ବନ୍ଧୁ ଙ୍କ ସହଯୋଗ ପ୍ରାପ୍ତ ହେବ । ବ୍ୟବସାୟ ରେ ଲାଭ ଯୋଗ ରହିଛି । ମନ ସାମାନ୍ୟ ଅଶାନ୍ତ ରହିବ । ପତିପତ୍ନୀ ଙ୍କ ମଧ୍ୟ ରେ କଳହ ର ଯୋଗ ରହିଛି ।ଯାନବାହାନ କ୍ରୟ କରି ପାରନ୍ତି ।

ବୃଷ - ଚାକିରି କ୍ଷେତ୍ର ରେ ଦିନଟି ଉତ୍ତମ ଫଳ ପ୍ରଦାନ କରିବ ।ବ୍ୟବସାୟ ରେ ଧାର ଦିଅନ୍ତୁ ନାହିଁ । ଆର୍ଥିକ ସ୍ଥିତି ରେ ବୃଦ୍ଧି ସହିତ ମାନସିକ ଶାନ୍ତି ବଜାୟ ରହିବ । ଭ୍ରମଣ ର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ସଫଳ ହେବେ ।

ମିଥୁନ - ମନ ପ୍ରସନ୍ନ ରହିବା ସହିତ ପରିବାରରେ ଖୁସି ର ଅବସର ଲାଗି ରହିବ । ସ୍ବାସ୍ଥ୍ୟ ର ଯଥେଷ୍ଟ ଧ୍ୟାନ ନେବେ ।ବ୍ୟବସାୟ ରେ ଅଧିକ ଲାଭ ର ଯୋଗ ଅଛି । ଚାକିରି ରେ ପରିଶ୍ରମ ର ଫଳ ଅବଶ୍ୟ ପ୍ରାପ୍ତ ହେବ । ଛାତ୍ର ଛାତ୍ରୀ ମାନେ ନୂତନ ସ୍ଥାନ ରେ ପଢ଼ିବା ପାଇଁ  ମନୋନିବେଶ କରିବେ ।

କର୍କଟ - ବ୍ୟବସାୟ ରେ କିଛି ନୂତନ ନିର୍ଣ୍ଣୟ ନେବେ । ଦାମ୍ପତ୍ୟ ଜୀବନ ରେ ସାମାନ୍ୟ ମନ ମଲିନ୍ୟା ଦେଖା ଦେବ । ପୈତୃକ ସମ୍ପତି ରୁ ଧନ ପ୍ରାପ୍ତି ର ଯୋଗ ରହିଛି ।ଚାକିରି ରେ ମନ ଅଶାନ୍ତ ରହିବ । ବିଦ୍ୟାର୍ଥୀ ମାନ ଙ୍କ ପାଇଁ ଦିନଟି କଠିନ ହୋଇ ପାରେ ।

ସିଂହ- ମନ ଅଶାନ୍ତ ରହିବ । ଜୀବନ ସାଥି ଙ୍କ ସ୍ବାସ୍ଥ୍ୟାବସ୍ଥା ରେ ସମସ୍ୟା ଦେଖା ଦେବ । ବନ୍ଧୁ ଙ୍କ ସହଯୋଗ ମିଳିବ । ଯାନବାହାନ ରେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କନ୍ୟା - ଉନ୍ନତି ର ଯୋଗ ରହିଛି ହେଲେ ମଧ୍ୟ ଦିନଟି ମଧ୍ୟମ ଫଳ ଦେବ। ପରିବାରରେ ପିତାଙ୍କ ଶାରୀରିକ ସମସ୍ୟା ଦେଖା ଦେଇ ପାରେ ।ମନ ସର୍ବଦା ଚଞ୍ଚଳ ରହିବ । ମିଳିବାକୁ ଥିବା ଦ୍ରବ୍ୟ ର ପ୍ରାପ୍ତି ବିଳମ୍ବ ରେ ହେବ । ଆର୍ଥିକ ସ୍ଥିତି ରେ ସ୍ୱଚ୍ଛଳତା ଆସିବ ।

