ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ, ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ

Published By : Prameya-News7 Bureau | July 01, 2024 IST

ମେଷ- ଗୃହରେ ସାମାନ୍ୟ କଳହ ଯୋଗ ରହିଛି, ଯାହା ପାଇଁ ଚିନ୍ତାଗ୍ରସ୍ତ ହୋଇ ରହିବେ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ବୃଷ- କାର୍ଯ୍ୟ କ୍ଷେତ୍ରରେ ନୂଆ ଶିଖିବାକୁ ମିଳିବ । ଲାଗି ରହିଥିବା ମାଲି ମକୋଦ୍ଦମାର ଅନ୍ତ ଘଟିବ । ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରତିରୋଧର ଶିକାର ହେବାକୁ ପଡ଼ିପାରେ । ପରିବାରରେ ସୁଖ ଶାନ୍ତି ରହିବ। ସରକାରୀ ଚାକିରୀରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି ।

ମିଥୁନ- କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ। 

କର୍କଟ- କର୍ମ କ୍ଷେତ୍ରରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ। ଘାତ ଚନ୍ଦ୍ର ଯୋଗୁଁ ଯାନ ବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ । ଦମ୍ପତିଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ବ୍ୟବସାୟରେ ଆୟବ୍ୟୟ ସମାନ ହେବ। ଛାତ୍ରଛାତ୍ରୀମାନେ ଖେଳକୁଦରେ ମନୋନିବେଶ କରିବେ ।

ସିଂହ-  କର୍ମ କ୍ଷେତ୍ରରେ କ୍ଷମତାର ବିକାଶ ହେବ। ଧର୍ମ କର୍ମରେ ମନୋନିବେଶ କରିବେ । ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ । ବ୍ୟବସାୟରେ ଲାଭ ଯୋଗ ରହିଛି । ଭାଗ୍ୟ ସାଥ ଦେବ ।

କନ୍ୟା- କର୍ମକ୍ଷେତ୍ରରେ ବିରୋଧାଭାବ ଦେଖାଦେବ । ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ । ପରିବାର ଲୋକଙ୍କ ଠାରୁ ଖୁସିର ବାର୍ତ୍ତା ମିଳିବ। ବ୍ୟବସାୟରେ ଏତେ ଲାଭ ହେବ ନାହିଁ । ପାରିବାରିକ ସମ୍ପର୍କ ସୁଦୃଢ ହେବ ।

ତୁଳା- ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଲାଗି ରହିଥିବା ସମସ୍ୟାର ସମୂଳ ସମାଧାନ ହେବ । ରାଜନୈତିକ କ୍ଷେତ୍ର ପାଇଁ ବହୁତ ଶୁଭ ଦାୟକ ରହିଛି । ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖାଯିବ । ନିବେଶ ପାଇଁ ଦିନଟି ଅନୁକୂଳ ରହିଛି । ଛାତ୍ରଛାତ୍ରୀମାନେ ଉପକୃତ ହେବେ ।

ବିଛା- ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ । କର୍ମ କ୍ଷେତ୍ରରେ କିଛି ଲାଭ ଦାୟକ ପ୍ରୟାସ କରିବେ । ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ ।

ଧନୁ- ଭକ୍ତି ଭାବରେ ଦିନଟି କଟିବ। ସେବା ପୂଜାରେ ମନୋନିବେଶ କରିବେ । ବ୍ୟବସାୟୀମାନେ ରିସ୍କ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଛାତ୍ର ଛାତ୍ରୀମାନଙ୍କ ପାଇଁ ବହୁ ପରିଶ୍ରମ ଲଘୁ କ୍ରିୟା । ରୋଜଗାରର ନୂଆ ପନ୍ଥା ଦେଖା ଦେବ ।

ମକର-  ଗୃହରେ ଲାଗି ରହିଥିବା ସମସ୍ୟାର ସମାଧାନ ଖୋଜିବେ । ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

କୁମ୍ଭ-  କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ । ବନ୍ଧୁ ମିଳନର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ ।

ମୀନ- ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ । ଯଶ ହାନି ଘଟିବାର ସମ୍ଭାବନା ରହିଛି । ପଡ଼ୋଶୀଙ୍କ ସହ ମତଭେଦ ହୋଇପାରେ । ପିତା ମାତାଙ୍କ ସେବାରେ ସମୟ ଅତିବାହିତ ହେବ । ବ୍ୟବସାୟରେ ଅର୍ଥ ଫେରି ପାଇବା ବିଳମ୍ବ ହେବ । ଛାତ୍ରଛାତ୍ରୀ ମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.