ତୁଳା - ପରିବାର ର ସଂପୂର୍ଣ୍ଣ ସହଯୋଗ ମିଳିବ। ମିତ୍ର ଙ୍କ ଦ୍ଵାରା ଲାଭବାନ ହେବେ। ବ୍ୟବସାୟ ରେ ବୃଦ୍ଧି ହେବ। ଖର୍ଚ୍ଚ ସାମାନ୍ୟ ଅଧିକ ହେବ । ଅଯଥା ବିବାଦ ରେ ପଡନ୍ତୁ ନାହିଁ । ପରିବାର ର ସ୍ବାସ୍ଥ୍ୟ ଅବସ୍ଥା ର ଧ୍ୟାନ ରଖନ୍ତୁ। ବିଦ୍ୟାର୍ଥୀ ଲାଭବାନ ହେବେ। 

ବିଛା - ପାରିବାରିକ ଜୀବନ ସୁଖ ମୟ ହେବ । ଆତ୍ମ ବିଶ୍ୱାସ ରେ ବୃଦ୍ଧି ହେବ ।ବ୍ୟବସାୟ ରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିଶ୍ରମ ସାମାନ୍ୟ ଅଧିକ ହେବ ।ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ । ହଯିଥିବା ଦ୍ରବ୍ୟ ପ୍ରାପ୍ତି ହେବ । ପ୍ରେମ ସମ୍ପର୍କ ରେ ଦୃଢ଼ତା ଆସିବ ।

ଧନୁ - କାର୍ଯ୍ୟ କ୍ଷେତ୍ର ରେ ନୂତନ କର୍ମ ସଂସ୍ଥାନ ପ୍ରାପ୍ତ ହେବ । ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଚାକିରି ରେ ପଦୋନ୍ନତି ହୋଇପାରେ ।ଗୃହରେ ସାମାନ୍ୟ ବିବାଦ ଉପୂଜିବ। ବ୍ୟବସାୟ ରେ ପରିଶ୍ରମ ସାମାନ୍ୟ ଅଧିକ ରହିବ ।ବିଦ୍ୟାର୍ଥୀ ମାନେ ଅମାନଯୋଗି ହେବେ ।

ମକର- ମନ ପ୍ରଫୁଲ୍ଲ ରହିବ ।ବନ୍ଧୁ ଙ୍କ ସହ ଯୋଗ ରେ ନୂତନ ଚାକିରି ର ଯୋଗ ରହିଛି । ଅର୍ଥ ନିବେଶ ପାଇଁ ଦିନଟି ଅତି ଉତ୍ତମ ରହିବ । କର୍ମ କ୍ଷେତ୍ର ରେ ଉନ୍ନତି ହେବ । ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି ପରିଲକ୍ଷିତ ହେବ । ଗୃହ କୁ ବନ୍ଧୁ ଙ୍କ ଆଗମନ ହେବ । ବ୍ୟସ୍ତତା ଭିତରେ କୌଣସି ନିଷ୍ପତି ନିଅନ୍ତୁ ନାହିଁ ।

କୁମ୍ଭ - କିଛି ନୂଆ କାର୍ଯ୍ୟ ଆଜି ଆପଣ ଆରମ୍ଭ କରିବେ ।ବ୍ୟବସାୟରେ ସଫଳତା । ପ୍ରଭାବଶାଳୀ ହେବେ । ପ୍ରସିଦ୍ଧି ମିଳିବ । ଚାକିରୀରେ ଉପରିସ୍ଥ ଅଧିକାରୀ ଙ୍କ ସହଯୋଗ ମିଳିବ । ପରିଶ୍ରମ ସାମାନ୍ୟ ଅଧିକ ରହିବ ।ମା ଙ୍କ ଠାରୁ ଅର୍ଥ ପ୍ରାପ୍ତି ହୋଇ ପାରେ । 

ମୀନ - ଆୟ ରେ ବୃଦ୍ଧି ଘଟିବ। ପରିବାକୁ ଛାଡ଼ି ବାହାର ସ୍ଥାନ କୁ ଯିବାକୁ ପଡି ପାରେ । ଆର୍ଥିକ ଅଭିବୃଦ୍ଧି ହେବ । ଚାକିରି ରେ ସହଯୋଗୀ ଙ୍କ ଠାରୁ ସାହାଯ୍ୟ ମିଳିବ । ସାମାଜିକ କାର୍ଯ୍ୟ ରେ ଯୋଗଦାନ କରି ପାରନ୍ତି ।

 

     ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.